Advertisment

ଭାରତ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ; ସଙ୍ଘର୍ଷ ସତ୍ତ୍ୱେ ବାଜି ମାରିନେଲା କିୱି

ନ୍ୟୁଜିଲ୍ୟାଣ୍ଡକୁ 107 ରନର ଟାର୍ଗେଟ ଦେଇଥିଲା ଭାରତ।

author-image
Debibandita Barick
ଅଦ୍ୟତନ ହୋଇଛି
Indian Cricket Team

Indian Cricket Team

ବେଙ୍ଗାଲୁରୁ ଟେଷ୍ଟକୁ ହାତେଇ ନେଇଛି ନ୍ୟୁଜିଲ୍ୟାଣ୍ଡ। ସଙ୍ଘର୍ଷ ସତ୍ତ୍ୱେ ଭାରତ ହାତରୁ ଖସି ଯାଇଛି ଏହି ମ୍ୟାଚ୍। ଫଳରେ 0-1ରେ ଆଗରେ ରହିଛି କିୱି ବାହିନୀ।

Advertisment

ବର୍ଷା ବାଧକ ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ 107 ରନର ଟାର୍ଗେଟ ଦେଇଥିଲା ଭାରତ, ଯାହାକୁ ସହଜରେ ଜିତି ନେଇଛି ଟମ୍ ଲାଥମଙ୍କ ବାହିନୀ। 8 ୱିକେଟରେ ବିଜୟୀ ସହ 0-1ରେ ଆଗରେ ରହିଛି ଦଳ।

ଅକ୍ଟୋବର 16ରେ ବେଙ୍ଗାଲୁରର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଥିଲା। ପ୍ରବଳ ବର୍ଷା କାରଣରୁ ପ୍ରଥମ ଦିନର ଖେଳ ସମ୍ପୂର୍ଣ୍ଣ ରୂପେ ବାତିଲ୍ ହୋଇ ଯାଇଥିଲା। ଏହାପରେ ଦ୍ୱିତୀୟ ଦିନରେ ମ୍ୟାଚ୍ ଆରମ୍ଭ ହୋଇ ଥିବାବେଳେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା।

Advertisment

ହେଲେ କ୍ୟାପ୍ଟେନଙ୍କ ଏହି ନିଷ୍ପତ୍ତି ଭୁଲ୍ ପ୍ରମାଣିତ ହୋଇଥିଲା। ପ୍ରଥମ ଇନିଂସରେ ଦଳ ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ମାତ୍ର 46 ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା ଟିମ୍ ଇଣ୍ଡିଆ। ଦଳର ପାଞ୍ଚ ଜଣ ଖେଳାଳି ଖାତା ଖୋଲି ପାରିନଥିଲେ।

ଏହାପରେ ନିଜର ପ୍ରଥମ ଇନିଂସ ଆରମ୍ଭ କରିଥିବା ନ୍ୟୁଜିଲ୍ୟାଣ୍ଡ ଜଗିରଖି ଖେଳିଳା ସହ ବଡ଼ ସ୍କୋର୍ କରିଥିଲା। ପ୍ରଥମ ଇନିଂସରେ ନ୍ୟୁଜିଲ୍ୟାଣ୍ଡ 402 ରନ୍ କରିଥିଲା। ଦଳ ପକ୍ଷରୁ ରଚିନ ରବୀନ୍ଦ୍ର 134 ରନର ଶତକୀୟ ପାଳି ଖେଳି ଥିବାବେଳେ ଡେଭନ କନୱେ 91 ରନ୍ କରିଥିଲେ।

ଏହା ପରେ ନିଜର ଦ୍ୱିତୀୟ ଇନିଂସରେ ଭାରତ ଦମଦାର ଆରମ୍ଭ କରିଥିଲା। ଦଳ ଏକଦମ୍ ଦିନିକିଆ ମ୍ୟାଚ୍ ଭଳି ପ୍ରଦର୍ଶନ କରିଥିଲା। ମାତ୍ର 402 ରନର ସ୍କୋରକୁ ପୂରା କରିବା ସହ ବଡ଼ ସ୍କୋରର ଟାର୍ଗେଟ୍ ଦେବା ଦଳ ପାଇଁ କଷ୍ଟକର ହୋଇଥିଲା।

ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ 462 ରନ୍ କରିଥିଲା। ଶର୍ଫରାଜ ଖାନ 150 ରନର ବଡ଼ ଭାଗିଦାରୀ ଯୋଡ଼ିଥିଲେ। ସେହିପରି ଋଷଭ ପନ୍ତ 99, ବିରାଟ କୋହଲି 70, ରୋହିତ ଶର୍ମା 52, ଯଶସ୍ୱୀ ଜୈସ୍ୱାଲ 35, ରବିଚନ୍ଦ୍ରନ ଅଶ୍ୱିନ 15, କେଏଲ ରାହୁଲ 12, ରବୀନ୍ଦ୍ର ଜାଡେଜା 5 ଏବଂ କୁଳଦୀପ ଯାଦବ (ଅପରାଜିତ ଥିଲେ) 6 ରନ୍ କରିଥିଲେ।

Test Cricket Test Match IND Vs NZ 1st Test