Advertisment

BCCI କଠୋର, ଏଣିକି ଖେଳାଳିଙ୍କ ସାଙ୍ଗରେ ଯାଇପାରିବେନି ପତ୍ନୀ!

ନୂଆ ନିୟମ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ମଧ୍ୟରେ ପତ୍ନୀମାନେ ଖେଳାଳିଙ୍କ ସହିତ ରହି ପାରିବେ ନାହିଁ। ପରିବାରକୁ କେବଳ ଦୁଇ ସପ୍ତାହ ପାଇଁ ରହିବାକୁ ଅନୁମତି ମିଳିବ।

BCCI New Rule

BCCI New Rule

Advertisment

କଠୋର ହେବେ ବିସିସି୍ଆଇ। ଏଣିକି ଆଉ ଖେଳାଳିଙ୍କ ସାଙ୍ଗର ଯାଇପାରିବେନି ପତ୍ନୀ ତଥା ପରିବାର। ଗାର୍ଲଫ୍ରେଣ୍ଡମାନଙ୍କୁ ମଧ୍ୟ ଯିବାକୁ ମିଳିବନି ଅନୁମତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ହାରିବା ପରେ ଖେଳାଳିଙ୍କ ପାଇଁ ଏଭଳି କିଛି କଠୋର ନିୟମ ଆଣିବାକୁ ଯୋଜନା କରୁଛି ବିସିସିଆଇ।

Advertisment

ନିକଟରେ ଭାରତ ବର୍ଡର ଗାଭାସ୍କର ଟ୍ରଫି ହାରିଛି। ଅଷ୍ଟ୍ରେଲିଆ ଠାରୁ ସେ ପରାଜୟର ସମ୍ମୁଖୀନ ହୋଇଛି। ଏହାପରେ ଅଧିନାୟକ, ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ କେବଳ ସମାଲୋଚନା କରାଯାଇ ନ ଥିଲା ବରଂ ବିସିସିଆଇ ମଧ୍ୟ ଟାର୍ଗେଟକୁ ଆସିଛନ୍ତି। ଏହାପରେ ଏବେ ଖେଳାଳିଙ୍କୁ ନେଇ କିଛି କଠୋର ନିୟମ ଆଣିବକୁ ବିସିସିଆଇ ପ୍ରସ୍ତୁତ ହେଉଥିବା ସୂଚନା ରହିଛି।

ଟିମ ଇଣ୍ଡିଆର ପରାଜୟ ପରେ ବିସିସିଆଇର ଏକ ବୈଠକ ବସିଥିଲା। ଶନିବାର ମୁମ୍ବାଇରେ ଅନୁଷ୍ଠିତ ବୈଠକରେ ହେଡ୍‌ କୋଚ୍‌ ଗୌତମ ଗମ୍ଭୀର, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବୋର୍ଡ ଖେଳାଳି ଏବଂ ପ୍ରଶିକ୍ଷକ କର୍ମଚାରୀଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛି।

Advertisment

ନୂଆ ନିୟମ ଅନୁଯାୟୀ, ଯଦି କୌଣସି ସିରିଜ୍ ୪୫ ଦିନ କିମ୍ବା ତା’ ଠାରୁ ଅଧିକ ହୁଏ, ଏହି ସମୟରେ ପରିବାରକୁ ଖେଳାଳିଙ୍କ ସହିତ ୧୪ଦିନ ରହିବାକୁ ସୁଯୋଗ ମିଳିବ। ଯଦି ସିରିଜ୍ ଏହା ଠାରୁ କମ୍ ହୋଇଥିବ ତେବେ ୭ ଦିନ ରହିବାକୁ ଅନୁମତି ମିଳିବ। ଖେଳାଳିମାନେ ୭ ଦିନରୁ ଅଧିକ ସମୟ ନିଜ ପତ୍ନୀଙ୍କ ସହ ଗୋଟିଏ ହୋଟେଲରେ ରହିପାରିବେ ନାହିଁ।

ନୂଆ ନିୟମ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ମଧ୍ୟରେ ପତ୍ନୀମାନେ ଖେଳାଳିଙ୍କ ସହିତ ରହି ପାରିବେ ନାହିଁ । ପରିବାରକୁ କେବଳ ଦୁଇ ସପ୍ତାହ ପାଇଁ ରହିବାକୁ ଅନୁମତି ମିଳିବ। ଏହାଛଡ଼ା ସମସ୍ତ ଖେଳାଳି ଟିମ୍ ବସ୍‌ରେ ଯାତ୍ରା କରିବା ବାଧ୍ୟତାମୂଳକ। ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ନିଜସ୍ୱ ମ୍ୟାନେଜରକୁ ଭିଆଇପି ବକ୍ସ କିମ୍ବା ଟିମ୍ ବସରେ ବସିବାକୁ ଅନୁମତି ମିଳିବ ନାହିଁ। ଖେଳାଳିଙ୍କ ଲଗେଜ୍ ଯଦି ୧୫୦ କିଲୋଗ୍ରାମରୁ ଅଧିକ ହୁଏ ତେବେ ଅତିରିକ୍ତ ସାମଗ୍ରୀର ଶୁଳ୍କ ବିସିସିଆଇ ପଇଠ କରିବ ନାହିଁ।

ଅଷ୍ଟ୍ରେଲିଆ ବିରୋଧରେ ଟିମ୍ ଇଣ୍ଡିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ବର୍ଡର ଗାଭାସ୍କର ଟ୍ରଫିରେ ପରାସ୍ତ ହୋଇଛି । ଭାରତୀୟ ଦଳ ୧-୩ରେ ସିରିଜ ଲଜ୍ଜାଜନକ ଭାବେ ହାରିଛି। ଏହି ପରାଜୟ ପରେ ଦଳ ଓ୍ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପରୁ ବାହାର ହୋଇଛି। ଭାରତୀୟ ଟିମ୍‌ର ଡବ୍ଲୁଟିସ୍ ଫାଇନାଲ ଖେଳିବା ସ୍ୱପ୍ନ ଭାଙ୍ଗିଯାଇଛି।

Indian Cricket Team Bcci Team India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe