Advertisment

ଆଇପିଏଲ ୨୦୨୫: ଖେଳାଳିଙ୍କୁ ୨ ବର୍ଷର ବ୍ୟାନ ଧମକ ଦେଲା ବିସିସିଆଇ

ଆଇପିଏଲର ଗଭର୍ଣ୍ଣିଂ କାଉନସିଲ ବୈଠକ ବସିଥିଲା। ଏହି ବୈଠକରେ ନୂଆ ନିୟମ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହାକୁ ସବୁ ପ୍ରାଞ୍ଚାଇଜ ସମର୍ଥନ କରିଥିଲେ

author-image
Hemant Lenka
IPL

IPL

ଆଇପିଏଲ ୨୦୨୫ ମେଗା ଅକ୍ସନ ପୂର୍ବରୁ ବଡ଼ ପଦକ୍ଷେପ ନେଇଛି ବିସିସିଆଇ। ଖେଳାଳିଙ୍କୁ ବିସିସିଆଇ ଦେଇଛି ୨ ବର୍ଷର ବ୍ୟାନ ଚେତାବନୀ। ଯଦି କୌଣସି ଖେଳାଳି ଆଇପିଏଲରେ ନିଲାମ ହେବା ପରେ ବ୍ୟକ୍ତିଗତ କାରଣ ପାଇଁ ଟୁର୍ଣ୍ଣାମେଣ୍ଟରୁ ଓହିରି ଯିବେ, ତା’ହେଲେ ସେମାନଙ୍କୁ ୨ ବର୍ଷ ପାଇଁ ବ୍ୟାନ କରାଯିବ ବୋଲି ବିସିସିଆଇ କହିଛି।

Advertisment

ତେବେ ନିଲାମ ପରେ ଆହତ କିମ୍ବା ଅନ୍ୟ କୌଣସି ମେଡିକାଲ ଗ୍ରାଉଣ୍ଡରେ ଖେଳାଳିଙ୍କୁ ଟୁର୍ଣ୍ଣାମେଣ୍ଟରୁ ନାଁ ପ୍ରତ୍ୟାହାର ପାଇଁ ସୁଯୋଗ ମିଳିବ। ହେଲେ ଏଥିପାଇଁ ଘରୋଇ ବୋର୍ଡର ଅନୁମତି ଦରକାର ପଡ଼ିବ ବୋଲି ବିସିସିଆଇ ସ୍ପଷ୍ଟ କରିଛି। 

ଅନେକ ସମୟରେ କିଛି ବିଦେଶ ଖେଳାଳି ନିଲାମ ପରେ ଆଇପିଏଲରୁ ନିଜ ନାଁ ବ୍ୟକ୍ତିଗତ କାରଣ ପାଈଁ ପ୍ରତ୍ୟାହାର କରିବାର ନଜିର ରହିଛି। ନିଲାମ ପରେ ଏପରି ପଦକ୍ଷେପ ଖେଳାଳିମାନେ ନେଉଥିବାରୁ ପ୍ରାଞ୍ଚାଇଜମାନେ ଅଡ଼ୁଆରେ ପଡ଼ୁଥିଲେ। ସେମାନଙ୍କ ଟିମ କମ୍ବିନେସନରେ ମଧ୍ୟ ସମସ୍ୟା ଦେଖାଯାଉଥିଲା।

Advertisment

ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଏପରି ପଦକ୍ଷେପ ଗ୍ରହଣ କରିଛି। ଏହାକୁ ପ୍ରାଞ୍ଚାଇଜଙ୍କ ଠାରୁ ବରିଷ୍ଠ କ୍ରିକେଟମାନେ ସମର୍ଥନ କରିଛି। ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଇରଫାନ ପଠାନ ଏକ୍ସ ଯୋଗେ ବିସିସିଆଇର ବ୍ୟାନ ଚେତାବନୀକୁ ପ୍ରଶଂସା କରିଛନ୍ତି।

ଶନିବାର ଆଇପିଏଲର ଗଭର୍ଣ୍ଣିଂ କାଉନସିଲ ବୈଠକ ବସିଥିଲା। ଏହି ବୈଠକରେ ନୂଆ ନିୟମ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହାକୁ ସବୁ ପ୍ରାଞ୍ଚାଇଜ ସମର୍ଥନ କରିଥିଲେ। କାରଣ ନିଲାମ ପରେ କିଛି ଖେଳାଳି ନାଁ ପ୍ରତ୍ୟାହାର କରୁଥିବା ଉପଯୁକ୍ତ ବଦଳ ଖେଳାଳି ପାଇବାରେ ଟିମକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି।

ଅନ୍ୟପକ୍ଷରେ ଆପିଏଲରେ ରିଟେନ ଖେଳାଳି ସୀମାକୁ ୫କୁ ବୃଦ୍ଧି କରାଯାଇଛି। ଗୋଟିଏ ଦଳ ସର୍ବାଧିକ ୫ ଖେଳାଳିଙ୍କୁ ନିଲାମ ପୂର୍ବରୁ ନିଜ ପାଖରେ ରଖି ପାରିବ। ସେହିପରି ରାଇଟ ଟୁ ମ୍ୟାଚ୍‌ କାର୍ଡ ମଧ୍ୟ ବ୍ୟବହାର କରିପାରିବ।

ଯଦି କୌଣସି ଖେଳାଳିଙ୍କୁ ପୁରୁଣା ପ୍ରାଞ୍ଚାଇଜ ନେବାକୁ ଚାହୁଁଛନ୍ତି, ତା’ହେଲେ ନିଲାମରେ ସେ ଯେତି ଟଙ୍କାରେ ବିକ୍ରି ହେବାକୁ ଯାଉଥିବେ ସେତିକି ଟଙ୍କା ଦେଇ କିଣି ପାରିବେ। ଏହାକୁ ଆରଟିଏମ କୁହାଯାଏ।

ଏହାବାଦ ପୂର୍ବରୁ ପ୍ରାଞ୍ଚାଇଜଗୁଡ଼ିକ ସର୍ବାଧିକ ୧୦୦ କୋଟି ଟଙ୍କା ବଳରେ ଖେଳାଳି କିଣୁଥିଲେ। କିନ୍ତୁ ଏବେ ଏହାକୁ ୧୨୦ କୋଟି ଟଙ୍କା କରାଯାଇଛି।

Bcci IPL Auction IPL 2025