Advertisment

ଭାରତକୁ ବଡ଼ ଝଟକା: ବାଂଲାଦେଶ ବିପକ୍ଷ ଟି-୨୦ରୁ ଶିବମ ଦୁବେ ଆଉଟ, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ଆସନ୍ତାକାଲି ପ୍ରଥମ ଟି-୨୦ ଖେଳା ଯିବାକୁ ଥିବା ବେଳେ ୯ ତାରିଖରେ ଦ୍ୱିତୀୟ ଓ ୧୨ ତାରିଖରେ ତୃତୀୟ ଟି-୨୦ ଅନୁଷ୍ଠିତ ହେବ।

author-image
Hemant Lenka
Shivam Dube

Shivam Dube

ଆସନ୍ତାକାଲି ଠାରୁ ଭାରତ ଓ ବାଂଲାଦେଶ ମଧ୍ୟରେ ୩ ଟିକିଆ ଟି-୨୦ ସିରିଜ ଆରମ୍ଭ ହେବ। ଗ୍ୱାଲିୟରରେ ଖେଳାଯିବାକୁ ଥିବା ସିରିଜର ପ୍ରଥମ ମ୍ୟାଚ୍‌ ପୂର୍ବରୁ ଆୟୋଜକ ଦଳକୁ ଲାଗିଛି ବଡ଼ ଝଟକା। ଦଳର ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି।

Advertisment

ଦୁବେ ଟି-୨୦ ସିରିଜ ଖେଳିବେ ନାହିଁ ବୋଲି ଆଜି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ବ୍ୟାକ ଇଞ୍ଜୁରୀ ବା ପିଠିରେ ଯନ୍ତ୍ରଣା ଯୋଗୁ ଦୁବେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି।

ସେହିପରି କ୍ରିକେଟ ବୋର୍ଡ ପକ୍ଷରୁ ତାଙ୍କ ବଦଳ ଖେଳାଳିଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି। ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ତିଲକ ବର୍ମା ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ଦୁବେଙ୍କ ସ୍ଥାନ ନେବେ। ଆଜି ହିଁ ତିଲକ ବର୍ମା ଟି-୨୦ ସିରିଜ ପାଇଁ ଗ୍ୱାଲିୟର ଅଭିମୁଖେ ବାହାରି ଯାଇଛନ୍ତି। ଆସନ୍ତାକାଲି ମ୍ୟାଚ୍‌ ପାଇଁ ସେ ଉପଲବ୍ଧ ହେବେ।

Advertisment

ଆସନ୍ତାକାଲି ପ୍ରଥମ ଟି-୨୦ ଖେଳା ଯିବାକୁ ଥିବା ବେଳେ ୯ ତାରିଖରେ ଦ୍ୱିତୀୟ ଓ ୧୨ ତାରିଖରେ ତୃତୀୟ ଟି-୨୦ ଅନୁଷ୍ଠିତ ହେବ। ଭ୍ରମଣକାରୀ ଟିମ ୦-୨ରେ ଭାରତ ଠାରୁ ଟେଷ୍ଟ ସିରିଜ ହାରିଛି। ତେଣୁ ଟି-୨୦ରେ ଦଳ କମବ୍ୟାକର ଲକ୍ଷ୍ୟ ରଖିଛି।

ଭାରତୀୟ ସ୍କ୍ୱାଡ: ସୂର୍ଯ୍ୟ କୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ(ୱିକେଟ କିପର), ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ, ଜିତେଶ ଶର୍ମା, ଅର୍ଶଦୀପ ସିଂହ, ହର୍ଷିତ ରାଣା, ମୟଙ୍କ ଯାଦବ ଓ ତିଲକ ବର୍ମା।

T20 Match T20 Cricket Shivam Dube