Advertisment

Asia Cup: ‘ଟ୍ରଫି ଚୋର’ ନକଭୀଙ୍କୁ କଡ଼ା ଇ-ମେଲ ପଠାଇଲା ବିସିସିଆଇ, ଦେଲା ଏମିତି ଚେତାବନୀ

ପୂରା ବିବାଦରେ ବିସିସିଆଇକୁ ଶ୍ରୀଲଙ୍କା ଓ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ସମର୍ଥନ ହାସଲ କରିଛି। ଉଭୟ କ୍ରିକେଟ ବୋର୍ଡ ଭାରତକୁ ଟ୍ରଫି ହସ୍ତାନ୍ତର କରିବାକୁ ନକଭୀଙ୍କୁ କହିଛନ୍ତି। ହେଲେ ନକଭୀ ନିଜ ଜିଦରେ ଅଟଳ ରହିଛନ୍ତି।

asi-cup

ନକଭୀ

Advertisment

ଏସିଆ କପ(Asia Cup) ଜିତିବା ସତ୍ତ୍ୱେ ଭାରତୀୟ କ୍ରିକେଟ ଟିମକୁ ଟ୍ରଫି ନ ଦେଇ ନିଜ ସହ ନେଇ ଯାଇଥିବା ଏସିସି ଅଧ୍ୟକ୍ଷ ମୋହଶିନ ନକଭୀଙ୍କ ଅଡ଼ୁଆ ବଢ଼ିଛି। ଏସିସି ଅଧ୍ୟକ୍ଷ ସହ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖିଆ ଭାବେ କାମ କରୁଥିବା ନକଭୀଙ୍କୁ ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଗୋଟିଏ ଇ-ମେଲ ପଠାଯାଇଛି।

Advertisment

ବିଜେତା ଭାରତକୁ ଏସିଆ କପ ଟ୍ରଫି ତୁରନ୍ତ ହସ୍ତାନ୍ତର କରିବାକୁ ବିସିସିଆଇ ଇ-ମେଲରେ କଡ଼ା ଭାବେ କହିଛି। ନଚେତ ଏହା ବିରୋଧରେ ଆଇସିସିରେ ଅଭିଯୋଗ କରାଯିବ ବୋଲି ବିସିସିଆଇ ସ୍ପଷ୍ଟ ଭାବେ ନକଭୀଙ୍କୁ ଶୁଣାଇ ଦେଇଛି। 

ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି ଯେ ଇ-ମେଲ କରିବା ପରେ ନକଭୀଙ୍କ ଜବାବକୁ ସେମାନେ ଅପେକ୍ଷା କରିଛନ୍ତି। ଯଦି ନକଭୀ କିମ୍ବା ଏସିସି ପକ୍ଷରୁ କୌଣସି ଜବାବ ନ ମିଳିବ, ତା’ହେଲେ ପ୍ରସଙ୍ଗକୁ ତୀବ୍ର କରାଯିବ। ଆଇସିସିକୁ ଇ-ମେଲ ଯୋଗେ ବିଧିବଦ୍ଧ ଭାବେ ବିସିସିଆଇ ପୂରା ଘଟଣା ସମ୍ପର୍କରେ ଅବଗତ କରାଇବ। ବିସିସିଆଇ ନିୟମ ଅନୁସାରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବ ବୋଲି ସାଇକିଆ ସୂଚନା ଦେଇଛନ୍ତି।

Advertisment

ଏସିଆ କପ ଟ୍ରଫି ଏବେ ଦୁବାଇ ସ୍ଥିତ ଏସିସି ଅଫିସରେ ରହିଛି। ଭାରତ ଏସିଆ କପ ଫାଇନାଲ ଜିତିଥିଲେ ହେଁ ନକଭୀଙ୍କ ହାତରୁ ଟ୍ରଫି ନେବାକୁ ମନା କରିଦେଇଥିଲା। ଏଥିପାଇଁ ନକଭୀ ସେବେଠାରୁ ଏହାକୁ ନେଇ ଚାଲି ଯାଇଛନ୍ତି। ପୂରା ବିବାଦରେ ବିସିସିଆଇକୁ ଶ୍ରୀଲଙ୍କା ଓ ଆଫଗାନିସ୍ତାନ କ୍ରିକେଟ(Cricket) ବୋର୍ଡର ସମର୍ଥନ ହାସଲ କରିଛି। ଉଭୟ କ୍ରିକେଟ ବୋର୍ଡ ଭାରତକୁ ଟ୍ରଫି ହସ୍ତାନ୍ତର କରିବାକୁ ନକଭୀଙ୍କୁ କହିଛନ୍ତି। ହେଲେ ନକଭୀ ନିଜ ଜିଦରେ ଅଟଳ ରହିଛନ୍ତି। 

ବିସିସିଆଇର କେହି ଜଣେ ପ୍ରତିନିଧି ଦୁବାଇ ଆସି ତାଙ୍କ ଠାରୁ ଟ୍ରଫି ଗ୍ରହଣ କରନ୍ତୁ ବୋଲି ନକଭୀ ଚାହୁଁଛନ୍ତି। ତେଣୁ ପୂରା ଘଟଣା ଯଥାପୂର୍ବଂ ତଥା ପରଂମ ସ୍ଥିତିରେ ରହିଛି। ବିସିସିଆଇ ନକଭୀଙ୍କ ଠାରୁ ଟ୍ରଫି ଗ୍ରହଣ କରିବ ନାହିଁ ବୋଲି ରୋକଠୋକ ମନା କରିଦେଇଛି। ତେଣୁ ପ୍ରସଙ୍ଗ ଆଇସିସି ବୈଠକରେ ଉଠିବା ଏକ ପ୍ରକାରର ନିଶ୍ଚିତ ହୋଇଛି ବୋଲି ଏସିସି ସୂତ୍ରରୁ ଜଣାପଡ଼ିଛି। 

Cricket Asia Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe