Advertisment

ରାହୁଲ ଡ୍ରାଭିଡଙ୍କ ପାଇଁ ଭାରତ ରତ୍ନ ଦାବି କଲେ ସୁନୀଲ ଗାଭାସ୍କର

ଡ୍ରାଭିଡଙ୍କ କାର୍ଯ୍ୟକାଳ ସମୟରେ ଭାରତୀୟ ଟିମ ଅନେକ ସଫଳତା ପାଇଛି। ଦଳ WTC ଫାଇନାଲ ଠାରୁ ଆରମ୍ଭ କରି ଦିନିକିଆ ବିଶ୍ୱକପ ଫାଇନାଲ ତାଙ୍କ କୋଚିଂ ସମୟରେ ଖେଳିଥିଲା। ସେହିପରି ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପ ଫାଇନାଲରେ ଦଳ ଚାମ୍ପିୟନ ହୋଇଛି।

Rahul Dravid

Rahul Dravid

Advertisment

କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ରାହୁଲ ଡ୍ରାଭିଡଙ୍କ ପାଇଁ ଦାବି କରିଛନ୍ତି। ଭାରତୀୟ ଟିମର ମୁଖ୍ୟ କୋଚ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଭାରତର ଟି-୨୦ ବିଶ୍ୱକପ ଜିତିବା ସହ ଶେଷ ହୋଇଛି।

Advertisment

ଡ୍ରାଭିଡଙ୍କ କାର୍ଯ୍ୟକାଳ ସମୟରେ ଭାରତୀୟ ଟିମ ଅନେକ ସଫଳତା ପାଇଛି। ଦଳ WTC ଫାଇନାଲ ଠାରୁ ଆରମ୍ଭ କରି ଦିନିକିଆ ବିଶ୍ୱକପ ଫାଇନାଲ ତାଙ୍କ କୋଚିଂ ସମୟରେ ଖେଳିଥିଲା। ସେହିପରି ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପ ଫାଇନାଲରେ ଦଳ ଚାମ୍ପିୟନ ହୋଇଛି।

ଏହାବାଦ ଭାରତ ଏସିଆ କପରେ ମଧ୍ୟ ଚାମ୍ପିୟନ ହୋଇଥିଲା। ଭାରତୀୟ ଟିମର ମୁଖ୍ୟ କୋଚ୍‌ ହେବା ପୂର୍ବରୁ ଭାରତର କ୍ରିକେଟ ପ୍ରତି ତାଙ୍କର ଅନେକ ଅବଦାନ ରହିଥିଲା। ସେ ଏନସିଏର ମୁଖ୍ୟ ରହିଥିଲେ। ୨୦୧୮ରେ ତାଙ୍କ କୋଚିଂରେ ଭାରତ ଅଣ୍ଡର ୧୯ ବିଶ୍ୱକପ ଜିତିଥିଲା।

Advertisment

ଭାରତୀୟ ଟିମ ପାଇଁ ସେ ଖେଳିବା ସମୟରେ ୨୪,୧୭୭ ରନ ମଧ୍ୟ କରିଛନ୍ତି। ଉଭୟ ଅନଫିଲ୍ଡ ଓ ଅଫ ଫିଲ୍ଡରେ ସେ ଭାରତୀୟ କ୍ରିକେଟକୁ ଅନେକ କିଛି ଦେଇଛନ୍ତି। ତେଣୁ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନ କରିବା ଦରକାର ବୋଲି ଗାଭାସ୍କର ମତ ରଖିଛନ୍ତି।

ଗାଭାସ୍କରଙ୍କ କହିବା କଥା ରାହୁଲ ଡ୍ରାଭିଡଙ୍କ ନେତୃତ୍ୱରେ ଭାରତୀୟ ଟିମ ପ୍ରଥମଥର ୱେଷ୍ଟଇଣ୍ଡିଜରେ ସିରିଜ ଜିତିଥିଲା। ଇଂଲଣ୍ଡରେ ୩ ଜଣ କ୍ୟାପ୍ଟେନ ଭାରତ ପାଇଁ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିଛନ୍ତି। ସେମାନଙ୍କ ମଧ୍ୟ ଡ୍ରାଭିଡ ରହିଛନ୍ତି। ସେ ଅନେକ ଯୁବ ଖେଳାଳିଙ୍କୁ ଏନସିଏ ମୁଖ୍ୟ ଥିବା ବେଳେ ନିଜ ହାତରେ ଗଢ଼ିଛନ୍ତି। କୋଚ ଭାବେ ସେ ନିଜର ଦକ୍ଷତା ଦେଖାଇଛନ୍ତି।

ଚଳିତ ବର୍ଷ ସମାଜ ପ୍ରତି ନିଜର ଉଲ୍ଲେଖନୀୟ ଅବଦାନ ପାଇଁ କିଛି ନେତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ସେମାନଙ୍କର ପ୍ରଭାବ କେବଳ ଦଳରେ କିମ୍ବା ସେମାନେ ଆସିଥିବା ଦଳ ମଧ୍ୟରେ ସୀମିତ ଥିବା ବିନା ସଙ୍କୋଚରେ କୁହାଯାଇ ପାରିବ।

ହେଲେ ଡ୍ରାଭିଡଙ୍କ ଅବଦାନ ସମସ୍ତ ଦଳ, ଜାତି, ଧର୍ମ ଓ ସଂପ୍ରଦାୟକୁ ଖୁସି ଦେଇଛି। ପୂରା ଦେଶକୁ ସେ ଖୁସି ଦେଇଛନ୍ତି। ତେଣୁ ଡ୍ରାଭିଡଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ମିଳିବା ଦରକାର ବୋଲି ଗାଭାସ୍କର କହିଛନ୍ତି।

Sunil Gavaskar Rahul Dravid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe