Advertisment

ଦିନିକିଆ ଅବସର ନିଷ୍ପତ୍ତିରେ ବେନ ଷ୍ଟୋକ୍ସଙ୍କ ୟୁ-ଟର୍ଣ୍ଣ, ଦଳକୁ କଲେ କମବ୍ୟାକ

ଆଗକୁ ଦିନିକିଆ ବିଶ୍ୱକପ ଭାରତରେ ଖେଳାଯିବ। ଏହାପୂର୍ବରୁ ଷ୍ଟୋକ୍ସ ଅବସର ନିଷ୍ପତ୍ତି ବଦଳାଇ ଦଳକୁ କମବ୍ୟାକ କରିଛନ୍ତି।

Ben stokes

Ben stokes

Advertisment

ଇଂଲଣ୍ଡର ଟେଷ୍ଟ କ୍ୟାପ୍ଟେନ ବେନ ଷ୍ଟୋକ୍ସ ନିଜର ଦିନିକିଆ ଅବସର ନିଷ୍ପତ୍ତି ବଦଳାଇଛନ୍ତି। ସେ ଦିନିକିଆରୁ ଅବସର ଘୋଷଣା କରି ସାରିଥିଲେ ହେଁ ଏବେ ପୁଣି ୟୁ-ଟର୍ଣ୍ଣ ନେଇଛନ୍ତି। ଆଗକୁ ଦିନିକିଆ ବିଶ୍ୱକପ ଭାରତରେ ଖେଳାଯିବ। ଏହାପୂର୍ବରୁ ଷ୍ଟୋକ୍ସ ଅବସର ନିଷ୍ପତ୍ତି ବଦଳାଇ ଦଳକୁ କମବ୍ୟାକ କରିଛନ୍ତି। ଏଥିସହ ସେ ୨୦୨୩ ବିଶ୍ୱକପରେ ଦଳର ଚୟନ ପାଇଁ ଉପଲବ୍ଧ ରହିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି।

Advertisment

ଷ୍ଟୋକ୍ସ ଅବସର ନିଷ୍ପତ୍ତି ବଦଳାଇବା ମାତ୍ରେ ତାଙ୍କୁ ଇଂଲଣ୍ଡ ଟିମରେ ପୁଣି ସାମିଲ କରାଯାଇଛି। ସେପ୍ଟେମ୍ବର ୮ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଇଂଲଣ୍ଡ ୪ଟିକିଆ ଦିନିକିଆ ସିରିଜ ଖେଳିବ। ଏହି ସିରିଜ୍‌ରେ ଷ୍ଟୋକ୍ସଙ୍କୁ ଦେଖିବାକୁ ମିଳିବ।

ଆଜି ଘୋଷଣା ହୋଇଥିବା ଇଂଲିଶ ଟିମ ସ୍କ୍ୱାଡରେ ତାଙ୍କ ନାଁ ରହିଛି। ତେବେ ଭେଟରାନ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଆହତ ସମସ୍ୟାରୁ କମବ୍ୟାକ କରି ପାରି ନାହାନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଉଭୟ ୪ ଟିକିଆ ଟି-୨୦ ଓ ଦିନିକିଆ ସିରିଜରେ ସେ ନଜର ଆସିବେ ନାହିଁ। ଏହାର ଅର୍ଥ ବିଶ୍ୱକପରେ ମଧ୍ୟ ଆର୍ଚରଙ୍କୁ ଦେଖିବାକୁ ନ ମିଳିପାରେ।

Advertisment

ଷ୍ଟୋକ୍ସ ବିଶ୍ୱକପ ଖେଳିବା ଦରକାର ବୋଲି ଅନେକ ବରିଷ୍ଠ ଇଂଲିଶ କ୍ରିକେଟର ମତ ରଖିଥିଲେ। ଏହାକୁ ସମ୍ମାନ ଜଣାଇ ଷ୍ଟୋକ୍ସ ଅବସର ନିଷ୍ପତ୍ତି ବଦଳାଇଥିବା କୁହାଯାଉଛି। ସେ ୨୦୨୨ ଜୁଲାଇ ୧୯ରେ ଶେଷଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ଏହାପରେ ହଠାତ୍‌ ସେ ଦିନିକିଆ କ୍ରିକେଟକୁ ଅଲବିଦା କହିଥିଲେ।

ଏଯାଏ ୧୦୫ ଦିନିକିଆ ମ୍ୟାଚ୍‌ ଖେଳିଥିବା ଷ୍ଟୋକ୍ସ ୨୯୨୪ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୯୫ରୁ ଅଧିକ ଥିବା ବେଳେ ବ୍ୟାଟିଂ ହାର ୩୮.୯୮ ରହିଛି। ସେ ୩ଟି ଶତକ ଓ ୨୧ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ବୋଲିଂରେ ସେ ୭୪ଟି ୱିକେଟ ବି ଦଖଲ କରିଛନ୍ତି।

ଇଂଲଣ୍ଡର ଦିନିକିଆ ସ୍କ୍ୱାଡ: ଜୋଶ ବଟଲର(ଅଧିନାୟକ), ମୋଇନ ଅଲୀ, ଗସ ଅଟକିନସନ, ଜନ୍ନି ବେୟାରଷ୍ଟୋ, ସାମ କୁରାନ, ଲିଆମ ଲିଭଙ୍ଗଷ୍ଟୋନ, ଡାୱିଡ ମଲାନ, ଆଦିଲ ରଶିଦ, ଜୋ ରୁଟ, ଜାସନ ରୟ, ବେନ ଷ୍ଟୋକ୍ସ, ରୀସ ଟୋପଲୀ, ଡାଭିଡ ୱିଲୀ, ମାର୍କ ଉଡ ଓ କ୍ରିସ ୱକ୍ସ।

ଇଂଲଣ୍ଡର ଟି-୨୦ ସ୍କ୍ୱାଡ: ଜୋଶ ବଟଲର(ଅଧିନାୟକ), ରେହାନ ଅହମଦ, ମୋଇନ ଅଲୀ, ଗସ ଅଟକିନସନ, ଜନ୍ନି ବେୟାରଷ୍ଟୋ, ହ୍ୟାରୀ ବ୍ରୁକ, ସାମନ କୁରାନ, ବେନ ଡକେଟ, ୱିଲ ଜ୍ୟାକ୍ସ, ଲିଆମ ଲିଭିଙ୍ଗଷ୍ଟୋନ, ଡାୱିଡ ମଲାନ, ଆଦିଲ ରଶିଦ, ଜୋଶ ଟଙ୍ଗ, ଜନ ଟର୍ଣ୍ଣର, ଲୁକ ଉଡ।

England ICC Men’s Cricket World Cup 2023 Ben Stokes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe