Advertisment

ମାର୍ଚ୍ଚ ୨୮ରୁ ମହିଳାଙ୍କ ନାଲି ବଲ ଟୁର୍ଣ୍ଣାମେଣ୍ଟ, ଏପ୍ରିଲ ୯ରେ ଫାଇନାଲ

ସିନିୟର ଇଣ୍ଟର ଜୋନାଲ ୩ ଦିନିଆ ମ୍ୟାଚ୍‌ ମାର୍ଚ୍ଚ ୨୮ରୁ ପୁଣେରେ ଆରମ୍ଭ ହେବ।

Test Cricket

Test Cricket

Advertisment

ପୁରୁଷଙ୍କ ଭଳି ଭାରତୀୟ ମହିଳା କ୍ରିକେଟରମାନେ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବେ। ମହିଳା କ୍ରିକେଟରଙ୍କୁ ନେଇ ନାଲି ବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବ ବିସିସିଆଇ।

Advertisment

ସିନିୟର ଇଣ୍ଟର ଜୋନାଲ ୩ ଦିନିଆ ମ୍ୟାଚ୍‌ ମାର୍ଚ୍ଚ ୨୮ରୁ ପୁଣେରେ ଆରମ୍ଭ ହେବ। ଏ ସମ୍ପର୍କରେ ଆଜି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ଭାରତୀୟ ଘରୋଇ କ୍ରିକେଟକୁ ମହିଳାଙ୍କ ରେଡ୍‌ ବଲ ଟୁର୍ଣ୍ଣାମେଣ୍ଟ ଫେରିଛି।

ଭାରତୀୟ ମହିଳା ଦଳ ଏବେ ଟେଷ୍ଟ କ୍ରିକେଟ ଖେଳିବା ଆରମ୍ଭ କରିଛି। ଖେଳାଳିଙ୍କୁ ନାଲି ବଲରେ ଅଧିକ ଶାଣିତ କରିବା ପାଇଁ ବିସିସିଆଇ ଏପରି ଟୁର୍ଣ୍ଣାମେଣ୍ଟ କରିବାକୁ ଯାଉଛି। ୨୦୧୮ରେ ଶେଷଥର ପାଇଁ ମହିଳାମାନଙ୍କୁ ନେଇ ବିସିସିଆଇ ନାଲି ବଲ୍‌ ଡୋମେଷ୍ଟିକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା।

Advertisment

ଟିମ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଅମିତା ଶର୍ମା ବିସିସିଆଇର ଏପରି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ଜାତୀୟ ଟିମ ଏବେ ଟେଷ୍ଟ କ୍ରିକେଟ ଖେଳିବା ଆରମ୍ଭ କରିଛି। ଆମକୁ ଘରୋଇ ସ୍ତରରେ ରେଡ ବଲ କ୍ରିକେଟ ପାଇଁ ଖେଳାଳି ବାହାର କରିବାକୁ ପଡ଼ିବ। ରାଜ୍ୟସ୍ତରରେ ମଧ୍ୟ ମହିଳାଙ୍କୁ ନେଇ ରେଡ୍‌ ବଲ ମ୍ୟାଚ୍‌ ଖେଳାଯାଉ। କେବଳ ଜୋନାଲ ସ୍ତରରେ ଏହା ସୀମିତ ନ ରହୁ ବୋଲି ସେ କହିଛନ୍ତି।

ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ରେଡ ବଲ ଟୁର୍ଣ୍ଣାମେଣ୍ଟର ହୋଷ୍ଟ କରିବ। ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଇଷ୍ଟ, ୱେଷ୍ଟ, ନର୍ଥ, ସାଉଥ, ସେଣ୍ଟ୍ରାଲ ଓ ନର୍ଥ- ଇଷ୍ଟ ଜୋନ ଭାଗ ନେବେ।

ପ୍ରତି ମ୍ୟାଚ୍‌ ୩ ଦିନ ଧରି ଚାଲିବ। ଦଳଗୁଡ଼ିକ ମଧ୍ୟରେ ମୋଟ ୫ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ୨୦୧୮ ସିଜନରେ ମ୍ୟାଚ୍‌ ଗୁଡ଼ିକ ୨ ଦିନିଆ ଥିଲା। ହେଲେ ଏବେ ଏହା ୩ ଦିନିଆ ବିଶିଷ୍ଟ ରହିବ। ମାର୍ଚ୍ଚ ୧୭ରେ ମହିଳା ପ୍ରିମିୟର ଲିଗ ଶେଷ ହେବ। ଏହାପରେ ହିଁ ମାର୍ଚ୍ଚ ୨୮ରୁ ରେଡ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ।

ଇଷ୍ଟ ଜୋନ ଓ ନର୍ଥ-ଇଷ୍ଟ ଜୋନ ଏବଂ ୱେଷ୍ଟ ଜୋନ ଓ କେନ୍ଦ୍ରୀୟ ଜୋନ ମଧ୍ୟରେ ମାର୍ଚ୍ଚ ୨୮ରୁ ସିଧାସଳଖ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ। ବାକି ୨ଟି ଟିମ ସିଧାସଳଖ ସେମି ଫାଇନାଲକୁ ସମ୍ଭବତଃ ଯିବେ। ହେଲେ ଏହା କେମିତି ଧାର୍ଯ୍ୟ ହେବ, ସେକଥା ବିସିସିଆଇ କହି ନାହିଁ। 

କ୍ୱାର୍ଟର ଫାଇନାଲରେ ଜିତିଥିବା ଦଳ ସିଧାସଳଖ ସେମି ଫାଇନାଲକୁ ଯାଇଥିବା ଦୁଇ ଟିମକୁ ଭେଟିବେ। ଦୁଇଟି ଯାକ ସେମି ଫାଇନାଲ ଏପ୍ରିଲ ୩ରୁ ସମାନ୍ତରଳ ଭାବେ ଆରମ୍ଭ ହେବ। ସେହିପରି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଏପ୍ରିଲ ୯ରୁ ଆରମ୍ଭ ହେବ।

Women Cricket Women Cricketers Indian Women Cricket Team Bcci
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe