Advertisment

ପାକିସ୍ତାନର ସବୁ ଆଶାରେ ପାଣି ପକାଇଲା ଇଂଲଣ୍ଡ, ବଡ଼ ସ୍କୋର ଅଭିମୁଖେ ଇଂଲିଶ ଟିମ

ପାକିସ୍ତାନର ସେମି ଖେଳିବା ସ୍ୱପ୍ନ ଏକ ପ୍ରକାରର ଶେଷ ହୋଇ ଯାଇଛି। ଏହାର ଅର୍ଥ ଭାରତ ଆସନ୍ତା ବୁଧବାର ନ୍ୟୁଜିଲ୍ୟାଣ୍ଡକୁ ଚଳିତ ବଶ୍ୱକପର ସେମି ଫାଇନାଲରେ ଭେଟିବ।

author-image
Hemant Lenka
Pakistan

Pakistan

ସେମି ଫାଇନାଲରେ ପ୍ରବେଶ ପାଇଁ ଅସମ୍ଭବ ଟାର୍ଗେଟ ପାଇଥିବା ପାକିସ୍ତାନର ସବୁ ଆଶାରେ ପାଣି ପକାଇ ଦେଇଛି ଇଂଲଣ୍ଡ। ସେମି ଫାଇନାଲରେ ପ୍ରବେଶ ପାଇଁ ପାକିସ୍ତାନକୁ ଆଜି ତା’ର ଶେଷ ମ୍ୟାଚ୍‌ରେ ଇଂଲଣ୍ଡକୁ ବିଶାଳ ବ୍ୟବଧାନରେ ହରାଇବାର ଥିଲା। କିନ୍ତୁ କୋଲକାତାରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଏବେ ବଡ଼ ସ୍କୋର ଅଭିମୁଖେ ଯାଉଛି।

Advertisment

ତେଣୁ ପାକିସ୍ତାନର ସେମି ଖେଳିବା ସ୍ୱପ୍ନ ଏକ ପ୍ରକାରର ଶେଷ ହୋଇ ଯାଇଛି। ଏହାର ଅର୍ଥ ଭାରତ ଆସନ୍ତା ବୁଧବାର ନ୍ୟୁଜିଲ୍ୟାଣ୍ଡକୁ ଚଳିତ ବଶ୍ୱକପର ସେମି ଫାଇନାଲରେ ଭେଟିବ।

ପାକିସ୍ତାନକୁ ସେମି ଫାଇନାଲକୁ ଯିବା ପାଇଁ ଆଜି ପ୍ରଥମେ ବ୍ୟାଟିଂ କରିବାର ଥିଲା। ଦଳ ପ୍ରଥମେ ବ୍ୟାଟିଂ କରିଥିଲେ ହୁଏତ ୪୦୦ରୁ ଅଧିକ ରନ କରି ଇଂଲଣ୍ଡକୁ ଯଦି ୧୦୦ ଭିତରେ ଅଲଆଉଟ କରି ଦେଇଥାଆନ୍ତା, ତା’ହେଲେ ସମ୍ଭବତଃ ସେମି ଟିକେଟ ହାତେଇ ଥାଆନ୍ତା।  ହେଲେ ଆଜି ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।

Advertisment

ଯଦି ପାକିସ୍ତାନ ବୋଲିଂରେ କମାଲ କରି ଇଂଲଣ୍ଡକୁ ୧୦୦ ରନ ଭିତରେ ଅଲଆଉଟ କରି ଦେଇଥାଆନ୍ତା ଓ ମ୍ୟାଚ୍‌କୁ ସର୍ବାଧିକ ୪ ଓଭର ମଧ୍ୟରେ ଜିତି ନେଇଥାଆନ୍ତା, ତା’ହେଲେ ସେମି ଫାଇନାଲ ଟିକେଟ ପାଇଥାଆନ୍ତା।

କିନ୍ତୁ ଏବେ ଯାହା ସ୍ଥିତି ଇଂଲଣ୍ଡ ୩୦୦ରୁ ଅଧିକ ରନ କରିବା ସ୍ଥିତିରେ ରହିଛି। ଦଳ ଦୁଇ ଓପନରଙ୍କୁ ହରାଇଥିଲେ ମଧ୍ୟ ୧୮୦ରୁ ଅଧିକ ରନ କରି ସାରିଲାଣି। କ୍ରିଜରେ ବେନ ଷ୍ଟୋକ୍ସ ଓ ଜୋ ରୁଟ ମଧ୍ୟ ପୂରା ସେଟ ହୋଇଗଲେଣି। ତେଣୁ ପାକିସ୍ତାନ ଆଜିର ମ୍ୟାଚ୍‌ ଜିତିବ କି ନାହିଁ, ତା’ହା ମଧ୍ୟ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। 

ଟସ୍‌ ଜିତି ଇଡେନ ଗାର୍ଡେନ୍ସରେ ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ପାଇଁ ଡାୱିଡ ମଲାନ ଓ ଜନ୍ନି ବେୟାରଷ୍ଟୋ ଠିକଠାକ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୮୨ ରନ ମଧ୍ୟ ଯୋଡ଼ିଥିଲେ। ତେବେ ୩୯ ବଲରେ ୩୧ କରିଥିବା ମଲାନଙ୍କୁ ସ୍ପିନର ଇଫତକାର ଅହମଦ ଆଉଟ କରି ପାକିସ୍ତାନକୁ ପ୍ରଥମ ସଫଳତା ଦେଇଥିଲେ।

ମଲାନ ଆଉଟ ହୋଇଥିଲେ ମଧ୍ୟ ବେୟାରଷ୍ଟୋ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ରୁଟଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ। ଇଂଲଣ୍ଡ ୧୮ ଓଭର ସୁଦ୍ଧା ଗୋଟିଏ ୱିକେଟ ହରାଇ ୧୦୮ ରନ କରି ନେଇଥିଲା। କିନ୍ତୁ ୧୯ତମ ଓଭରର ଦ୍ୱିତୀୟ ବଲରେ ହ୍ୟାରିସ ରୌଫ ୫୯ ରନ କରିଥିବା ବେୟାରଷ୍ଟୋଙ୍କୁ ଆଉଟ କରି ଦେଇଥିଲେ। ଏହାପରେ ରୁଟ ଓ ଷ୍ଟୋକ୍ସ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ଆଗକୁ ନେଉଛନ୍ତି।

ରିପୋର୍ଟ ଲେଖା ହେବା ବେଳକୁ ଇଂଲଣ୍ଡ ୩୩ ଓଭର ସୁଦ୍ଧା ଦୁଇ ୱିକେଟ ହରାଇ ୧୮୬ ରନ କରି ନେଇଛି। ଷ୍ଟୋକ୍ସ ୪୭ ଓ ରୁଟ ୩୪ ରନ କରି ଅପରାଜିତ ରହିଛନ୍ତି। 

ଇଂଲଣ୍ଡ ସେମି ଫାଇନାଲ ରେସ୍‌ରୁ ବହୁ ଆଗରୁ ବାଦ ପଡ଼ି ସାରିଛି। କିନ୍ତୁ ୨୦୨୫ ଚାମ୍ପିୟନ୍ସ ଟ୍ରଫିକୁ ଯୋଗ୍ୟତା ଅର୍ଜନ କରିବା ପାଇଁ ଇଂଲଣ୍ଡକୁ ଆଜିର ମ୍ୟାଚ୍‌ ଜିତିବା ଜରୁରୀ। ଅବଶ୍ୟ ଦଳ ଏବେ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି। କିନ୍ତୁ ନିଜର ସ୍ଥାନକୁ ମଜବୁତ କରିବା ପାଇଁ ଇଂଲିଶ ଟିମ ଆଜିର ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ ରହିଛି।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup