Advertisment

IND vs SA: ବ୍ୟାଟିଂ ଅଧାରୁ ପଡ଼ିଆ ଛାଡ଼ିଲେ ଶୁବମନ ଗିଲ୍‌, ଭାରତ ୧୮୯ରେ ଅଟକିଲା

ଭାରତ ପ୍ରଥମ ଇନିଂସରେ ମାତ୍ର ୧୮୯ ରନ କରି ଅଟକି ଯାଇଛି। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୫୯ ରନ କରିଥିଲା। ତେଣୁ ଭାରତ ପ୍ରଥମ ଇନିଂସରେ ୩୦ ରନ ଲିଡ ହାସଲ କରିବାକୁ ସକ୍ଷମ ହୋଇଛି।

author-image
Hemant Lenka
Gill

ଶୁବମନ ଗିଲ୍‌

ଦକ୍ଷିଣ ଆଫ୍ରିକା(India Vs South Africa) ବିପକ୍ଷ କୋଲକାତା ଟେଷ୍ଟର ଦ୍ୱିତୀୟ ଦିନରେ ଭାରତକୁ ଡବଲ ଝଟକା ଲାଗିଛି। ବ୍ୟାଟିଂ ବେଳେ ଅଧାରୁ ପଡ଼ିଆ ଛାଡ଼ିଛନ୍ତି ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଶୁବମନ ଗିଲ୍‌। ସେ ୪ ରନ କରି ବ୍ୟାଟିଂ କରୁଥିବା ବେଳେ ହଠାତ୍‌ ବେକରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏଥିଯୋଗୁ ତାଙ୍କୁ ରିଟାର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିବାକୁ ପଡ଼ିଛି।

Advertisment

ତାଙ୍କ(Shubman Gill) ଆହତ ସମସ୍ୟା ଗୁରୁତର ଥିବାରୁ ସେ ଭାରତର ପ୍ରଥମ ଇନିଂସ(Test Cricket)ରେ ଆଉ ବ୍ୟାଟିଂ କରିବାକୁ ସକ୍ଷମ ହୋଇ ନାହାନ୍ତି। ଫଳରେ ଭାରତ ପ୍ରଥମ ଇନିଂସରେ ମାତ୍ର ୧୮୯ ରନ କରି ଅଟକି ଯାଇଛି। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୧୫୯ ରନ କରିଥିଲା। ତେଣୁ ଭାରତ ପ୍ରଥମ ଇନିଂସରେ ୩୦ ରନ ଲିଡ ହାସଲ କରିବାକୁ ସକ୍ଷମ ହୋଇଛି। 

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ(Test Match)ରେ ୧୫୯ ରନ କରିଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ୫ ୱିକେଟ ନେଇ ପ୍ରଥମ ଦିନର ଚା’ପାନ ବିରତି ପରେ ଦକ୍ଷିଣ ଆଫ୍ରିକା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ ହରାଇ ୩୭ ରନ କରିଥିଲା। ଆଜି କେଏଲ ରାହୁଲ ଓ ୱାଶିଂଟନ ସୁନ୍ଦର ମିଳିତ ଭାବେ ଭାରତର ରନକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ।

Advertisment

କିନ୍ତୁ ଦକ୍ଷିଣ ଆଫ୍ରିକାର ବୋଲର ଏହା କରାଇ ଦେଇଥିଲେ। ଇନିଂସର ୩୫ମ ଓଭରରେ ଦିବସର ପ୍ରଥମ ବ୍ୟାଟର ଭାବେ ୨୯ ରନ କରି ଆଉଟ ହୋଇଥିଲେ ସୁନ୍ଦର। ଏହାପରେ ଗିଲ ବ୍ୟାଟିଂ କରିବାକୁ ଆସିଥିଲେ। ସେ ଚୌକା ମାରି ଖାତା ଖୋଲିଥିଲେ ହେଁ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ବେକର ସିର ମୋଡ଼ି ହୋଇଯାଇଥିଲା। ଫଳରେ ସେ ଅଧାରୁ ପଡ଼ିଆ ଛାଡ଼ିଥିଲେ। 

ଉପ ଅଧିନାୟକ ଋଷଭ ପନ୍ତ ନିଜର କମବ୍ୟାକ ଅନ୍ତର୍ଜାତୀୟ ଟେଷ୍ଟରେ ଦ୍ରୁତଗତିରେ ରନ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମାତ୍ର ୨୪ ବଲରେ ୨୭ ରନ କରି ସେ କୋରବିନ ବଚଙ୍କ ବଲରେ ଆଉଟ ହୋଇଥିଲେ। ୩୧ ରନ କରିଥିବା ରାହୁଲଙ୍କ ୱିକେଟ ନେଇଛନ୍ତି କେଶବ ମହାରାଜ।

ଭାରତ ଏ ପାଇଁ ଲଗାତର ଶତକ ମାରିଥିବା ଧ୍ରୁବ ଜୁରେଲ କେବଳ ୧୪ ରନ କରିବାକୁ ସକ୍ଷମ ହୋଇଛନ୍ତି। ରବୀଜନ୍ଦ୍ର ଜାଡେଜା ୨୭ ଓ ଅକ୍ଷର ପଟେଲ ୧୭ ରନ କରି ସମସ୍ତଙ୍କୁ ନିରାଶ କରିଛନ୍ତି। ଉଭୟଙ୍କ ୱିକେଟ ସିମନ ହାରମେର ଦଖଲ କରିଛନ୍ତି। ଏହାପୂର୍ବରୁ ସେ ଧ୍ରୁବ ଜୁରେଲ ଓ ସୁନ୍ଦରଙ୍କ ୱିକେଟ ମଧ୍ୟ ନେଇଥିଲେ।

ଶେଷ ଭାଗରେ କୁଲଦୀପ ଯାଦବ ଓ ମହମ୍ମଦ ସିରାଜଙ୍କୁ ଆଉଟ କରି ମାର୍କୋ ୟାନସେନ ଭାରତୀୟ ଇନିଂସକୁ ୧୮୯ରେ ଅଟକାଇ ଦେଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ହାରମେର ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ୟାନସେନ ୩ଟି, ମହାରାଜ ଓ ବଚ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। 

India Vs South Africa Shubman Gill Test Cricket Test Match