Advertisment

ରାଜସ୍ଥାନ ରୟାଲ୍ସକୁ ଶକ୍ତ ଝଟକା: ପୂରା ଆଇପିଏଲ୍‌ରୁ ଷ୍ଟୋକ୍ସ ଆଉଟ

ଜୟପୁର: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସକୁ ଶକ୍ତ ଝଟକା ଲାଗିଛି। ଦଳର ଷ୍ଟାର ଅଲରାଉଣ୍ଡର ତଥା ଇଲିଂଶ ତାରକା ବେନ ଷ୍ଟୋକ୍ସ ଆଇପିଏଲର ୧୪ତମ ସଂସ୍କରଣରୁ ବାଦ ପଡ଼ିଛନ୍ତି। ସେ ରାଜସ୍ଥାନ ପକ୍ଷରୁ ପଞ୍ଜାବ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିଥିଲେ। ଫିଲ୍ଡିଂ ବେଳେ ତାଙ୍କ ହାତରେ ଆଘାତ ଲାଗିଥିଲା। ଏକ୍ସରେ ପରେ ତାଙ୍କୁ ଆଙ୍ଗୁଠି ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଏହି କାରଣରୁ ସେ ପୂରା ଆଇପିଏଲରୁ ବାଦ ପଡ଼ିଛନ୍ତି। ଫିଲ୍ଡିଂ ବେଳେ ସେ ଆହତ ହୋଇଥିଲେ ହେଁ […]

ରାଜସ୍ଥାନ ରୟାଲ୍ସକୁ ଶକ୍ତ ଝଟକା: ପୂରା ଆଇପିଏଲ୍‌ରୁ ଷ୍ଟୋକ୍ସ ଆଉଟ

Ben-stokes

Advertisment

ଜୟପୁର: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସକୁ ଶକ୍ତ ଝଟକା ଲାଗିଛି। ଦଳର ଷ୍ଟାର ଅଲରାଉଣ୍ଡର ତଥା ଇଲିଂଶ ତାରକା ବେନ ଷ୍ଟୋକ୍ସ ଆଇପିଏଲର ୧୪ତମ ସଂସ୍କରଣରୁ ବାଦ ପଡ଼ିଛନ୍ତି। ସେ ରାଜସ୍ଥାନ ପକ୍ଷରୁ ପଞ୍ଜାବ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିଥିଲେ। ଫିଲ୍ଡିଂ ବେଳେ ତାଙ୍କ ହାତରେ ଆଘାତ ଲାଗିଥିଲା। ଏକ୍ସରେ ପରେ ତାଙ୍କୁ ଆଙ୍ଗୁଠି ଭାଙ୍ଗି ଯାଇଥିବା ଜଣାପଡ଼ିଛି।

Advertisment

ଏହି କାରଣରୁ ସେ ପୂରା ଆଇପିଏଲରୁ ବାଦ ପଡ଼ିଛନ୍ତି। ଫିଲ୍ଡିଂ ବେଳେ ସେ ଆହତ ହୋଇଥିଲେ ହେଁ ଉକ୍ତ ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ଆସିଥିଲେ। ଅବଶ୍ୟ ସେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରି ଯାଇଥିଲେ।

ବେନ୍‌ ଷ୍ଟୋକ୍ସ ରାଜସ୍ଥାନ ଟିମ୍‌ର ମୁଖ୍ୟ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ଉପରେ ଦଳ ସବୁବେଳେ ନିର୍ଭର କରିଥାଏ। ନିକଟରେ ଭାରତ ବିପକ୍ଷ ୩ଟି ଯାକ ଫର୍ମାଟରେ ସେ ଇଂଲଣ୍ଡ ପାଇଁ ଖେଳିଥିଲେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ କୁହାଯାଇଛି ଯେ “୧୨ ତାରିଖରେ ପଞ୍ଜାବ ବିପକ୍ଷ ମ୍ୟାଚ୍‌ ଷ୍ଟୋକ୍ସ ଖେଳିଥିଲେ। ଫିଲ୍ଡିଂ କରିବା ବେଳେ ତାଙ୍କ ବାମ ହାତର ଅଙ୍ଗୁଳିରେ ଆଘାତ ଲାଗିଥିଲା। ତଥାପି ସେ ବ୍ୟାଟିଂ କରିବାକୁ ଯାଇଥିଲେ।

Advertisment

ମ୍ୟାଚ୍‌ ପରେ ତାଙ୍କ ହାତର ଏକ୍ସରେ କରାଯାଇଥିଲା। ଏହି ସମୟରେ ତାଙ୍କର ଗୋଟିଏ ଆଙ୍ଗୁଠି ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଦୁର୍ଭାଗ୍ୟଶତଃ ଏହି କାରଣ ପାଇଁ ସେ ୨୦୨୧ ଆଇପିଏଲରୁ ସଂପୂର୍ଣ୍ଣ ଭାବେ ବାଦ ପଡ଼ିଛନ୍ତି। ସେ ଦଳ ପାଇଁ ଅନେକ ଯୋଗଦାନ ଦେଇଛନ୍ତି। ପୂରା ରାଜସ୍ଥାନ ରୟାଲ୍ସ ପରିବାର ତାଙ୍କ ଆରୋଗ୍ୟ କାମନା କରୁଛି।”

ଅନ୍ୟପକ୍ଷରେ ଷ୍ଟୋକ୍ସ ଆହତ ହୋଇଥିଲେ ହେଁ ପୂରା ସଂସ୍କରଣରେ ଟିମ୍‌ ସହ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେବେ ରାଜସ୍ଥାନ ଷ୍ଟୋକ୍ସଙ୍କ ବଦଳ ଖେଳାଳି ଖୋଜିବା ଆରମ୍ଭ କରିଛି। ପଞ୍ଜାବ ବିପକ୍ଷ ୧୦ମ ଓଭରରେ କ୍ରିସ୍ ଗେଲଙ୍କ କ୍ୟାଚକୁ ଧରିବା ବେଳେ ହିଁ ତାଙ୍କ ହାତରେ ବଲ ମାଡ଼ ହୋଇଥିଲା।

IPL2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe