Advertisment

ବାରବାଟୀରେ ବାଜି ମାରିଲା ବେଙ୍ଗଲ

କଟକ (ଓଡ଼ିଶା ରିପୋର୍ଟର): କଟକ ବାରବାଟୀ ଷ୍ଟାଡିୟମରେ ବାଜି ମାରିଲା ବେଙ୍ଗଲ। ଏଠାରେ ଖେଳାଯାଇଥିବା ଗ୍ରୁପ୍-ବି’ର ଏକ ରଣଜୀ ମ୍ୟାଚରେ ବେଙ୍ଗଲ୍ ୪ ୱିକେଟରେ ବରୋଦାକୁ ହରାଇ ଦମଦାର ବିଜୟ ହାସଲ କରିଛି। ବରୋଦା ଦ୍ୱାରା ଧାର୍ଯ୍ୟ ୩୪୯ ରନର ବଡ଼ ଲକ୍ଷ୍ୟକୁ ବେଙ୍ଗଲ୍ ଟିମ୍ ୯୧.୩ ଓଭରରେ ୬ ୱିକେଟ୍ ହରାଇ ହାସଲ କରିନେଇଛି। ପ୍ରଥମ ଇନିଂସରେ ମାତ୍ର ୮୮ ରନରେ ଅଲଆଉଟ୍ ହୋଇଥିବା ବେଙ୍ଗଲ୍ ଦ୍ୱିତୀୟ ଇନିଂସରେ ଅବିଶ୍ୱସନୀୟ ବ୍ୟାଟିଂ କରି ମୁକାବିଲାକୁ ରୋମାଞ୍ଚକର […]

ବାରବାଟୀରେ ବାଜି ମାରିଲା ବେଙ୍ଗଲ

bengal1

Advertisment

କଟକ (ଓଡ଼ିଶା ରିପୋର୍ଟର): କଟକ ବାରବାଟୀ ଷ୍ଟାଡିୟମରେ ବାଜି ମାରିଲା ବେଙ୍ଗଲ। ଏଠାରେ ଖେଳାଯାଇଥିବା ଗ୍ରୁପ୍-ବି’ର ଏକ ରଣଜୀ ମ୍ୟାଚରେ ବେଙ୍ଗଲ୍ ୪ ୱିକେଟରେ ବରୋଦାକୁ ହରାଇ ଦମଦାର ବିଜୟ ହାସଲ କରିଛି। ବରୋଦା ଦ୍ୱାରା ଧାର୍ଯ୍ୟ ୩୪୯ ରନର ବଡ଼ ଲକ୍ଷ୍ୟକୁ ବେଙ୍ଗଲ୍ ଟିମ୍ ୯୧.୩ ଓଭରରେ ୬ ୱିକେଟ୍ ହରାଇ ହାସଲ କରିନେଇଛି। ପ୍ରଥମ ଇନିଂସରେ ମାତ୍ର ୮୮ ରନରେ ଅଲଆଉଟ୍ ହୋଇଥିବା ବେଙ୍ଗଲ୍ ଦ୍ୱିତୀୟ ଇନିଂସରେ ଅବିଶ୍ୱସନୀୟ ବ୍ୟାଟିଂ କରି ମୁକାବିଲାକୁ ରୋମାଞ୍ଚକର ଢଙ୍ଗରେ ଜିତି ନେଇଛି।

Advertisment

ବେଙ୍ଗଲ ପକ୍ଷରୁ କ୍ୟାପଟେନ୍ ଅଭିମନ୍ୟୁ ଈଶ୍ୱରନ୍, ଶାହାବାଜ ଅହମ୍ମଦ ଓ ଅଭିଷେକ ପୋରେଲ୍ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଛନ୍ତି। ଅନ୍ୟପକ୍ଷରେ ବରୋଦା ପ୍ରଥମ ଇନିଂସର ବୋଲିଂ ସଫଳତାକୁ ଦ୍ୱିତୀୟ ଇନିଂସରେ ଦୋହରାଇ ପାରିନାହିଁ। ଅଭିମନ୍ୟୁସିଂହ ରାଜପୁତଙ୍କୁ ଛାଡ଼ି ଦେଲେ ବରୋଦାର କୌଣସି ବୋଲର ସେତେଟା ପ୍ରଭାବଶାଳୀ ବୋଲିଂ କରିପାରିନାହାନ୍ତି।

୩୪୯ ରନର ଲକ୍ଷ୍ୟର ପିଛା କରିବା ବେଙ୍ଗଲ ପାଇଁ କଷ୍ଟସାଧ୍ୟ ହୋଇନଥିଲା। ଦଳ ୨୪୨ ରନରେ ୬ ୱିକେଟ୍ ହରାଇଥିଲା ବେଳେ ଶାହବାଜ ଓ ଅଭିଷେକ ସପ୍ତମ ୱିକେଟ୍ ପାଇଁ ଶତକୀୟ (୧୦୮) ଭାଗିଦାରୀ କରି ବେଙ୍ଗଲକୁ ଜିତାଇଥିଲେ। ଶାହବାଜ ୧୦୦ ବଲରେ ୭ ଚୌକା ସହ ୭୧ ଓ ଅଭିଷେକ ୭୦ ବଲରେ ୭ ଚୌକା ସହ ୫୩ ରନ୍ କରି ଅପରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭିମନ୍ୟୁ ୭୯, ଅନୁସ୍ତୁପ ମଜୁମଦାର ୩୩, ମନୋଜ ତିୱାରୀ ୩୭, ସୁଦୀପ କୁମାର ଘରାମୀ ୨୭ ଓ ସୁଦୀପ ଚାଟାର୍ଜୀ ୧୮ ରନ୍ କରିଥିଲେ।

Advertisment

ଉକ୍ତ ମ୍ୟାଚରେ ବରୋଦା ପ୍ରଥମ ଇନିଂସରେ ୧୮୧ ରନ୍ କରି ଅଲଆଉଟ୍ ହୋଇଥିବା ବେଳେ ବେଙ୍ଗଲ୍ ମାତ୍ର ୮୮ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ୯୩ ରନରେ ଆଗୁଆ ଥିବା ବରୋଦା ଦ୍ୱିତୀୟ ଇନିଂସରେ ୨୫୫ ରନରେ ଅଲଆଉଟ୍ ହୋଇଥିଲା। ଶାହବାଜ ଅହମ୍ମଦ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe