Advertisment

Spinner Sonam: ୪ ଓଭରରେ ୮ ୱିକେଟ, ଇତିହାସ ରଚିଲେ ଏହି ବୋଲର୍‌

ମ୍ୟାଚ୍‌ରେ ସୋନମ ୟେଶେ ୪ ଓଭର ବୋଲିଂ କରି ୭ ରନ ଦେବା ସହ ୮ ୱିକେଟ ଦଖଲ କରିଛନ୍ତି। ଏଥିଯୋଗୁ ମିଆଁମାର ଟିମ ଭୁଟାନ ଦେଇଥିବା ୧୩୦ ରନର ପିଛା କରୁଥିବା ବେଳେ ମାତ୍ର ୪୫ ରନରେ ଅଲଆଉଟ ହୋଇ ଯାଇଛି।

ଅଦ୍ୟତନ ହୋଇଛି
Bhutan

ସ୍ପିନ ବୋଲର୍‌ ସୋନମ

Advertisment

କ୍ରିକେଟ ଦୁନିଆରେ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି ଭୁଟନାର ବାମହାତୀ ସ୍ପିନର ସୋନମ ୟେଶେ। ଟି-୨୦ ମ୍ୟାଚ୍‌ରେ ସୋନମ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ସେ ବିଶ୍ୱର ପ୍ରଥମ ବୋଲର ଭାବେ ଟି-୨୦ ମ୍ୟାଚ୍‌ରେ ଏକାକୀ ୮ ୱିକେଟ ନେଇଛନ୍ତି।

Advertisment

୨୨ ବର୍ଷୀୟ ସୋନମ ମିଆଁମାର ବିପକ୍ଷ ଗେଲେଫୁ ଠାରେ ଖେଳା ଯାଉଥିବା ଟି-୨୦ରେ ଏପରି ସଫଳତା ପାଇଛନ୍ତି। ମ୍ୟାଚ୍‌ରେ ସୋନମ ୟେଶେ ୪ ଓଭର ବୋଲିଂ କରି ୭ ରନ ଦେବା ସହ ୮ ୱିକେଟ ଦଖଲ କରିଛନ୍ତି। ଏଥିଯୋଗୁ ମିଆଁମାର ଟିମ ଭୁଟାନ(Bhutan) ଦେଇଥିବା ୧୩୦ ରନର ପିଛା କରୁଥିବା ବେଳେ ମାତ୍ର ୪୫ ରନରେ ଅଲଆଉଟ ହୋଇ ଯାଇଛି।

ସୋନମ ୟେଶେ ୨୦୨୨ ଜୁଲାଇ ମାସରେ ମାଲେସିୟା ବିପକ୍ଷ ଟି-୨୦ରେ ଡେବ୍ୟୁ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ହିଁ ସେ ୧୬ ରନ ଦେଇ ୩ ୱିକେଟ ନେଇଥିଲେ। ଏଯାଏ ସେ ୩୪ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମୋଟ ୩୭ଟି ୱିକେଟ ନେଇଛନ୍ତି। ଏସବୁ ଭିତରେ ତାଙ୍କର ରେକର୍ଡ ବ୍ରେକିଂ ସ୍ପେଲ ଦେଖିବାକୁ ମିଳିଛି। 

Advertisment

ସୋନମଙ୍କ ପୂର୍ବରୁ କୌଣସି ଟି-୨୦ରେ ଏପରି ଘାତକ ବୋଲିଂ କେବେ ହେଲେ ଦେଖିବାକୁ ମିଳି ନଥିଲା। ଏହାପୂର୍ବରୁ ଟି-୨୦ ମ୍ୟାଚ୍‌ରେ ଜଣେ ବୋଲର ସର୍ବାଧିକ ୭ଟି ୱିକେଟ ନେବାର ରେକର୍ଡ କରି ପାରିଥିଲେ। ୨୦୨୩ରେ ମାଲେସିୟାର ସାୟାଜରୁଲ ଇଦ୍ରୁସ ଚାଇନା ବିପକ୍ଷ ମ୍ୟାଚ୍‌ରେ ୮ ରନ ଦେଇ ୭ଟି ୱିକେଟ ଓ ୨୦୨୪ରେ ବାହାରିନ ପାଇଁ ଅଲୀ ଦାଉଦ ବୁଟାନ ବିପକ୍ଷ ମ୍ୟାଚ୍‌ରେ ୧୯ ରନ ଦେଇ ୭ଟି ସଫଳତା ପାଇଥିଲେ।

ଅନ୍ତର୍ଜାତୀୟ ଟି-୨୦ ବ୍ୟତୀତ ଘରୋଇ ଟି-୨୦ ଲିଗରେ ୨ଥର ୭ ୱିକେଟ ସଫଳତା ଦେଖିବାକୁ ମିଳିଥିଲା। ୨୦୧୯ରେ କୋଲିନ ଆକେରମନ ବର୍ମିଂହାମ ବିପକ୍ଷରେ ୧୮ ରନ ଦେଇ ୭ ୱିକେଟ ଓ ୨୦୨୫ରେ ତସ୍କିନ ଅହମଦ ଢାକା କ୍ୟାପିଟାଲ୍ସ ପାଇଁ ୧୯ ରନ ଦେଇ ୭ ୱିକେଟ ପାଇଥିଲେ। 

ଟି-୨୦(T20 Match)ରେ ୭ ୱିକେଟ ସଫଳତା ରେକର୍ଡ ଇଣ୍ଡୋନେସିଆର ରୋହମାଲିଆଙ୍କ ନାଁରେ ରହିଛି। ସେ ମଙ୍ଗୋଲିଆ ବିପକ୍ଷ ୨୦୨୪ ଟି-୨୦ରେ କୌଣସି ରନ ନ ଦେଇ ୭ଟି ୱିକେଟ ନେଇଥଲେ। ଏହା ଅନ୍ତର୍ଜାତୀୟ ଟି-୨୦ ଓ ଘରୋଇ ଟି-୨୦ ମ୍ୟାଚ୍‌ରେ ଏଯାଏ ସର୍ବକାଳୀନ ରେକର୍ଡ ହୋଇ ରହିଛି। 

T20 Match Bhutan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe