/odisha-reporter/media/post_attachments/uploadimage/library/16_9/16_9_0/IMAGE_1690637560.jpg)
Bhuvneshwar Kumar
ଟିମ ଇଣ୍ଡିଆର ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଭବିଷ୍ୟତକୁ ନେଇ ଅନେକ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେ ଅପ୍ରତ୍ୟାଶିତ ଢଙ୍ଗରେ ଯେକୌଣସି ମୁହୂର୍ତ୍ତରେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରକୁ ଅଲବିଦା କରିପାରନ୍ତି ବୋଲି କୁହାଯାଉଛି।
କାରଣ ୩୩ ବର୍ଷୀୟ ଭୁବନେଶ୍ୱର କୁମାର ହଠାତ୍ ନିଜର ଇନଷ୍ଟାଗ୍ରାମ ବାୟୋକୁ ବଦଳାଇ ଦେଇଛନ୍ତି। ପୂର୍ବରୁ ସେ ନିଜ ଆକାଉଣ୍ଟରେ ଇଣ୍ଡିଆ କ୍ରିକେଟର ଲେଖୁଥିଲେ। କିନ୍ତୁ ଏବେ କେବଳ ଇଣ୍ଡିଆନ ଲେଖିଛନ୍ତି। ତେଣୁ ତାଙ୍କର ସମ୍ଭାବ୍ୟ ଅବସରକୁ ନେଇ ଆଲୋଚନା ଆରମ୍ଭ ହୋଇଛି।
କୋଲକାତା ନାଇଟ ରାଇଡର୍ସର ଷ୍ଟାର ରିଙ୍କୁ ସିଂହଙ୍କ ସହ ଭୁବନେଶ୍ୱର କୁମାରଙ୍କୁ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ଦେଖିବାକୁ ମିଳିଥିଲା। ଲାଗୁଥିଲା ଭୁବି କମବ୍ୟାକ ମୁଡରେ ଅଛନ୍ତି। କିନ୍ତୁ ଏବେ ବାୟୋ ପରିବର୍ତ୍ତନ ସମସ୍ତଙ୍କୁ ଚକିତ କରିଛି।
ବିଗତ କିଛି ବର୍ଷ ହେଲା ବିଭିନ୍ନ ପ୍ରକାରର ଆହତ ସମସ୍ୟା ଯୋଗୁ ଭୁବିଙ୍କ ବୋଲିଂ ଦକ୍ଷତା ହ୍ରାସ ପାଇବାରେ ଲାଗିଥିଲା। ଭାରତ ପାଇଁ ୨୧ ଟେଷ୍ଟ, ୧୨୧ ଦିନିକିଆ ଓ ୮୭ ଟି-୨୦ ଖେଳିଥିବା ଭୁବିଙ୍କୁ ଶେଷ ଥର ପାଇଁ ଟିମ ଇଣ୍ଡିଆର ଜର୍ସିରେ ୨୦୨୨ ନଭେମ୍ବରରେ ଦେଖିବାକୁ ମିଳିଥିଲା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ରେ ସେ ନଜର ଆସିଥିଲେ।
ସେହିପରି ୨୦୨୨ ଜାନୁଆରୀରୁ ଭୁବି ଭାରତ ପାଇଁ ଦିନିକିଆ ଖେଳି ନାହାନ୍ତି। ଭାରତରେ ଅକ୍ଟୋବର ୫ରୁ ନଭେମ୍ବର ୧୭ ଯାଏ ଦିନିକିଆ ବିଶ୍ୱକପ ଖେଳାଯିବ। ଏହି ସ୍କ୍ୱାଡରେ ମଧ୍ୟ ଭୁବିଙ୍କ ସ୍ଥାନ ନଥିବା ଭଳି ମନେ ହେଉଛି।
ଆହତ ସମସ୍ୟା ଯୋଗୁ ସେ ୨୦୧୭-୧୮ ଦକ୍ଷିଣ ଆଫ୍ରିକା ଟୁର ପରଠାରୁ ଆଉ ଭାରତ ପାଇଁ ଟେଷ୍ଟ ମଧ୍ୟ ଖେଳି ନାହାନ୍ତି। ତେଣୁ ସେ ଏବେ ଅବସର କଥା ଚିନ୍ତା କରୁଥିବା କୁହାଯାଉଛି।
Bhuvneshwar kumar in WC+CT+ASIA CUP (ODIs) tournaments.
Matches-26
Wickets -33
Eco-4.55
Avg-29Injury ruined his career was a top player. pic.twitter.com/lDxRXhlCD6
— ` (@rahulmsd_91) July 28, 2023
ଏକଦା ନୂଆ ବଲ୍ର ଯାଦୁଗର ସାଜିଥିବା ଭୁବିଙ୍କୁ ୨୦୨୩ରେ ଚୟନକର୍ତ୍ତାମାନେ ଆଉ ଟିମରେ ସ୍ଥାନ ଦେଇ ନାହାନ୍ତି। ତେବେ ଆଇପିଏଲ ୨୦୨୩ରେ ତାଙ୍କର ପ୍ରଦର୍ଶନ ଠିକଠାକ ଥିଲା। ସେ ୧୪ଟି ମ୍ୟାଚ୍ ଖେଳି ୧୬ଟି ୱିକେଟ ନେଇଥିଲେ।
ସେ ସନରାଇଜର୍ସ ହାଇଦ୍ରାବାଦର ଲିଡିଂ ୱିକେଟ ଟେକର ମଧ୍ୟ ରହିଥିଲେ। ଏହି ପ୍ରଦର୍ଶନ ଯୋଗୁ ଟି-୨୦ ଅନ୍ତର୍ଜାତୀୟରେ ତାଙ୍କର କମବ୍ୟାକ ହେବାର ସମ୍ଭାବନା ଥିବା କୁହାଯାଉଥିଲା। ୨୦୨୨ରେ ସେ ଟି-୨୦ରେ ୩୨ଟି ମ୍ୟାଚ୍ ଖେଳି ୩୭ଟି ୱିକେଟ ନେଇଥିଲେ। ଏବେ କିନ୍ତୁ ବାୟୋ ପରିବର୍ତ୍ତନ ସମସ୍ତଙ୍କୁ ଚକିତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
