Advertisment

ଖୁସି ଖବର: ଆଇପିଏଲରେ ଦର୍ଶକଙ୍କ ଏଣ୍ଟ୍ରିକୁ ଅନୁମତି

ନୂଆଦିଲ୍ଲୀ: ଦୀର୍ଘଦିନ ହେଲା ଭାରତୀୟ କ୍ରିକେଟ ପ୍ରେମୀମାନେ କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଭାରତୀୟ କ୍ରିକେଟ ପ୍ରେମୀମାନେ ଏବେ ଆଇପିଏଲ ମ୍ୟାଚ୍‌ ବେଳେ ଷ୍ଟାଡିୟମ ଭିତରକୁ ଯାଇ ନିଜ ପସନ୍ଦର କ୍ରିକେଟରଙ୍କୁ ଚିୟର୍ସ କରିପାରିବେ। କାରଣ ବିସିସିଆଇ ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲରେ ଦର୍ଶକଙ୍କ ଏଣ୍ଟ୍ରିକୁ ଗ୍ରୀନ ସିଗ୍ନାଲ ଦେଇଛି। ଆଇପିଏଲର ୧୫ତମ ସଂସ୍କରଣର ମହାରାଷ୍ଟ୍ରରେ ଖେଳାଯିବ। ମୁମ୍ବାଇରେ ୫୫ଟି ଲିଗ୍‌ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ପୁଣରେ ୧୫ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। […]

author-image
Hemant Lenka
ଅଦ୍ୟତନ ହୋଇଛି
ଖୁସି ଖବର: ଆଇପିଏଲରେ ଦର୍ଶକଙ୍କ ଏଣ୍ଟ୍ରିକୁ ଅନୁମତି

IPL

ନୂଆଦିଲ୍ଲୀ: ଦୀର୍ଘଦିନ ହେଲା ଭାରତୀୟ କ୍ରିକେଟ ପ୍ରେମୀମାନେ କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଭାରତୀୟ କ୍ରିକେଟ ପ୍ରେମୀମାନେ ଏବେ ଆଇପିଏଲ ମ୍ୟାଚ୍‌ ବେଳେ ଷ୍ଟାଡିୟମ ଭିତରକୁ ଯାଇ ନିଜ ପସନ୍ଦର କ୍ରିକେଟରଙ୍କୁ ଚିୟର୍ସ କରିପାରିବେ। କାରଣ ବିସିସିଆଇ ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲରେ ଦର୍ଶକଙ୍କ ଏଣ୍ଟ୍ରିକୁ ଗ୍ରୀନ ସିଗ୍ନାଲ ଦେଇଛି। ଆଇପିଏଲର ୧୫ତମ ସଂସ୍କରଣର ମହାରାଷ୍ଟ୍ରରେ ଖେଳାଯିବ। ମୁମ୍ବାଇରେ ୫୫ଟି ଲିଗ୍‌ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ପୁଣରେ ୧୫ଟି ମ୍ୟାଚ୍‌ ଅନୁଷ୍ଠିତ ହେବ।

Advertisment

ଏହି ମ୍ୟାଚ୍‌ ଗୁଡ଼ିକ ଦେଖିବା ପାଇଁ ଷ୍ଟାଡିୟମକୁ ଦର୍ଶକମାନେ ଯାଇପାରିବେ। ପ୍ରାଥମିକ ପର୍ଯ୍ୟାୟରେ ୨୫% ଲୋକଙ୍କୁ ଷ୍ଟାଡିୟମ ଭିତରକୁ ଯିବାକୁ ଅନୁମତି ମିଳିବ। ଆଜିଠାରୁ ହିଁ ବିସିସିଆଇ ଲୋକଙ୍କ ପାଇଁ ଟିକେଟ କିଣିବାର ବ୍ୟବସ୍ଥା ଆରମ୍ଭ କରିଛି। ଲୋକମାନେ ଦିନ ୧୨ଟାରୁ ଟିକେଟ କିଣିବା ମଧ୍ୟ ଆରମ୍ଭ କରିଛନ୍ତି। ଦର୍ଶକଙ୍କୁ ଅନୁମତି ମଳିଥିଲେ ହେଁ ସମସ୍ତଙ୍କୁ କୋଭିଡ ପ୍ରୋଟକଲ ପାଳନ କରିବାକୁ କୁହାଯାଇଛି।

ଆଇପିଏଲର ୧୫ଶ ସଂସ୍କରଣର ଉଦଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ରନର୍ସଅପ୍ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୬ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ।

Advertisment

ଆଇପିଏଲ୍-୨୦୨୨ରେ ମୋଟ ୭୦ଟି ମ୍ୟାଚ୍ ଖେଳାଯିବ। ସବୁ ମ୍ୟାଚ୍ ଗୁଡ଼ିକ ମୁମ୍ବାଇର ତିନୋଟି ଭେନ୍ୟୁ ଓ ପୁନେର ଗୋଟିଏ ଭେନ୍ୟୁରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟ ୬୫ ଦିନ ଧରି ହେବ ଓ ୪ଟି ପ୍ଲେ-ଅଫ୍ ମ୍ୟାଚ୍ ହେବ। ପ୍ଲେ-ଅଫ୍ ମୁକାବିଲାର ସିଡ୍ୟୁଲ୍ ପରେ ଜାରି କରାଯିବ।

ଫାଇନାଲ୍ ମ୍ୟାଚ୍ ମେ’ ୨୯ ତାରିଖରେ ଖେଳାଯିବ। ଏଥର ୧୦ଟି ଟିମକୁ ୨ଟି ଗ୍ରୁପରେ ଭାଗ କରାଯାଇଛି। ଏଥର ଆଇପିଏଲରେ ୧୨ଟି ଡବଲ୍ ହେଡର୍ (ଗୋଟିଏ ଦିନରେ ଦୁଇଟି ମ୍ୟାଚ୍) ହେବ। ପ୍ରଥମ ଡବଲ୍ ହେଡର୍ ମାର୍ଚ୍ଚ ୨୭ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସେହିଦିନ ଦ୍ୱିତୀୟ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ସନ୍ଧ୍ୟାରେ ଖେଳାଯିବ।

ଦୁଇ ନୂଆ ଟିମ୍ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ମାର୍ଚ୍ଚ ୨୮ ତାରିଖରେ ପରସ୍ପରକୁ ଭେଟି ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିବେ। ସେହିପରି ସନରାଇଜର୍ସ ହାଇଦ୍ରାବାସ ତା’ର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ମାର୍ଚ୍ଚ ୨୯ ତାରିଖରେ ଭେଟିବ।


ଆଇପିଏଲ୍-୨୦୨୨ର ଶେଷ ଲିଗ୍ ମ୍ୟାଚ୍ ପଞ୍ଜାବ କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମେ’ ୨୨ ତାରିଖରେ ଖେଳାଯିବ। ଏହି ମ୍ୟାଚ୍ ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥର ଆଇପିଏଲରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ମୁମ୍ବାଇରେ ମୋଟ ୫୫ଟି ମ୍ୟାଚ୍ ଅନୁଷ୍ଠିତ ହେବ। ସେଥିମଧ୍ୟରୁ ୱାଙ୍ଖଡେ ଷ୍ଟାଡିୟମରେ ୨୦ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ୧୫ ଏବଂ ଡିୱାଇ ପାଟିଲ୍ ଷ୍ଟାଡିୟମରେ ୨୦ଟି ମ୍ୟାଚ୍ ଖେଳାଯିବ।

ସେହିପରି ପୁନେର ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ୧୫ଟି ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରତି ଟିମ୍ ୱାଙ୍ଖଡେ ଓ ଡିୱାଇ ପାଟିଲ୍ ଷ୍ଟାଡିୟମରେ ୪ଟି ଲେଖାଏ ମ୍ୟାଚ୍ ଖେଳିବେ। ସେହିପରି ପ୍ରତି ଟିମ୍ ବ୍ରାବୋର୍ଣ୍ଣ ଓ ଏମସିଏରେ ୩ଟି ଲେଖାଏ ମ୍ୟାଚ୍ ଖେଳିବେ।