Advertisment

ସବୁଠାରୁ ସୁନ୍ଦର କ୍ରିକେଟ ଷ୍ଟାଡିୟମର ଫଟୋ ଶେୟାର କଲା ଆଇସିସି

ଦୁବାଇ: ବାଲୋଚିସ୍ତାନରେ ତିଆରି ହୋଇଥିବା ଗୋଟିଏ କ୍ରିକେଟ ଷ୍ଟାଡିୟମର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଚାରିପଟେ ବଡ଼ବଡ଼ ଖଣ୍ଡିଆ ପାହାଡ଼ ରହିଥିଲେ ହେଁ ଏହାର ମଧ୍ୟ ଭାଗରେ ସବୁଜ ଘାସ ଗାଲିଚାର ସୁନ୍ଦର ଷ୍ଟାଡିୟମ ତିଆରି କରାଯାଇଛି। ଗୱାଦର ଷ୍ଟାଡିୟମର ଦୃଶ୍ୟକୁ ଯିଏ ବି ଦେଖୁଛି, ସେ ଏହାର ସୁନ୍ଦରତାରେ ବିମୋହିତ ହୋଇ ଯାଉଛି। ଆଇସିସି ପକ୍ଷରୁ ଏହାର ଏକାଧିକ ଫଟୋ ଟ୍ୱିଟ କରାଯାଇଛି। ଏଥିସହ ଗୱାଦର କ୍ରିକେଟ ଷ୍ଟାଡିୟମ ତୁଳନାରେ ଆଉ କେଉଁ […]

author-image
Hemant Lenka
ଅଦ୍ୟତନ ହୋଇଛି
ସବୁଠାରୁ ସୁନ୍ଦର କ୍ରିକେଟ ଷ୍ଟାଡିୟମର ଫଟୋ ଶେୟାର କଲା ଆଇସିସି

Cricket

ଦୁବାଇ: ବାଲୋଚିସ୍ତାନରେ ତିଆରି ହୋଇଥିବା ଗୋଟିଏ କ୍ରିକେଟ ଷ୍ଟାଡିୟମର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଚାରିପଟେ ବଡ଼ବଡ଼ ଖଣ୍ଡିଆ ପାହାଡ଼ ରହିଥିଲେ ହେଁ ଏହାର ମଧ୍ୟ ଭାଗରେ ସବୁଜ ଘାସ ଗାଲିଚାର ସୁନ୍ଦର ଷ୍ଟାଡିୟମ ତିଆରି କରାଯାଇଛି।

Advertisment

ଗୱାଦର ଷ୍ଟାଡିୟମର ଦୃଶ୍ୟକୁ ଯିଏ ବି ଦେଖୁଛି, ସେ ଏହାର ସୁନ୍ଦରତାରେ ବିମୋହିତ ହୋଇ ଯାଉଛି। ଆଇସିସି ପକ୍ଷରୁ ଏହାର ଏକାଧିକ ଫଟୋ ଟ୍ୱିଟ କରାଯାଇଛି। ଏଥିସହ ଗୱାଦର କ୍ରିକେଟ ଷ୍ଟାଡିୟମ ତୁଳନାରେ ଆଉ କେଉଁ ସ୍ଥାନରେ ସୁନ୍ଦର ଷ୍ଟାଡିୟମ ରହିଛି, ତା’ର ଫଟୋ ଶେୟାର କରିବାକୁ ମଧ୍ୟ ଆଇସିସି କ୍ରିକେଟ ପ୍ରେମୀଙ୍କୁ କହିଛି।

Advertisment


ଏହି ଷ୍ଟାଡିୟମଟିର ଚାରିପାଖରେ ସୁଉଚ୍ଚ ପାହାଡ଼ ରହିଛି। ହେଲେ କ୍ରିକେଟ ପଡ଼ିଆଟି ସଂପୂର୍ଣ୍ଣ ସବୁଜ ବଳୟର ହୋଇଛି। ପାହାଡ଼କୁ କାଟା ଯାଇ ଏହି ଷ୍ଟାଡିୟମକୁ ଅତ୍ୟନ୍ତ ସୁନ୍ଦର ଢଙ୍ଗରେ ତିଆରି କରାଯାଇଛି। ଏହାର ଫଟୋକୁ ଦେଖି ଦକ୍ଷିଣ ଆଫ୍ରିକାର ବାମହାତୀ ସ୍ପିନର ତବ୍ରିଜ ଶାମସି କହିଛନ୍ତି, “କ’ଣ ଆମେ ୩ୟ ଟି-୨୦କୁ ଏହି ପଡ଼ିଆକୁ ସ୍ଥାନାନ୍ତର କରିପାରିବା କି? ଏହା ଦେଖିବାକୁ ଅତ୍ୟନ୍ତ ଚମତ୍କାର। ମୋ ଆଖିରେ ୩ଟି ସୁନ୍ଦର ଷ୍ଟାଡିୟମ ହେଲା-ନ୍ୟୁଲ୍ୟାଣ୍ଡସ, ଭାରତର ଧର୍ମଶାଳା ଓ ଏବେ ଏହି ଗୱାଦର ଷ୍ଟାଡିୟମ।”


କେବଳ ଶାମସି ନୁହନ୍ତି, ଅନେକ କ୍ରିକେଟ ପ୍ରେମୀ ଓ ପୂର୍ବତନ କ୍ରିକେଟର ମଧ୍ୟ ଗୱାଦର ଷ୍ଟାଡିୟମକୁ ଦେଖି ପ୍ରଶଂସା କରିଛନ୍ତି।