Advertisment

୪ର୍ଥ ଟେଷ୍ଟର ପିଚ୍‌ ଦେଖି ଚମକି ପଡ଼ିଲେ ବେନ ଷ୍ଟୋକ୍ସ, କହିଲେ ବଡ଼ କଥା

କାଲି ଠାରୁ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେଉଥିବା ବେଳେ ରାଞ୍ଚି ପିଚ୍‌କୁ ଦେଖି ଚକିତ ହୋଇଛନ୍ତି ଇଂଲିଶ ଟିମର ଅଧିନାୟକ ବେନ ଷ୍ଟୋକ୍ସ। ସେ ପୂର୍ବରୁ କେବେ ହେଲେ ଏମିତି ପିଚ୍‌ କେବେ ଦେଖି ନଥିଲେ ବୋଲି କହିଛନ୍ତି।

Ranchi

Ranchi

Advertisment

ଆସନ୍ତାକାଲି ଠାରୁ ରାଞ୍ଚିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ଆରମ୍ଭ ହେବ। ଯଶପ୍ରୀତ ବୁମ୍ରାଙ୍କ ବିନା ଭାରତୀୟ ଟିମ କାଲି ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇବ। ଇଂଲଣ୍ଡ ଏବେ ୫ ଟିକିଆ ଟେଷ୍ଟ ସିରିଜ୍‌ରେ ୧-୨ରେ ପଛୁଆ ରହିଛି। ତେଣୁ ଭ୍ରମଣକାରୀ ଦଳକୁ ସିରିଜକୁ ବରାବର ସ୍ଥିତିକୁ ଆଣିବାକୁ ହେଲେ ୪ର୍ଥ ଟେଷ୍ଟକୁ ଜିତିବାକୁ ପଡ଼ିବ।

Advertisment

କାଲି ଠାରୁ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେଉଥିବା ବେଳେ ରାଞ୍ଚି ପିଚ୍‌କୁ ଦେଖି ଚକିତ ହୋଇଛନ୍ତି ଇଂଲିଶ ଟିମର ଅଧିନାୟକ ବେନ ଷ୍ଟୋକ୍ସ। ସେ ପୂର୍ବରୁ କେବେ ହେଲେ ଏମିତି ପିଚ୍‌ କେବେ ଦେଖି ନଥିଲେ ବୋଲି କହିଛନ୍ତି।

ଷ୍ଟୋକ୍ସଙ୍କ କହିବା କଥା ଯେ ରାଞ୍ଚି ପିଚ୍‌ ବେଶ ଭ୍ରମାତ୍ମକ ରହିବ। କାରଣ କିଛି ଦୂରରୁ ପିଚ୍‌ରେ ପୂରା ଘାସ ରହିଥିବା ଭଳି ଦେଖାଯାଉଛି। କିନ୍ତୁ ପାଖରେ ଦେଖିଲା ବେଳକୁ ପିଚ୍‌ରେ ଅନେକ କ୍ରାକ୍‌ ରହିଛି। ଏହା ଉଭୟ ବ୍ୟାଟିଂ ଓ ବୋଲିଂ ସାଇଡ୍‌ ପାଇଁ ବେଶ ଚ୍ୟାଲେଞ୍ଜ କରିବ ବୋଲି ଷ୍ଟୋକ୍ସ ଆଶଙ୍କା କରିଛନ୍ତି।

Advertisment

ବେନ ଷ୍ଟୋକ୍ସ କହିଛନ୍ତି, “ମୁଁ ପୂର୍ବରୁ କେବେ ହେଲେ ଏମିତି କିଛି ଦେଖି ନଥିଲି। ମୁଁ ଜାଣି ପାରୁନି କ’ଣ ସବୁ ହେବ। ଆପଣ ଗୋଟିଏ ପଟରୁ ବିପରୀତ ପଟୁକୁ ଚାହିଁଲେ, ଏହା ପୂରା ଭିନ୍ନ ଦେଖାଯାଉଛି।

ଚେଞ୍ଜିଂ ରୁମରୁ ଆପଣ ଦେଖିଲେ ପିଚ୍‌ ପୂରା ଗ୍ରୀନ ଓ ଗ୍ରାସୀ ଦେଖାଯାଉଛି। କିନ୍ତୁ ଆପଣ ପାଖକୁ ଗଲେ, ଏହା ପୂରା ଭିନ୍ନ। ପିଚ୍‌ ବହୁତ ମାଟିଆ ଓ ପିଚ୍‌ରେ ଅନେକ ଦୃଶ୍ୟମାନ ହେଉଥିବା କ୍ରାକ ସବୁ ରହିଛି।”

ହାଇଦ୍ରାବାଦ, ବିଶାଖାପଟନମ ଓ ରାଜକୋଟ ପିଚ୍‌ ଉଭୟ ସ୍ପିନ ଓ ପେସ ବୋଲରଙ୍କୁ ସୁହାଇଥିଲା। ଏଯାଏ କୌଣସି ପିଚ୍‌ କେବଳ ସ୍ପିନକୁ ସୁହାଇ ନାହିଁ। ତେଣୁ ରାଞ୍ଚି ପିଚ୍‌ ସମ୍ଭବତଃ ସ୍ପିନରଙ୍କୁ ସୁହାଇବ। ଏପରି ସ୍ଥିତିରେ ଟସ୍‌ର ଗୁରୁତ୍ୱ ବଢ଼ିଯିବ। କାରଣ ସ୍ପିନ ଟ୍ରାକ୍‌ରେ ୪ର୍ଥ ଇନିଂସରେ ବ୍ୟାଟିଂ କରିବା ବେଶ କଷ୍ଟକର।

ପିଚ୍‌କୁ ନେଇ ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଡ୍ରାଭିଡ ମଧ୍ୟ ମତ ରଖିଛନ୍ତି। ରାଞ୍ଚି ପିଚ୍‌ରେ ଅନେକ କ୍ରାକ୍‌ ରହିଥିବା ସେ ସ୍ୱୀକାର କରିଛନ୍ତି। ଡ୍ରାଭିଡ କହିଛନ୍ତି, ଆମେ ଯେତେବେଳେ ବି ଭାରତରେ ଖେଳୁ ସେତେବେଳେ ପିଚ୍‌କୁ ନେଇ ପ୍ରଶ୍ନ ଉଠେ।

ରାଞ୍ଚି ପିଚ୍‌ ପୂରା ଭାରତୀୟ ପରମ୍ପରାର ୱିକେଟ। ଏଠାରେ କ୍ରାକ୍ସ ଅଛି। ପିଚ୍‌ରେ ଟର୍ଣ୍ଣ ମିଳିବ। କିନ୍ତୁ କେତେ ଟର୍ଣ୍ଣ ହେବ ଓ କେତେବେଳେ ହେବ, ସେ ବିଷୟରେ ଜାଣିନାହୁଁ। ଆମ ପାଖରେ ଗୋଟିଏ ସନ୍ତୁଳିତ ଟିମ ରହିଛି ବୋଲି ଡ୍ରାଭିଡ କହିଛନ୍ତି।

Rohit Sharma Test Match India Vs England Ranchi Ben Stokes Rahul Dravid ICC Bcci Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe