Advertisment

ବଳି କା ବୋଦା ହେଲେ ଅଭିଷେକ ନାୟର!

ରିପୋର୍ଟରେ କୁହାଯାଇଥିଲା ଯେ ଜଣେ ନିର୍ଦ୍ଦିଷ୍ଟ ଖେଳାଳି ଭାରତୀୟ ଟିମର ଅନ୍ତରୀଣ ଅଧିନାୟକ ହେବାକୁ ଚାହୁଁଛନ୍ତି। ଏହାପରେ ସବୁଠାରୁ ସ୍ତବ୍ଧ କରିବା ଭଳି ଖବର ଆସିଥିଲା ଯେ ଲିକ ନ୍ୟୁଜ ପାଇଁ ମୁଖ୍ୟ କୋଚ ଗୌତମ ଗମ୍ଭୀର ଯୁବ ତାରକା ସର୍ଫରାଜ ଖାନଙ୍କୁ ଦାୟୀ କରିଥିଲେ।

Abhishek Nayar

Abhishek Nayar

Advertisment

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜକୁ ଭାରତ ୦-୩ରେ ହାରିଥିଲା। ଏହାପରେ ଅଷ୍ଟ୍ରେଲିଆ ଗସ୍ତ କରି ସେଠାରେ ବର୍ଡର-ଗାଭାସ୍କର ଟ୍ରଫି ୧-୩ରେ ପରାସ୍ତ ହେଲା। ଏହାପରେ ଡ୍ରେସିଂ ରୁମ କଥାବାର୍ତ୍ତା ଲିକ ହୋଇଥିଲା। ସିରିଜ ହାରିବା ଖେଳର ଗୋଟିଏ ଅଂଶ ହୋଇଥିଲେ ହେଁ ଡ୍ରେସିଂ ରୁମର ତଥ୍ୟ ଲିକ ହେବା ସମସ୍ତଙ୍କୁ ଚକିତ କରିଥିଲା। ନିୟମିତ ଭାବେ ତଥ୍ୟ ଲିକ ସମସ୍ତଙ୍କ ଚିନ୍ତା ବଢ଼ାଇଥିଲା।

Advertisment

ରିପୋର୍ଟରେ କୁହାଯାଇଥିଲା ଯେ ଜଣେ ନିର୍ଦ୍ଦିଷ୍ଟ ଖେଳାଳି ଭାରତୀୟ ଟିମର ଅନ୍ତରୀଣ ଅଧିନାୟକ ହେବାକୁ ଚାହୁଁଛନ୍ତି। ଏହାପରେ ସବୁଠାରୁ ସ୍ତବ୍ଧ କରିବା ଭଳି ଖବର ଆସିଥିଲା ଯେ ଲିକ ନ୍ୟୁଜ ପାଇଁ ମୁଖ୍ୟ କୋଚ ଗୌତମ ଗମ୍ଭୀର ଯୁବ ତାରକା ସର୍ଫରାଜ ଖାନଙ୍କୁ ଦାୟୀ କରିଥିଲେ। ଏସବୁ ଖବର ବିସିସିଆଇର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଚାମ୍ପିୟନ୍ସ ଟ୍ରଫି ପାଇଁ ବୋର୍ଡ ଚୁପ ରହିଥିଲା। ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଏବେ ଖେଳାଳିମାନେ ଆଇପିଏଲରେ ମାତିଛନ୍ତି।

ଏସବୁ ଭିତରେ ବିସିସିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ବିସିସିଆଇ ପକ୍ଷରୁ ଭାରତୀୟ ଟିମର ସହାୟକ କୋଚ ଅଭିଷେକ ନାୟରଙ୍କୁ ପଦରୁ ବିଦା କରିବାକୁ ନିଷ୍ପତ୍ତି ନିଆଯାଇଛି। ନାୟର ଜଣେ ଭଲ କୋଚ ଭାବେ ପରିଚିତ ହୋଇଥିଲେ ହେଁ ଭାରତୀୟ ଟିମ ସହ ତାଙ୍କ କାର୍ଯ୍ୟକାଳ ମାତ୍ର ୮ ମାସରେ ଶେଷ ହେବାକୁ ଯାଉଛି। ଏନେଇ ବିସିସିଆଇ କୌଣସି ବିଧିବଦ୍ଧ ଘୋଷଣା କରିନି। ହେଲେ ବିସିସିଆଇ ସୂତ୍ରରୁ ଏପରି ଖବର ମିଳିଛି।

Advertisment

ରିପୋର୍ଟ ଅନୁସାରେ, ବିସିସିଆଇ ନିକଟରେ ଗୋଟିଏ ନୋଟିସ ଜାରି କହିଛି ଯେ ଭାରତୀୟ ଟିମ ସହ ୩ ବର୍ଷରୁ ଅଧିକ ସମୟ ହେଲା ଥିବା ସପୋର୍ଟ ଷ୍ଟାଫ ପଦ ହରାଇବେ। ଏହିକ୍ରମରେ ଫିଲ୍ଡିଂ କୋଚ ଟି ଦିଲୀପ ଓ ଟ୍ରେନର ଶୋହମ ଦେଶାଇ ପଦ ହରାଇବା ନିଶ୍ଚିତ ହୋଇଛି। କାରଣ ଏମାନେ ୩ ବର୍ଷରୁ ଅଧିକ ସମୟ ହେଲା ଭାରତୀୟ ଟିମ ସହ ରହିଛନ୍ତି। ଏମାନଙ୍କ ବ୍ୟତୀତ ନାୟର ମଧ୍ୟ ସହାୟକ କୋଚ ପଦରୁ ବିଦା ହେବେ ବୋଲି ରିପୋର୍ଟରେ ଦାବି କରାଯାଇଛି।

ନାୟର ଓ ଦିଲୀପଙ୍କ ସ୍ଥାନ ପୂରଣ କରାଯାଇନି। ତେବେ ଚାମ୍ପିୟନ୍ସ ଟ୍ରଫି ବେଳେ ଘରୋଇ କ୍ରିକେଟର ମହାନ ଖେଳାଳି ସୀତାଂଶୁ କୋଟାକଙ୍କୁ ବ୍ୟାଟିଂ କୋଚ ଭାବେ ନିଯୁକ୍ତି ମିଳିଥିଲା। ସେହିପରି ଅନ୍ୟତମ କୋଚ ରାୟନ ଟେନ ଡୋସ୍କେଟ ଏବେ ଅସ୍ଥାୟୀ ଭାବେ ଫିଲ୍ଡିଂ କୋଚ ଭାବେ କାମ କରିବେ। ଏହାବାଦ ଦେଶାଇଙ୍କ ସ୍ଥାନ ଦକ୍ଷିଣ ଆଫ୍ରିକାର ଆଣ୍ଡ୍ରିଆନ ଲେ ରୋକ୍ସ ନେବେ।

ବର୍ତ୍ତମାନ ସେ ଆଇପିଏଲ ପ୍ରାଞ୍ଚାଇଜ ପଞ୍ଜାବ କିଙ୍ଗସର ଟ୍ରେନର ଭାବେ କାମ କରୁଛନ୍ତି। ଏହାପୂର୍ବରୁ ରୋକ୍ସ ୨୦୦୮ରୁ ୨୦୧୯ ଯାଏ କୋଲକାତା ନାଇଟ ରାଇଡର୍ସ ପାଇଁ କାମ କରିଥିଲେ। ସେହିପରି ୨୦୦୨ରୁ ୨୦୦୩ ଯାଏ ସେ ଭାରତୀୟ ଟିମ ସହ ରହିଥିଲେ। ଏବେ ସେ ପୁଣି ଭାରତୀୟ ଟିମକୁ ଫେରିବାକୁ ଯାଉଛନ୍ତି।

ଅଭିଷେକ ନାୟର କାହିଁକି ବିଦା ହେବେ?

ଅଭିଷେକ ନାୟର ଭାରତୀୟ ଟିମର ସହାୟକ କୋଚ ଭାବେ ୮ ମାସ ହେଲା କାମ କରୁଛନ୍ତି। ଭାରତୀୟ ଟିମର ପ୍ରଦର୍ଶନ ପାଇଁ ତାଙ୍କୁ ପଦରୁ ହଟା ଯାଉନି। ବରଂ ଜଣେ ବରିଷ୍ଠ ସପୋର୍ଟ ଷ୍ଟାଫଙ୍କ ସହ ଜଣେ ଖେଳାଳିଙ୍କ ଚାଲିଥିବା ତିକ୍ତତା ପାଇଁ ନାୟରଙ୍କୁ ବିସିସିଆଇ ବଳି ପକାଇବାକୁ ବାଧ୍ୟ ହୋଇଛି। ନାୟରଙ୍କ କାମକୁ ଭାରତୀୟ ଟିମର ପ୍ରତିଟି ଖେଳାଳି ପ୍ରାୟ ପ୍ରଶଂସା କରିଥିଲେ। ସେ ଭାରତୀୟ ଟିମର ପୂର୍ବତନ କ୍ରିକେଟର। ଯଦି ବୋର୍ଡ ସୂତ୍ରକୁ ବିଶ୍ୱାସ କରାଯାଏ, ତା’ହେଲେ ନାୟରଙ୍କୁ ହଟାଇବା ପାଇଁ ବିସିସିଆଇ ନେଇଥିବା ନିଷ୍ପତ୍ତି ସମ୍ପର୍କରେ ତାଙ୍କୁ ଅବଗତ କରାଯାଇ ସାରିଛି।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, “ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ନିଶ୍ଚିତ ଭାବେ ଆଲୋଡ଼ନ ସୃଷ୍ଟି କରିଥିଲା। କିନ୍ତୁ ବିସିସିଆଇରେ ଏହା ମଧ୍ୟ ବିଶ୍ୱାସ କରାଯାଉଛି ଯେ ନାୟର ସପୋର୍ଟ ଷ୍ଟାଫର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଓ ଜଣେ ଷ୍ଟାର ଖେଳାଳିଙ୍କ ମଧ୍ୟରେ ଚାଲିଥିବା ବିବାଦରେ ବଳି କା ବୋଦା ବନିଛନ୍ତି।”

ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ମାପିଚୁପି ବୟାନ ରଖିଛନ୍ତି। ସେ କହିଛନ୍ତି, “କିଛି କଥା ଚୂଡ଼ାନ୍ତ ହୋଇଛି। କିଛି ଦିନ ଭିତରେ ଆପଣମାନେ ବିସିସିଆଇ ପକ୍ଷରୁ ପ୍ରେସ ନୋଟ ପାଇବେ। ଏହାପରେ ଆପଣମାନେ ସବୁ କିଛି ଜାଣି ପାରିବେ।”

୪୧ ବର୍ଷୀୟ ନାୟର ଜଣେ ପୂର୍ବତନ ଅଲରାଉଣ୍ଡର। ସେ ଭାରତ ପାଇଁ ୩ଟି ଦିନିକିଆ ଖେଳିଛନ୍ତି। କିନ୍ତୁ ଘରୋଇ କ୍ରିକେଟରେ ଓ କୋଚିଂରେ ତାଙ୍କର ବେଶ ଦବଦବା ରହିଛି। ଗୌତମ ଗମ୍ଭୀର ଆଇପିଏଲରେ କେକେଆରର ମେଣ୍ଟୋର ରହିଥିଲେ।

ଏହି ସମୟରେ ନାୟର ଦଳର ବ୍ୟାଟିଂ କୋଚ ଭାବେ କାମ କରୁଥିଲେ। ଗମ୍ଭୀର ଭାରତୀୟ ଟିମର ମୁଖ୍ୟ କୋଚ ହେବା ପରେ ନାୟର ସହାୟକ କୋଚ ଭାବେ ଭାରତୀୟ ଟିମ ସହ ଯୋଗ ଦେଇଥିଲେ।

Bcci Gautam Gambhir Team India Abhishek Nayar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe