Advertisment

ଇତିହାସ ରଚିଲେ ଇଂଲିଶ ଟିମର କ୍ୟାପ୍ଟେନ ବେନ ଷ୍ଟୋକ୍ସ

ସେ ଲର୍ଡସରେ ଚାଲିଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ଆଜି ଷ୍ଟୋକ୍ସ ତାଙ୍କ ପ୍ରଥମ ଓଭରରେ କ୍ରିକ ମ୍ୟାକେଞ୍ଜିଙ୍କୁ ଆଉଟ କରି ୨୦୦ତମ ଟେଷ୍ଟ ୱିକେଟ ଦଖଲ କରିଥିଲେ।

Stokes

Stokes

Advertisment

ଇଂଲଣ୍ଡ ଟିମର ଷ୍ଟାର ଅଲରାଉଣ୍ଡର ତଥା ଅଧିନାୟକ ବେନ ଷ୍ଟୋକ୍ସ ଇତିହାସ ରଚିଛନ୍ତି। ସେ ୱେଷ୍ଟଇଣ୍ଡିଜର ମହାନ କ୍ରିକେଟର ଗ୍ୟାରୀ ସୋବର୍ସ ଓ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟର ଜ୍ୟାକ କାଲିସ୍‌ଙ୍କ ସମକକ୍ଷ ହୋଇଛନ୍ତି। ସେ ବିଶ୍ୱର ତୃତୀୟ ଓ ଇଂଲଣ୍ଡର ପ୍ରଥମ କ୍ରିକେଟର ଭାବେ ବ୍ୟାଟିଂରେ ୬ ହଜାରରୁ ଅଧିକ ରନ ଓ ୨୦୦ରୁ ଅଧିକ ୱିକେଟ ଦଖଲ କରିଛନ୍ତି।

Advertisment

ସେ ଲର୍ଡସରେ ଚାଲିଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ଆଜି ଷ୍ଟୋକ୍ସ ତାଙ୍କ ପ୍ରଥମ ଓଭରରେ କ୍ରିକ ମ୍ୟାକେଞ୍ଜିଙ୍କୁ ଆଉଟ କରି ୨୦୦ତମ ଟେଷ୍ଟ ୱିକେଟ ଦଖଲ କରିଥିଲେ।

ଏଯାଏ ଇଂଲଣ୍ଡ ପାଇଁ ୧୦୩ଟି ଟେଷ୍ଟ ଖେଳିଥିବା ଷ୍ଟୋକ୍ସ ୨୦୦ଟି ୱିକେଟ ନେଇଥିବା ବେଳେ ୬୩୨୦ ରନ କରିଛନ୍ତି। ଏହା ମଧ୍ୟରେ ୧୩ଟି ଶତକ ଓ ୨୧ଟି ଅର୍ଦ୍ଧଶତକ ରହିଛନ୍ତି। ଟେଷ୍ଟ କ୍ରିକେଟରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୨୫୮।

Advertisment

ସୋବର୍ସ ୯୩ଟି ଟେଷ୍ଟରେ ୮୦୩୨ ରନ ଓ ୨୩୫ ୱିକେଟ ନେଇଥିଲେ। କାଲିସ ୧୬୬ ଟେଷ୍ଟରେ ୧୩,୨୮୯ ରନ ଓ ୨୯୨ଟି ୱିକେଟ ଦଖଲ କରିଛନ୍ତି।

ଅନ୍ୟପକ୍ଷରେ ବିଶ୍ୱର ୬ଷ୍ଠ ଓ ଇଂଲଣ୍ଡର ପ୍ରଥମ ଖେଳାଳି ଭାବେ ଷ୍ଟୋକ୍ସ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାରରୁ ଅଧିକ ରନ ଓ ୩୦୦ରୁ ଅଧିକ ୱିକେଟ ନେଇଛନ୍ତି। ଏଯାଏ ୨୬୦ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଷ୍ଟୋକ୍ସ ୧୦,୩୬୮ ରନ କରିଥିବା ବେଳେ ଏଥିରେ ୧୮ଟି ଶତକ ଓ ୫୬ଟି ଅର୍ଦ୍ଧଶତକ ରହିଛି।

ଷ୍ଟୋକ୍ସଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜର କାର୍ଲ ହୁପୋର, ଶ୍ରୀଲଙ୍କାର ସନତ ଜୟସୂରିୟା, କାଲିସ, ପାକିସ୍ତାନର ଶାହିଦ ଆଫ୍ରିଦି ଓ ବାଂଲାଦେଶର ସାକିବ ଅଲ ହାସନ ମଧ୍ୟ ୧୦ ହଜାରରୁ ଅଧିକ ରନ ଓ ୩୦୦ରୁ ଅଧିକ ୱିକେଟ ନେଇଛନ୍ତି।

Cricket England Ben Stokes ENGvsWI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe