ଆଇପିଏଲର ରାସ୍ତା ବନ୍ଦ! ଏହି ୫ ବଡ଼ ଖେଳାଳିଙ୍କୁ ସବୁ ଦଳ କଲେ ଅଣଦେଖା

ଅକ୍ସନରେ ଏମିତି କିଛି ବଡ଼ ଖେଳାଳି ରହିଥିଲେ, ଯେଉଁମାନଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ଦେଖାଇ ନାହାନ୍ତି। ସେମାନଙ୍କ ପାଇଁ ସମ୍ଭବତଃ ଆଇପିଏଲର ରାସ୍ତା ସବୁଦିନ ପାଇଁ ବନ୍ଦ ହୋଇ ଯାଇଛି।

warner

ଡାଭିଡ ୱାର୍ଣ୍ଣର (ଫାଇଲ ଫଟୋ)

Hemant Lenka
  • Published: Tuesday, 26 November 2024
  • Updated: 26 November 2024, 04:41 PM IST

Sports

Latest News

ଆଇପିଏଲ ଅକ୍ସନରେ ୧୦ ପ୍ରାଞ୍ଚାଇଜ ୬୨ ବିଦେଶୀ ଖେଳାଳିଙ୍କ ସହ ମୋଟ ୧୮୨ ଜଣଙ୍କୁ କିଣିଛନ୍ତି। ଏଥିପାଇଁ ସେମାନେ ୬୩୯.୧୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଋଷଭ ପନ୍ତ ରେକର୍ଡ ବ୍ରେକିଂ ୨୭ କୋଟିରେ କିଣି ହୋଇଥିବା ବେଳେ ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ସର୍ବକନିଷ୍ଠ କ୍ରିକେଟର ଭାବେ ଆଇପିଏଲ ଖେଳିବାକୁ ଯାଉଛନ୍ତି। ତାଙ୍କୁ ରାଜସ୍ଥାନ ୧.୧୦ କୋଟି ଟଙ୍କାରେ କିଣିଛି।

ତେବେ ଅକ୍ସନରେ ଏମିତି କିଛି ବଡ଼ ଖେଳାଳି ରହିଥିଲେ, ଯେଉଁମାନଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ଦେଖାଇ ନାହାନ୍ତି। ସେମାନଙ୍କ ପାଇଁ ସମ୍ଭବତଃ ଆଇପିଏଲର ରାସ୍ତା ସବୁଦିନ ପାଇଁ ବନ୍ଦ ହୋଇ ଯାଇଛି।

Also Read

ବିକ୍ରି ହୋଇପାରି ନଥିବା ୫ ଷ୍ଟାର ଖେଳାଳି

୧- ଡାଭିଡ ୱାର୍ଣ୍ଣର: ଆଇପିଏଲରେ ଦୀର୍ଘ ବର୍ଷ ଧରି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡାଭିଡ ୱାର୍ଣ୍ଣର ରାଜ କରୁଥିଲେ। ୨୦୧୫ରେ ୱାର୍ଣ୍ଣରଙ୍କ ନେତୃତ୍ୱରେ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ବିଜେତା ବନିଥିଲା। ଆଇପିଏଲରେ ସର୍ବାଧିକ ରନ କରିଥିବା ଖେଳାଳିଙ୍କ ତାଲିକାରେ ମଧ୍ୟ ସେ ରହିଛନ୍ତି। ୨୦୧୫, ୨୦୧୭ ଓ ୨୦୧୯ରେ ଆଇପିଏଲରେ ସେ ସର୍ବାଧିକ ରନ କରି କମଳା ରଙ୍ଗର ଟୋପି ପାଇଥିଲେ। ତେବେ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ତାଙ୍କର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ଏଥର ୱାର୍ଣ୍ଣରଙ୍କୁ କେହି ବି କିଣି ନାହାନ୍ତି।

୨- ମୟଙ୍କ ଅଗ୍ରୱାଲ: ଘରୋଇ କ୍ରିକେଟର ଅନ୍ୟତମ ପ୍ରମୁଖ ବ୍ୟାଟର ହେଉଛନ୍ତି ମୟଙ୍କ ଅଗ୍ରୱାଲ। ସେ ୨୦୧୧ରୁ କ୍ରମାଗତ ଭାବେ ଆଇପିଏଲ ଖେଳି ଆସୁଥିଲେ। ୨୦୧୧ରୁ ଆରସିବି ସହ ସେ ନିଜର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିବା ବେଳେ ପଞ୍ଜାବ କିଙ୍ଗସର କ୍ୟାପ୍ଟେନ ମଧ୍ୟ ହୋଇଥିଲେ। ହେଲେ ୨୦୨୫ରେ ତାଙ୍କୁ କେହି କିଣି ନଥିବାରୁ ଆଇପିଏଲର ରାସ୍ତା ତାଙ୍କ ପାଇଁ ଏକପ୍ରକାରର ବନ୍ଦ ହୋଇଯାଇଛି।

୩- କେନ ୱିଲିୟମସନ: ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ କେନ ୱିଲିୟମସନ ୨୦୧୮ ଆଇପିଏଲରେ ସର୍ବାଧିକ ରନ କରି ଅରେଞ୍ଜ କ୍ୟାପ ଜିତିଥିଲେ। ଏପରି କି ସେ ହାଇଦ୍ରାବାଦାର ଅଧିନାୟକ ମଧ୍ୟ ହୋଇଥିଲେ। ୨୦୨୩ରୁ ସେ ଗୁଜରାଟ ସହ ରହିଥିବା ବେଳେ ଆହତ ସମସ୍ୟା ଯୋଗୁ ୨୦୨୪ରେ କେବଳ ଗୋଟିଏ ମ୍ୟାଚ୍‌ ଖେଳିଥିଲେ। ଏବେ ତାଙ୍କୁ ଅକ୍ସନରେ ଅଣଦେଖା ହେବାକୁ ପଡ଼ିଛି।

୪- ପୀୟୁଷ ଚାୱଲା: ଆଇପିଏଲ ଇତିହାସର ଅନ୍ୟତମ ମହାନ ସ୍ପିନର ହେଉଛନ୍ତି ପୀୟୁଷ ଚାୱଲା। ୩୫ ବର୍ଷୀୟ ପୀୟୁଷ ଟୁର୍ଣ୍ଣାମେଣ୍ଟରେ ୧୯୨ଟି ୱିକେଟ ନେବା ସହ ୨ ବର୍ଷ ହେଲା ମୁମ୍ବାଇ ଇଣ୍ଡିଆନ୍ସର ସେ ଲିଡିଂ ୱିକେଟ ଟେକର ମଧ୍ୟ ରହିଥିଲେ। ୨୦୨୫ ଅକ୍ସନରେ ତାଙ୍କୁ କେହି କିଣି ନଥିବାରୁ ପୀୟୁଷଙ୍କ ଆଇପିଏଲରେ ନଜର ଆସିବେ ନାହିଁ।

୫- ଜନ୍ନି ବେୟାରଷ୍ଟୋ: ଇଂଲଣ୍ଡର ବିସ୍ଫୋରକ ଓପନର ଜନ୍ନି ବେୟାରଷ୍ଟୋଙ୍କୁ ଅକ୍ସନରେ କେହି ନ କିଣିବା ସମସ୍ତଙ୍କୁ ଚକିତ କରିଛି। ବିଗତ ୫ ବର୍ଷ ଧରି ସେ ହାଇଦ୍ରାବାଦ ଓ ପଞ୍ଜାବ ପାଇଁ ୫୦ରୁ ଅଧିକ ମ୍ୟାଚ ଖେଳିଥିଲେ। ହେଲେ ଗତ ୨ଟି ଯାକ ସଂସ୍କରଣରେ ସେ ଆଖି ଦୃଶିଆ ପ୍ରଦର୍ଶନ କରି ନ ପାରିବାରୁ ତାଙ୍କୁ ଏଥର ଅକ୍ସନରେ ନିରାଶ ହେବାକୁ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story