Advertisment

ଆଇପିଏଲ ଫାଇନାଲରେ ସେନା ବାହିନୀ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା

ଉଦଯାପନୀ ସମାରୋହରେ ସାମିଲ ହେବାକୁ ବିସିସିଆଇ ପକ୍ଷରୁ ତିନି ସେନାର ମୁଖ୍ୟ ଅର୍ଥାତ ସିଡିଏସ, ସ୍ଥଳ ସେନା, ନୌସେନା ଓ ବାୟୁ ସେନା ମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି।

IPL

IPL

Advertisment

ଆସନ୍ତା ଜୁନ ୩ରେ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ୨୦୨୫ ସଂସ୍କରଣର ଫାଇନାଲ। ଫାଇନାଲ ମ୍ୟାଚ୍‌ରେ ଭାରତୀୟ ସେନାକୁ ସମ୍ମାନ ଜଣାଇବ ବିସିସିଆଇ। ଫାଇନାଲ ମ୍ୟାଚ୍‌ ପାଇଁ ଆୟୋଜିତ ହେବାକୁ ଥିବା ଉଦଯାପନୀ ସମାରୋହରେ ଭାରତୀୟ ସେନାର ପରାକ୍ରମକୁ ନିଆରା ଢଙ୍ଗରେ ସମ୍ମାନୀତ କରାଯିବ। ଉଦଯାପନୀ ସମାରୋହରେ ସାମିଲ ହେବାକୁ ବିସିସିଆଇ ପକ୍ଷରୁ ତିନି ସେନାର ମୁଖ୍ୟ ଅର୍ଥାତ ସିଡିଏସ, ସ୍ଥଳ ସେନା, ନୌସେନା ଓ ବାୟୁ ସେନା ମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି।

Advertisment

ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି, “ବିସିସିଆଇ ଆମର ସଶସ୍ତ୍ର ବଳର ବୀରତ୍ୱ, ସାହସ ଓ ନିସ୍ୱାର୍ଥ ସେବାକୁ ସଲାମ କରୁଛି। ଅପରେସନ ସିନ୍ଦୂର ଜରିଆରେ ସଶସ୍ତ୍ର ବଳ ଦେଖାଇଥିବା ବୀରତା ସମସ୍ତଙ୍କୁ ପ୍ରେରଣା ଯୋଗାଇ ପାରିଛି। ସେନା ବାହିନୀକୁ ସମ୍ମାନ ଜଣାଇ ଆମେ ଆଇପିଏଲ ଫାଇନାଲର ଉଦଯାପନୀ ସମାରୋହକୁ ସେମାନଙ୍କୁ ସମର୍ପିତ କରିବୁ ଓ ଆମ ହିରୋ ମାନଙ୍କୁ ସମ୍ମାନୀତ କରିବୁ। ଅପରେସନର ସିନ୍ଦୂରର ସଫଳତାକୁ ବେଶ ଉତ୍ସାହର ସହ ପାଳନ କରାଯିବ।”

ପହଲଗାମ ନରସଂହାର ପରେ ଭାରତ ଆରମ୍ଭ କରିଥିବା ଅପରେସନ ସିନ୍ଦୂରର ଜବାବ ଦେବାକୁ ପାକିସ୍ତାନ ଆକଶ ପଥରେ ଆକ୍ରମଣ କରିଥିଲା। ଭାରତୀୟ ସେନା ଏହାର କଡ଼ା ଜବାବ ଦେବାରୁ ପୂରା ଦେଶରେ ଯୁଦ୍ଧ ପରିସ୍ଥିତି ଦେଖାଯାଇଥିଲା। ଏଥିଯୋଗୁ ଆଇପିଏଲର ୧୮ତମ ସଂସ୍କରଣକୁ ପ୍ରାୟ ୧୦ ଦିନ ଯାଏ ସ୍ଥଗିତ ରଖାଯାଇଥିଲା। ଏହାପରେ ପୁଣି ଆଇପିଏଲର ବାକି ରହିଥିବା ମ୍ୟାଚ୍‌ ଗୁଡ଼ିକ ଆରମ୍ଭ ହୋଇଛି।

Advertisment

ଭାରତୀୟ ସେନାର ପରାକ୍ରମର ମୁକାବିଲା ନ କରି ପାରି ପାକିସ୍ତାନ ଯୁଦ୍ଧ ବିରତି ପାଇଁ ନେହୁରା ହୋଇଥିଲା। ଏହାପରେ ଭାରତ ସରକାର ଯୁଦ୍ଧ ବିରତି ଲାଗୁ କରିଥିଲେ। ବିଭିନ୍ନ ମହଲରେ ଭାରତୀୟ ସେନାକୁ ପ୍ରଶଂସା କରାଯାଇଥିବା ବେଳେ ଏବେ ଆଇପିଏଲ ଫାଇନାଲରେ ଦେଶର ବୀର ଯବାନମାନଙ୍କୁ ସମ୍ମାନ ଜଣାଯିବ।

ପ୍ରଥମଥର ପାଇଁ ଆଇପିଏଲ ପକ୍ଷରୁ ସେନା ବାହିନୀକୁ ସମ୍ମାନ ଜଣା ଯାଉନାହିଁ। ୨୦୧୯ ପୁଲୱାମା ଆତଙ୍କବାଦୀରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ସେହିବର୍ଷ ବିସିସଆଇ ଆଇପିଏଲର ଉଦଘାଟନୀ ସମାରୋହକୁ ସାମରିକ ବ୍ୟାଣ୍ଡକୁ ନିମନ୍ତ୍ରଣ କରିଥିଲା। ସେହିପରି ଆଇପିଏଲ ପକ୍ଷରୁ ୨୦ କୋଟି ଟଙ୍କା ସେନା ବାହିନୀକୁ ଦିଆଯାଇଥିଲା।

IPL IPL 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe