Advertisment

ଅଜବ ଢଙ୍ଗରେ ଆଉଟ ହେଲେ ଷ୍ଟୋକ୍ସ, ଭିଡିଓ ଭାଇରାଲ

ପାକିସ୍ତାନର ଦୁଇ ସ୍ପିନରଙ୍କ ସାମ୍ନାରେ ଇଂଲଣ୍ଡ ବ୍ୟାଟର ଆଣ୍ଠେଇ ଥିଲେ ହେଁ ଆହତ ସମସ୍ୟାରୁ ଫେରିଥିବା ଅଧିନାୟକ ବେନ ଷ୍ଟୋକ୍ସ କିଛି ସମୟ ପାଇଁ ଲଢ଼େଇ କରିଥିଲେ।

Stokes

Stokes

Advertisment

ମୁଲତାନରେ ଚାଲିଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୧୫୨ ରନରେ ହାରିବାକୁ ପଡ଼ିଛି। ଦଳ ୨୯୭ ରନର ପିଛା କରୁଥିବା ବେଳେ ୧୪୪ ରନରେ ଅଲଆଉଟ ହୋଇଯାଇଛି। ପାକିସ୍ତାନର ଦୁଇ ସ୍ପିନରଙ୍କ ସାମ୍ନାରେ ଇଂଲଣ୍ଡ ବ୍ୟାଟର ଆଣ୍ଠେଇ ଥିଲେ ହେଁ ଆହତ ସମସ୍ୟାରୁ ଫେରିଥିବା ଅଧିନାୟକ ବେନ ଷ୍ଟୋକ୍ସ କିଛି ସମୟ ପାଇଁ ଲଢ଼େଇ କରିଥିଲେ। ଏଥିସହ ଦଳ ପାଇଁ ୩୭ ରନ ଯୋଡ଼ିଥିଲେ।

Advertisment

ତେବେ ଷ୍ଟୋକ୍ସଙ୍କ ଏହି ଇନିଂସ ଅଜବ ପ୍ରକାରରେ ଶେଷ ହୋଇଥିଲା। ସେ କେବଳ ନିଜର ୱିକେଟ ହରାଇ ନଥିଲେ, ବରଂ ତାଙ୍କ ବ୍ୟାଟ ମଧ୍ୟ ବେଶ କିଛି ଦୂରକୁ ଛିଟିକି ପଡ଼ିଥିଲା।

ପାକିସ୍ତାନ ସ୍ପିନର ନୋମାନ ଅଲୀଙ୍କୁ ଛକା ମାରିବା ପାଇଁ ଷ୍ଟୋକ୍ସ ଷ୍ଟେପ ଆଉଟ କରିଥିଲେ। କିନ୍ତୁ ସେ ବଲକୁ ଆଦୌ ଠିକ ଭାବେ କ୍ୟାଲକୁଲେଟ କରି ପାରି ନଥିଲେ। ଶଟ ମାରିବା ବେଳେ ବ୍ୟାଟଟି ତାଙ୍କ ହାତରୁ ଖସି ଯାଇଥିଲା। ଏହା ବେଶ କିଛି ଦୂରରେ ଯାଇ ପଡ଼ିଥିଲା।

Advertisment

ଷ୍ଟୋକ୍ସ ମଧ୍ୟ ନିଜକୁ ନିୟନ୍ତ୍ରଣ ନ କରି ପାରି କ୍ରିଜ୍‌ ବାହାରେ ପଡ଼ି ଯାଇଥିଲେ। ସେ କ୍ରିଜ୍‌ ବାହାରେ ଥିବାରୁ ପାକିସ୍ତାନର ୱିକେଟ କିପର ମହମ୍ମଦ ରିଜୱାନ ତାଙ୍କୁ ଷ୍ଟମ୍ପିଂ କରି ଦେଇଥିଲେ। ଏପରି ଅଜବ ଆଉଟର ଭିଡିଓ ସାମ୍ନାକୁ ଆସିବା ପରେ ଏହା ଭାଇରାଲ ହେବାରେ ଲାଗିଛି।

ଷ୍ଟୋକ୍ସ ଇଂଲଣ୍ଡର ୭ମ ବ୍ୟାଟର ଭାବେ ଭାବେ ଆଉଟ ହେବା ସହ ବିଜୟ ଆଶାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଶେଷରେ ପୂରା ଟିମ ୧୪୪ ରନରେ ଅଲଆଉଟ ହୋଇଯାଇଥିଲା। ପାକିସ୍ତାନ ମ୍ୟାଚ୍‌କୁ ୧୫୨ ରନରେ ଜିତି ସ୍ଥିତି ଟେଷ୍ଟ ସିରିଜକୁ ୧-୧ କରିବାକୁ ମଧ୍ୟ ସକ୍ଷମ ହୋଇଛି।

Ben Stokes Test Cricket Pakistan Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe