Advertisment

ଅଶ୍ୱିନଙ୍କ ଅପ୍ରତ୍ୟାଶିତ ଅବସର ପଛରେ ଗମ୍ଭୀରଙ୍କ ଭୂମିକା କ’ଣ?

ଗାବା ଟେଷ୍ଟ ଶେଷ ହେବା କ୍ଷଣି ଅଶ୍ୱିନ ହଠାତ୍‌ କ୍ୟାମେରା ସାମ୍ନାକୁ ଆସିଥିଲେ ଓ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କଥା ଘୋଷଣା କରିଥିଲେ। ହେଲେ ହଠାତ କ’ଣ ପାଇଁ ସେ ଅବସର ଘୋଷଣା କଲେ, ସେକଥା ନ କହି ସାମ୍ବାଦିକ ସମ୍ମିଳନୀରୁ ଚାଲି ଯାଇଥିଲେ।

author-image
Hemant Lenka
Ravichandran Ashwin

Ravichandran Ashwin

ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ ଟେଷ୍ଟକୁ ଭାରତ ନାଟକୀୟ ଢଙ୍ଗରେ ଡ୍ର କରି ଦେବାରୁ ପୂରା ଡ୍ରେସିଂ ରୁମ ଉତ୍ସାହିତ ହୋଇପଡ଼ିଥିଲା। କିନ୍ତୁ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ଅଧାରୁ ରବିଚନ୍ଦ୍ରନ ଅଶ୍ୱିନଙ୍କ ଅପ୍ରତ୍ୟାଶିତ ଅବସର ଏହି ଉତ୍ସାହକୁ ସଂପୂର୍ଣ୍ଣ ଫିକା ପକାଇ ଦେଇଛି।

Advertisment

ଗାବା ଟେଷ୍ଟ ଶେଷ ହେବା କ୍ଷଣି ଅଶ୍ୱିନ ହଠାତ୍‌ କ୍ୟାମେରା ସାମ୍ନାକୁ ଆସିଥିଲେ ଓ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କଥା ଘୋଷଣା କରିଥିଲେ। ହେଲେ ହଠାତ କ’ଣ ପାଇଁ ସେ ଅବସର ଘୋଷଣା କଲେ, ସେକଥା ନ କହି ସାମ୍ବାଦିକ ସମ୍ମିଳନୀରୁ ଚାଲି ଯାଇଥିଲେ।

କ୍ରିକେଟ ପ୍ରେମୀଙ୍କୁ ଅଶ୍ୱିନଙ୍କ ହଠାତ ଅବସର ଖବର ଚକିତ କରିଛି। ହେଲେ ଅଶ୍ୱିନଙ୍କୁ କ୍ରିକେଟ ପିଚ୍‌ରୁ ଯେଉଁମାନେ ଅନୁସରଣ କରୁଛନ୍ତି, ସେମାନେ ଭଲ ଭାବେ ଜାଣିଛନ୍ତି ଯେ ସବୁ କିଛି ଠିକ ଠାକ ନାହିଁ।

Advertisment

ବର୍ଡର-ଗାଭାସ୍କର ଟ୍ରଫି ଅଧାରେ ଅଶ୍ୱିନ କାହିଁକି ଅବସର ଘୋଷଣା କଲେ ଓ ଏହା ପଛରେ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ଭୂମିକା କ’ଣ ରହିଛି?

୧- ଚୂଡ଼ାନ୍ତ ଏକାଦଶରେ ଯଦି ସୁଯୋଗ ମିଳିବାର ଗ୍ୟାରେଣ୍ଟୀ ନାହିଁ, ତା’ହେଲେ ଅଶ୍ୱିନ ବର୍ଡର-ଗାଭାସ୍କର ଟ୍ରଫି ଖେଳିବା ପାଇଁ ଅଷ୍ଟ୍ରେଲିଆ ଯିବାକୁ ଆଦୌ ଚାହୁଁ ନଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ରୋହିତ ଶର୍ମା ଆଣ୍ଡ କୋ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୦-୩ରେ ଟେଷ୍ଟ ସିରିଜ ହାରିଥିଲା। ଏହାପରେ ଅଶ୍ୱିନ ତାଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ସେବିଷୟରେ ଭାବିବା ଆରମ୍ଭ କରିଥିଲେ।

ଅଷ୍ଟ୍ରେଲିଆ ଟୁରରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖାଯିବ କି ନାହିଁ, ତା’ର ଗ୍ୟାରେଣ୍ଟୀ ମଧ୍ୟ ସେ ଚୟନକର୍ତ୍ତାଙ୍କ ଠାରୁ ଚାହିଁଥିଲେ। ଭାରତ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ତୃତୀୟ ସ୍ପିନର ଭାବେ ୱାଶିଂଟନ ସୁନ୍ଦରଙ୍କୁ ସାମିଲ କରିଥିଲେ ହେଁ ଅଶ୍ୱିନଙ୍କୁ ଚୂଡ଼ାନ୍ତ ଏକାଦଶର ଗ୍ୟାରେଣ୍ଟୀ ମିଳିଥିଲା। ଏଥିପାଇଁ ସେ ଅଷ୍ଟ୍ରେଲିଆ ଯାଇଥିଲେ।

୨- ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ତଥା ପର୍ଥ ଟେଷ୍ଟରେ ଅଶ୍ୱିନଙ୍କୁ ଝଟକା ଲାଗିଥିଲା। ତାଙ୍କ ବଦଳରେ ଚୂଡ଼ାନ୍ତ ଏକାଦଶରେ ସୁନ୍ଦରଙ୍କୁ ସୁଯୋଗ ମିଳିଥିଲା। ଅଶ୍ୱିନଙ୍କ ପାଖରେ ଅଭିଜ୍ଞତା ଥିବା ବେଳେ ସେ ସୁନ୍ଦରଙ୍କ ଭଳି ଜଣେ ଅଫ ସ୍ପିନର। ଉଭୟଙ୍କ ପ୍ରୋଫାଇଲ ମଧ୍ୟ ପ୍ରାୟ ସମାନ। ହେଲେ ସୁନ୍ଦରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବାରୁ ଏହା ଅଶ୍ୱିନଙ୍କୁ ଆଘାତ ଦେଇଥିଲା। ଏହି ସମୟରେ ଅଶ୍ୱିନ ସିରିଜର ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ରହିବେ କି ନାହିଁ, ସେନେଇ ଚିନ୍ତା କରିବା ଆରମ୍ଭ କରିଥିଲେ।

୩- ପର୍ଥ ଟେଷ୍ଟକୁ ବିଳମ୍ବରେ ଆସିଥିବା ଦଳର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସହ ଅଶ୍ୱିନ ନିଜର ସ୍ଥିତି କଥା କହିବା ସହ ଅବସର ସମ୍ପର୍କରେ ଆଲୋଚନା କରିଥିଲେ। ଟିମରେ ତାଙ୍କର ଆଉ ଆବ୍ୟଶକ ନଥିବା ଅଶ୍ୱିନ କହିଥିଲେ। ତେବେ ରୋହିତ ତାଙ୍କୁ ବୁଝାସୁଝା କରି ପିଙ୍କ ବଲ ଟେଷ୍ଟ ଶେଷ ହେବା ଯାଏ ଅବସର ନ ନେବାକୁ କହିଥିଲେ। ଏଥିସହ ପିଙ୍କ ବଲ ଟେଷ୍ଟରେ ସେ ଚୂଡ଼ାନ୍ତ ଏକାଦଶରେ ରହିବେ ବୋଲି ରୋହିତ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ମଧ୍ୟ ରୋହିତ ପୂରଣ କରିଛନ୍ତି।

୪- ବ୍ରିସବେନ ଟେଷ୍ଟରେ ସ୍ଥିତି ବଦଳି ଯାଇଥିଲା। ଅଶ୍ୱିନଙ୍କୁ ବାଦ ଦେଇ ଚୂଡ଼ାନ୍ତ ଏକାଦଶରେ ରବୀନ୍ଦ୍ର ଜାଡେଜାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ଏହି ଘଟଣା ପରେ ଅଶ୍ୱିନ ନିଜ କ୍ୟାରିୟରକୁ ନେଇ ପୂରା ସ୍ପଷ୍ଟ ସୂଚନା ପାଇଯାଇଥିଲେ। ଜାଡେଜା ୭୭ ରନର ଇନିସଂ ଖେଳିବା ପରେ ଅଶ୍ୱିନ ନିଜର ସ୍ଥାନ ଆଉ ଚୂଡ଼ାନ୍ତ ଏକାଦଶରେ ନଥିବା ବୁଝି ଯାଇଥିଲେ।

୫- କୁହାଯାଉଛି ଯେ ସିଡ୍‌ନୀ ଟେଷ୍ଟରେ ଭାରତ ୨ ଜଣ ସ୍ପିନରଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖିପାରେ। କିନ୍ତୁ ଅଶ୍ୱିନ ବୁଝି ସାରିଛନ୍ତି ଯେ ସେ ସିଡନୀରେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ବହୁତ କମ। ବର୍ତ୍ତମାନ ସ୍ଥିତିରେ ଅଶ୍ୱିନ ଭାରତର ତୃତୀୟ ସ୍ପିନର ହୋଇସାରିଛନ୍ତି। ଟିମ ମ୍ୟାନେଜମେଣ୍ଟ ଜାଡେଜା-ସୁନ୍ଦର ଯୋଡ଼ିଙ୍କୁ ଅଧିକ ଗୁରୁତ୍ୱ ଦେଉଛି।

୬- ପର୍ଥ ଟେଷ୍ଟରେ ରୋହିତ ଶର୍ମା ଉପଲବ୍ଧ ନଥିଲେ। ମୁଖ୍ୟ କୋଚ ଗୌତମ ଗମ୍ଭୀର ବଡ଼ ନିଷ୍ପତ୍ତି ନେବା ସହ ଭାରତର ୧ନଂ ପସନ୍ଦର ସ୍ପିନର ପ୍ରଥମ ଟେଷ୍ଟରେ ଖେଳିବେ ବୋଲି କହିଥିଲେ। ଏହି ସମୟରେ ଅଶ୍ୱିନ ଭାବିଥିଲେ ଯେ ସେ ପର୍ଥ ଟେଷ୍ଟରେ ଖେଳିବାକୁ ଯାଉଛନ୍ତି। କିନ୍ତୁ ଗମ୍ଭୀର ସୁନ୍ଦରଙ୍କୁ ଦଳର ପ୍ରଥମ ପସନ୍ଦର ସ୍ପିନରର ଆଖ୍ୟା ଦେଇ ପର୍ଥ ଟେଷ୍ଟ ଖେଳାଇଥିଲେ। ଏହା ଅଶ୍ୱିନଙ୍କୁ ଖୁବ ଆଘାତ ଦେଇଥିଲା।

୭- ବର୍ତ୍ତମାନ ଅଶ୍ୱିନଙ୍କୁ ୩୮ ବର୍ଷ। ୨୦୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ସାଇକେଲ ଯାଏ ସେ ଖେଳି ପାରିବା ପ୍ରାୟତଃ ଅସମ୍ଭବ। ୨୦୨୪ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବା ଭାରତ ପାଇଁ କାଠିକର ପାଠ। ଏପରି ସ୍ଥିତିରେ ଅଶ୍ୱିନ ୨୦୨୭ ଯାଏ ରହିବାର ଗ୍ୟାରେଣ୍ଟୀ ନାହିଁ। ବୟସ ଦୃଷ୍ଟିରୁ ଚୟନକର୍ତ୍ତା ତାଙ୍କୁ ବାଦ ଦେବା ପୂର୍ବରୁ ଅଶ୍ୱିନ ନିଜ ଆଡ଼ୁ ଅବସର ନେଇ ଯାଇଛନ୍ତି।

Ravichandran Ashwin Test Cricket Test Match