ମୁଲତାନରେ ଚାଲିଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୧୫୨ ରନରେ ହାରିବାକୁ ପଡ଼ିଛି। ଦଳ ୨୯୭ ରନର ପିଛା କରୁଥିବା ବେଳେ ୧୪୪ ରନରେ ଅଲଆଉଟ ହୋଇଯାଇଛି। ପାକିସ୍ତାନର ଦୁଇ ସ୍ପିନରଙ୍କ ସାମ୍ନାରେ ଇଂଲଣ୍ଡ ବ୍ୟାଟର ଆଣ୍ଠେଇ ଥିଲେ ହେଁ ଆହତ ସମସ୍ୟାରୁ ଫେରିଥିବା ଅଧିନାୟକ ବେନ ଷ୍ଟୋକ୍ସ କିଛି ସମୟ ପାଇଁ ଲଢ଼େଇ କରିଥିଲେ। ଏଥିସହ ଦଳ ପାଇଁ ୩୭ ରନ ଯୋଡ଼ିଥିଲେ।
ତେବେ ଷ୍ଟୋକ୍ସଙ୍କ ଏହି ଇନିଂସ ଅଜବ ପ୍ରକାରରେ ଶେଷ ହୋଇଥିଲା। ସେ କେବଳ ନିଜର ୱିକେଟ ହରାଇ ନଥିଲେ, ବରଂ ତାଙ୍କ ବ୍ୟାଟ ମଧ୍ୟ ବେଶ କିଛି ଦୂରକୁ ଛିଟିକି ପଡ଼ିଥିଲା।
ପାକିସ୍ତାନ ସ୍ପିନର ନୋମାନ ଅଲୀଙ୍କୁ ଛକା ମାରିବା ପାଇଁ ଷ୍ଟୋକ୍ସ ଷ୍ଟେପ ଆଉଟ କରିଥିଲେ। କିନ୍ତୁ ସେ ବଲକୁ ଆଦୌ ଠିକ ଭାବେ କ୍ୟାଲକୁଲେଟ କରି ପାରି ନଥିଲେ। ଶଟ ମାରିବା ବେଳେ ବ୍ୟାଟଟି ତାଙ୍କ ହାତରୁ ଖସି ଯାଇଥିଲା। ଏହା ବେଶ କିଛି ଦୂରରେ ଯାଇ ପଡ଼ିଥିଲା।
ଷ୍ଟୋକ୍ସ ମଧ୍ୟ ନିଜକୁ ନିୟନ୍ତ୍ରଣ ନ କରି ପାରି କ୍ରିଜ୍ ବାହାରେ ପଡ଼ି ଯାଇଥିଲେ। ସେ କ୍ରିଜ୍ ବାହାରେ ଥିବାରୁ ପାକିସ୍ତାନର ୱିକେଟ କିପର ମହମ୍ମଦ ରିଜୱାନ ତାଙ୍କୁ ଷ୍ଟମ୍ପିଂ କରି ଦେଇଥିଲେ। ଏପରି ଅଜବ ଆଉଟର ଭିଡିଓ ସାମ୍ନାକୁ ଆସିବା ପରେ ଏହା ଭାଇରାଲ ହେବାରେ ଲାଗିଛି।
Ben Stokes lost his bat, his balance and his wicket in a single ball. 😲 pic.twitter.com/3Gns0SDXvu
— Mufaddal Vohra (@mufaddal_vohra) October 18, 2024
ଷ୍ଟୋକ୍ସ ଇଂଲଣ୍ଡର ୭ମ ବ୍ୟାଟର ଭାବେ ଭାବେ ଆଉଟ ହେବା ସହ ବିଜୟ ଆଶାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଶେଷରେ ପୂରା ଟିମ ୧୪୪ ରନରେ ଅଲଆଉଟ ହୋଇଯାଇଥିଲା। ପାକିସ୍ତାନ ମ୍ୟାଚ୍କୁ ୧୫୨ ରନରେ ଜିତି ସ୍ଥିତି ଟେଷ୍ଟ ସିରିଜକୁ ୧-୧ କରିବାକୁ ମଧ୍ୟ ସକ୍ଷମ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।