Advertisment

ଇଂଲଣ୍ତ ୩୩୭, ସେମି ପାଇଁ ପାକିସ୍ତାନକୁ ୬.୪ ଓଭର୍‌ରେ କରିବାକୁ ପଡ଼ିବ ୩୩୮

ପଏଣ୍ଟ ଟେବୁଲର ଟପ୍‌ ୪ରେ ପ୍ରବେଶ କରିବାକୁ ହେଲେ ପାକିସ୍ତାନକୁ ଏହି ବିଶାଳ ଟାର୍ଗେଟକୁ ୬.୪ ଓଭର୍‌ରେ ହାସଲ କରିବାକୁ ପଡ଼ିବ, ଯାହା ଏକ ପ୍ରକାରର ଅସମ୍ଭବ।

Stokes

Stokes

Advertisment

ମଉଳିଲା ପାକିସ୍ତାନର ସେମି ଫାଇନାଲ ଖେଳିବା ଆଶା। ଦଳ ଆଗରେ ସେମି ଟିକେଟ ପାଇଁ ରହିଛି ଅସମ୍ଭବ ଟାର୍ଗେଟ। ଇଂଲଣ୍ଡ ୩୩୭ ରନ କରିଥିବା ବେଳେ ଏବେ ପାକିସ୍ତାନକୁ ମ୍ୟାଚ୍‌ ଜିତିବା ପାଇଁ ୩୩୮ ରନର ଟାର୍ଗେଟ ମିଳିଛି।

Advertisment

କିନ୍ତୁ ପଏଣ୍ଟ ଟେବୁଲର ଟପ୍‌ ୪ରେ ପ୍ରବେଶ କରିବାକୁ ହେଲେ ପାକିସ୍ତାନକୁ ଏହି ବିଶାଳ ଟାର୍ଗେଟକୁ ୬.୪ ଓଭର୍‌ରେ ହାସଲ କରିବାକୁ ପଡ଼ିବ, ଯାହା ଏକ ପ୍ରକାରର ଅସମ୍ଭବ। ସେହିପରି ଟପ୍‌ ୫ରେ ରହିବାକୁ ହେଲେ ପାକିସ୍ତାନକୁ ଅତି କମରେ ୧୮୮ ରନ କରିବାକୁ ପଡ଼ିବ। ତେଣୁ ଟପ୍‌ ୫ରେ ରହିବାକୁ ପାକିସ୍ତାନ ଏବେ ଚେଷ୍ଟା କରିବ। 

କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ ହରାଇ ୩୩୭ ରନ କରିଛି। ଫଳରେ ପାକିସ୍ତାନକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୩୩୮ ରନର ଟାର୍ଗେଟ ମିଳିଛି।

Advertisment

ଏହା ଗ୍ରୁପ ପର୍ଯ୍ୟାୟରେ ଉଭୟ ପାକିସ୍ତାନ ଓ ଇଂଲଣ୍ଡର ଶେଷ ମ୍ୟାଚ୍‌। ତେଣୁ ଉଭୟ ବିଜୟ ସହ ନିଜ ନିଜର ବିଶ୍ୱକପ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିଛି। ସେହିପରି ଇଂଲଣ୍ଡ ପାଇଁ ଆଜି ଦ୍ରୁତ ବୋଲର ଡାଭିଡ ୱିଲୀ ଶେଷ ମ୍ୟାଚ୍‌ ଖେଳୁଛନ୍ତି। କାରଣ ବିଶ୍ୱକପ ପରେ ଦିନିକିଆ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରି ସାରିଛନ୍ତି। ତେଣୁ ତାଙ୍କୁ ଇଂଲିଶ ଟିମ ବିଜୟ ସହ ଅଲବିଦା କହିବା ମୁଡରେ ରହିଛି। ସେହିପରି ପାକିସ୍ତାନ ବିଜୟ ସହ ସ୍ୱଦେଶ ଫେରିବାକୁ ଲକ୍ଷ୍ୟ ରଖିଛି।

କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳର ଓପନର ଜନ୍ନି ବେୟାରଷ୍ଟୋ ଓ ଡାୱିଡ ମଲାନ ଦମଦାର ବ୍ୟାଟିଂ କରି ପ୍ରଥମ ୱିକେଟ ପାଇଁ ୮୪ ରନ ଯୋଡ଼ିଥିଲେ। ଏତିକି ବେଳେ ୩୧ ରନ କରିଥିବା ମଲାନଙ୍କୁ ଆଉଟ କରି ଇଫତକାର ଅହମଦ ପାକିସ୍ତାନକୁ ପ୍ରଥମ ସଫଳତା ଦେଇଥିଲେ।

ମଲାନ ଆଉଟ ହୋଇଥିଲେ ହେଁ ବେୟାରଷ୍ଟୋ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ଜୋର ରୁଟଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ। ଦଳୀୟ ସ୍କୋର ୧୦୮ ଥିବା ବେଳେ ବ୍ୟକ୍ତିଗତ ୫୯ ରନ କରି ବେୟାରଷ୍ଟୋ ଦ୍ରୁତ ବୋଲର ହ୍ୟାରିସ ରୌଫଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

କିନ୍ତୁ ବେନ ଷ୍ଟୋକ୍ସ ଓ ଜୋ ରୁଟ ନିଜ ଅଭିଜ୍ଞତା ଦେଖାଇଥିଲେ। ଉଭୟ ପାକିସ୍ତାନର ବୋଲରଙ୍କୁ କାଉଣ୍ଟର କରିବା ସହ ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ଷ୍ଟୋକ୍ସ କିଛି ବଡ଼ ଶଟ ମଧ୍ୟ ଖେଳିଥିଲେ।

ତୃତୀୟ ୱିକେଟ ପାଇଁ ସେ ଓ ରୁଟ ୧୩୨ ରନର ଭାଗିଦାରୀ ମଧ୍ୟ କରିଥିଲେ। ଦଳୀୟ ସ୍କୋର ୨୪୦ ଥିବା ବେଳେ ଷ୍ଟୋକ୍ସ ୮୪ ରନ କରି ଶାହୀନ ଶାହ ଆଫ୍ରିଦିଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ। ଆଉ ୧୭ ରନ ପରେ ରୁଟ(୬୦) ମଧ୍ୟ ଆଫ୍ରିଦିଙ୍କ ଦ୍ୱିତୀୟ ଶିକାର ବନିଥିଲେ।

ଶେଷ ଭାଗରେ ଜୋଶ ବଟଲର ୧୮ ବଲରେ ୨୭, ହ୍ୟାରୀ ବ୍ରୁକ ୧୭ ବଲରେ ୩୦ ଓ ଡାଭିଡ ୱିଲୀ ୫ ବଲରେ ୧୫ ରନ କରିବାରୁ ଇଂଲଣ୍ଡର ସ୍କୋର ୩୩୦ ରନ ପାର କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ମୋଇନ ଅଲୀ ୮ ରନ ଓ କ୍ରିସ ୱକ୍ସ ଅପରାଜିତ ୪ ରନ କରିଛନ୍ତି। ଏଥିସହ ଇଂଲଣ୍ଡ ୯ ୱିକେଟ ହରାଇ ୩୩୭ ରନରେ ଅଟକି ଯାଇଛି। ଏବେ ପାକିସ୍ତାନକୁ ମ୍ୟାଚ୍‌ ଜିତିବା ପାଇଁ ୩୩୮ ରନର ଟାର୍ଗେଟ ମିଳିଛି।

ପାକିସ୍ତାନ ପକ୍ଷରୁ ରୌଫ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଆଫ୍ରିଦି ଓ ମହମ୍ମଦ ୱାସିମ ଜୁନିୟରଙ୍କୁ ୨ଟି ଲେଖାଏ ସଫଳତା ମିଳିଛି। ଇଫତକାର ଗୋଟିଏ ୱିକେଟ ପାଇଛନ୍ତି।

ICC ICC Men’s Cricket World Cup 2023 CWC 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe