stokes
ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଚେପକରୁ ମଜାଳିଆ ଭିଡିଓ ସାମ୍ନାକୁ ଆସିଛି। ଭାରତର ଦ୍ୱିତୀୟ ଇନିଂସରେ ବୋଲିଂ କରି ନଥିବା ଇଂଲିଶ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ଗୋଟିଏ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାରତର ବ୍ୟାଟିଂ ବେଳେ ପଡ଼ିଆରେ ଫିଲ୍ଡିଂ କରିଥିବା ବେନ୍ ଷ୍ଟୋକ୍ସ ଦର୍ଶକଙ୍କୁ ଉତ୍ସାହିତ କରିବା ପାଇଁ ଗୋଟିଏ ଅଜବ କାଣ୍ଡ କରିଛନ୍ତି। ସେ ଓଭର ବ୍ରେକ୍ ବେଳେ ହଠାତ୍ ପଡ଼ିଆରେ ଓଲଟା ଚାଲିବା ଆରମ୍ଭ କରିଥିଲେ। ସେ ହାତ ତଳେ ରଖି ନିଜର ଦୁଇଟି ଯାକ ଗୋଡ଼ ଶୂନ୍ୟକୁ କରି ଦେଇଥିଲେ। ଏହାପରେ ହାତ ଦ୍ୱାରା ସେ ଚାଲିବା ଆରମ୍ଭ କରିଥିଲେ। ଏପରି କି ଗୋଡ଼ ଶୂନ୍ୟରେ ଓ ହାତ ତଳେ ରଖି ଷ୍ଟୋକ କିଛି ସମୟ ସେମିତି ପଡ଼ିଆରେ ନିଜର କଳା ଦେଖାଇଥିଲେ। ଏହାକୁ ଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ଲୋକମାନେ ତାଳିମାରି ତାଙ୍କୁ ବେଶ ଉତ୍ସାହିତ କରିଥିଲେ।
ସୂଚନାଯୋଗ୍ୟ, ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍ରେ ଭାରତ ୩୨୯ କରିଥିବା ବେଳେ ଇଂଲଣ୍ଡ ମାତ୍ର ୧୩୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ଦ୍ୱିତୀୟ ଇନିଂସ୍ରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଦମଦାର ଶତକ ବଳରେ ୨୮୬ ରନ୍ କରିଛି। ଫଳରେ ଇଂଲଣ୍ଡକୁ ୪୮୨ ରନ୍ର ଟାର୍ଗେଟ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/stokes.jpg)