Advertisment

ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନକୁ ବଡ଼ ଝଟକା: ପ୍ରଥମ ମ୍ୟାଚ ଖେଳିବେନି ଏହି ଷ୍ଟାର କ୍ରିକେଟର

ବିଶ୍ୱକପକୁ ଦୃଷ୍ଟିରେ ରଖି ୨ ମାସ ପୂର୍ବରୁ ହିଁ ଇମାଦ ୱାସିମ ତାଙ୍କ ଅବସର ନିଷ୍ପତ୍ତିରେ ୟୁ-ଟର୍ଣ୍ଣ ନେଇଥିଲେ।

Imad Wasim

Imad Wasim

Advertisment

ଗୁରୁବାର ଠାରୁ ପାକିସ୍ତାନ ତା’ର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍‌ରେ ଦଳ ଆୟୋଜକ ଆମେରିକାକୁ ଭେଟିବ। କିନ୍ତୁ ଏହା ପୂର୍ବରୁ ପାକିସ୍ତାନକୁ ବଡ଼ ଝଟକା ଲାଗିଛି।

Advertisment

ଆହତ ସମସ୍ୟା ଯୋଗୁ ଦଳର ଷ୍ଟାର ଅଲରାଉଣ୍ତର ଇମାଦ ୱାସିମ ପ୍ରଥମ ମ୍ୟାଚ୍‌ ଖେଳିବେ ନାହିଁ। ଏକଥା ନିଜେ ଅଧିନାୟକ ବାବର ଆଜମ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ୱାସିମ ଏବେ ବି ସଂପୂର୍ଣ୍ଣ ଭାବେ ସାଇଡ ଷ୍ଟ୍ରେନ ବା ପୀଠ ପାଖରେ ସିର ମକଚି ହୋଇଯିବା ସମସ୍ୟାରୁ ମୁକଳି ନାହାନ୍ତି। ବର୍ତ୍ତମାନ ସେ ମେଡିକାଲ ଷ୍ଟାଫଙ୍କ ନୀରିକ୍ଷଣରେ ଅଛଛନ୍ତି। ସେ ପ୍ରଥମ ମ୍ୟାଚ୍‌ ପରେ ବିଶ୍ୱକପରେ ଖେଳିବା ପାଇଁ ଉପଲବ୍ଧ ହେବେ। 

ବିଶ୍ୱକପକୁ ଦୃଷ୍ଟିରେ ରଖି ୨ ମାସ ପୂର୍ବରୁ ହିଁ ଇମାଦ ୱାସିମ ତାଙ୍କ ଅବସର ନିଷ୍ପତ୍ତିରେ ୟୁ-ଟର୍ଣ୍ଣ ନେଇଥିଲେ। ସେ ଅବସରରୁ ଆସିବା ପରେ ତାଙ୍କୁ ପାକିସ୍ତାନର ଟି-୨୦ ବିଶ୍ୱକପ ଟିମରେ ଚୟନ କରାଯାଇଥିଲା। ୱାସିମଙ୍କ ବ୍ୟତୀତ ଦ୍ରୁତ ବୋଲର ମହମ୍ମଦ ଆମୀରଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ସେ ନ୍ୟୁଜିଲ୍ୟାଣ୍ଡ, ଆୟର୍ଲ୍ୟାଣ୍ତ ଓ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ଖେଳିଥିଲେ।

Advertisment

ବାବର କହିଛନ୍ତି, “ଏଠାରେ ଥିବା ପିଚ୍‌ଗୁଡ଼ିକ ଦ୍ରୁତ ବୋଲରଙ୍କୁ ସହାୟକ ହେବ। ଆମ ପାଖରେ ଭଲ ଦ୍ରୁତ ବୋଲର ରହିଛନ୍ତି। ତେଣୁ ଏହି ପିଚ୍‌ ଆମ ପାଇଁ ଭଲ ହେବ ବୋଲି ଆଶା ରହିଛି।

ଆମେରିକାରେ ଦିଆ ଯାଉଥିବା ଆଥିତ୍ୟ ଠିକଠାକ ରହିଛି। ଆମର କୌଣସି ଅଭିଯୋଗ ନାହିଁ। ଆମେ ପୂର୍ବରୁ ଏସବୁ ଦେଖି ସାରିଛୁ। ପ୍ରଥମ ମ୍ୟାଚ୍‌ ପୂର୍ବରୁ କୌଣସି ଅଭ୍ୟାସ ମ୍ୟାଚ୍‌ ନ ଖେଳିବା ସମସ୍ୟାର ବିଷୟ।

କିନ୍ତୁ ଆମେ ଏକାଧିକ ସିରିଜ ଖେଳି ଏଠାକୁ ଆସିଛୁ। ତେଣୁ ଆଶା ମୁଖ୍ୟ ଟୁର୍ଣ୍ଣାମେଣ୍ଟରେ କିଛି ଅସୁବିଧା ହେବ ନାହିଁ।” ଗୁରୁବାର ଆମେରିକାକୁ ଭେଟିବାକୁ ଥିବା ପାକିସ୍ତାନ ରବିବାର ଭାରତର ସମ୍ମୁଖୀନ ହେବ।

Pakistan T20 Match T20 World Cup T20 Cricket Imad Wasim
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe