Advertisment

ବିବାହ ବାର୍ଷିକୀର ପରଦିନ ଭୁବନେଶ୍ୱରଙ୍କ ଘରକୁ ଆସିଲେ ନୂଆ ଅତିଥି

ନୂଆଦିଲ୍ଲୀ: ବିବାହ ବାର୍ଷିକୀର ଦିନକ ପରେ ଟିମ୍ ଇଣ୍ଡିଆର ଅଭିଜ୍ଞ ପେସ୍ ବୋଲର ଭୁବନେଶ୍ୱର କୁମାର ଓ ତାଙ୍କ ପତ୍ନୀ ନୁପୁରଙ୍କୁ ମିଳିଛି ବଡ଼ ଖୁସି। ଭୁବନେଶ୍ୱର କୁମାର ପ୍ରଥମଥର ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଆଜି ତାଙ୍କ ପତ୍ନୀ ନୁପୁର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ଭୁବନେଶ୍ୱର ଓ ନୁପୁରଙ୍କ ଏହା ପ୍ରଥମ ସନ୍ତାନ। ମଙ୍ଗଳବାର ନୁପୁରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ଭୁବନେଶ୍ୱର ଓ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବିବାହ ବାର୍ଷିକୀର ପରଦିନ ଭୁବନେଶ୍ୱରଙ୍କ ଘରକୁ ଆସିଲେ ନୂଆ ଅତିଥି

bhuvi

ନୂଆଦିଲ୍ଲୀ: ବିବାହ ବାର୍ଷିକୀର ଦିନକ ପରେ ଟିମ୍ ଇଣ୍ଡିଆର ଅଭିଜ୍ଞ ପେସ୍ ବୋଲର ଭୁବନେଶ୍ୱର କୁମାର ଓ ତାଙ୍କ ପତ୍ନୀ ନୁପୁରଙ୍କୁ ମିଳିଛି ବଡ଼ ଖୁସି। ଭୁବନେଶ୍ୱର କୁମାର ପ୍ରଥମଥର ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଆଜି ତାଙ୍କ ପତ୍ନୀ ନୁପୁର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ଭୁବନେଶ୍ୱର ଓ ନୁପୁରଙ୍କ ଏହା ପ୍ରଥମ ସନ୍ତାନ।

Advertisment

ମଙ୍ଗଳବାର ନୁପୁରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ଭୁବନେଶ୍ୱର ଓ ନୁପୁରଙ୍କ ଚତୁର୍ଥ ବିବାହ ବାର୍ଷିକୀ ଥିଲା। ଆଉ ଏହାର ପରଦିନ ଅର୍ଥାତ୍ ବୁଧବାର ଉଭୟଙ୍କ ଘରକୁ ଆସିଛି ନୂଆ ଅତିଥି। ଆଉ ଏଥିସହ ଚଳିତ ବର୍ଷ ପିତାଙ୍କର ଦେହାନ୍ତର କଷ୍ଟକୁ ସହିଥିବା ଭୁବନେଶ୍ୱରଙ୍କ ପରିବାରକୁ ଖୁସି ଫେରିଛି।

Advertisment

ଭୁବିଙ୍କ ପତ୍ନୀଙ୍କ ସହ ବର୍ତ୍ତମାନ ତାଙ୍କ ମା’ ଓ ଭଉଣୀ ଉପସ୍ଥିତ ଅଛନ୍ତି। ଏମଡିସିଏର କୋଷାଧ୍ୟକ୍ଷ ରାକେଶ ଗୋୟଲ କହିଛନ୍ତି ଯେ ବୁଧବାର ସକାଳ ୯ଟା ବେଳେ ଭୁବନେଶ୍ୱର କୁମାରଙ୍କ ପତ୍ନୀ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ଦୁହେଁ ସୁସ୍ଥ ଅଛନ୍ତି। ଭୁବନେଶ୍ୱର କୁମାର ଫୋନ୍ ଜରିଆରେ ଜରିଆରେ ନିଜ ମା’ ଓ ଭଉଣୀଙ୍କ ସହ କଥା ହୋଇ ପତ୍ନୀ ଓ ନବଜାତ କନ୍ୟା କଥା ବୁଝିଛନ୍ତି। ଆସନ୍ତାକାଲି ଭୁବିଙ୍କ ସହ ପୂରା ପରିବାର ମେରଠସ୍ଥିତ ନିଜ ବାସଭବନରେ ପହଞ୍ଚିବେ।

ଭୁବନେଶ୍ୱରଙ୍କ ପିତା କିରଣ ପାଲ୍ ସିଂହଙ୍କ ଚଳିତ ‍ବର୍ଷ ମେ’ ୨୦ ତାରିଖରେ ଦେହାନ୍ତ ହୋଇଥିଲା। ତାଙ୍କ ପିତା ଦୀର୍ଘ ଦିନ ଧରି କ୍ୟାନସର ରୋଗରେ ଆକ୍ରାନ୍ତ ଥିଲେ। ପିତାଙ୍କ ଦେହାନ୍ତରେ ଭୁବି ପୂରା ଭାଙ୍ଗି ପଡ଼ିଥିଲେ। ନିକଟରେ ଭୁବନେଶ୍ୱର କୁମାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆର ସଦସ୍ୟ ଥିଲେ। ସେ ସିରିଜର ତିନୋଟି ଯାକ ମ୍ୟାଚ୍ ଖେଳି ୩ଟି ୱିକେଟ୍ ନେଇଥିଲେ। ଏହା ପୂର୍ବରୁ ୟୁଏଇରେ ଖେଳାଯାଇଥିବା ଆଇପିଏଲର ୧୪ଶ ସଂସ୍କରଣରେ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା।