Advertisment

ପାକିସ୍ତାନକୁ ଜୋରଦାର ଝଟକା ଦେଲା ଅଷ୍ଟ୍ରେଲିଆ!

ସିଡନୀ: ଆସନ୍ତା ମାସରେ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ପାକିସ୍ତାନ ଗସ୍ତ କରି ସେଠାରେ ପୂର୍ଣ୍ଣ ଦ୍ୱିପାକ୍ଷିକ ସିରିଜ୍ ଖେଳିବ। ଅଷ୍ଟ୍ରେଲିଆ ଭଳି ବଡ଼ ଟିମ୍ ଗସ୍ତ କରୁଥିବାରୁ ପାକିସ୍ତାନର ଖୁସି ନକହିଲେ ସରେ। କିନ୍ତୁ ଏହି ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆ ପାକିସ୍ତାନକୁ ବଡ଼ ଝଟକା ଦେଇଛି। ଅଷ୍ଟ୍ରେଲିଆର କିଛି ନାମୀ ବା ଟପ୍ ଖେଳାଳି ପାକିସ୍ତାନ ବିପକ୍ଷ ଦିନିକିଆ ଓ ଟି-୨୦ରେ ଖେଳିବେ ନାହିଁ। ଆଉ ଏହାର କାରଣ ହେଉଛି ଆଇପିଏଲ୍। ମାର୍ଚ୍ଚ ଶେଷ ସପ୍ତାହରେ ଆଇପିଏଲର […]

ପାକିସ୍ତାନକୁ ଜୋରଦାର ଝଟକା ଦେଲା ଅଷ୍ଟ୍ରେଲିଆ!

AUS-VS-PAK

Advertisment

ସିଡନୀ: ଆସନ୍ତା ମାସରେ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ପାକିସ୍ତାନ ଗସ୍ତ କରି ସେଠାରେ ପୂର୍ଣ୍ଣ ଦ୍ୱିପାକ୍ଷିକ ସିରିଜ୍ ଖେଳିବ। ଅଷ୍ଟ୍ରେଲିଆ ଭଳି ବଡ଼ ଟିମ୍ ଗସ୍ତ କରୁଥିବାରୁ ପାକିସ୍ତାନର ଖୁସି ନକହିଲେ ସରେ। କିନ୍ତୁ ଏହି ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆ ପାକିସ୍ତାନକୁ ବଡ଼ ଝଟକା ଦେଇଛି। ଅଷ୍ଟ୍ରେଲିଆର କିଛି ନାମୀ ବା ଟପ୍ ଖେଳାଳି ପାକିସ୍ତାନ ବିପକ୍ଷ ଦିନିକିଆ ଓ ଟି-୨୦ରେ ଖେଳିବେ ନାହିଁ। ଆଉ ଏହାର କାରଣ ହେଉଛି ଆଇପିଏଲ୍।

Advertisment

ମାର୍ଚ୍ଚ ଶେଷ ସପ୍ତାହରେ ଆଇପିଏଲର ୧୫ଶ ସଂସ୍କରଣ ଆରମ୍ଭ ହେବ। ଆଉ ଏହି ସମୟରେ ପାକିସ୍ତାନ ବିପକ୍ଷ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳିବ ଅଷ୍ଟ୍ରେଲିଆ। ପାକିସ୍ତାନ ଗସ୍ତରେ ଅଷ୍ଟ୍ରେଲିଆ ତିନୋଟି ଟେଷ୍ଟ, ତିନୋଟି ଦିନିକିଆ ଓ ଏକମାତ୍ର ଟି-୨୦ ମ୍ୟାଚ୍ ଖେଳିବ। ଟେଷ୍ଟ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ପୂର୍ବରୁ ଦଳ ଘୋଷଣା କରିସାରିଛି। କିନ୍ତୁ ଦିନିକିଆ ଓ ଟି-୨୦ ପାଇଁ ଆଜି ଦଳ ଘୋଷଣା କରାଯାଇଛି। ତେବେ ଏହି ଦଳରେ କିଛି ନାଁ ନାହିଁ।

ପ୍ୟାଟ୍ କମିନ୍ସ, ଡେଭିଡ୍ ୱାର୍ଣ୍ଣର୍, ଜୋଶ୍ ହେଜଲଉଡ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମାଥ୍ୟୁ ୱେଡ୍ ଓ ମିଚେଲ୍ ଷ୍ଟାର୍କଙ୍କ ଭଳି ଷ୍ଟାର୍ ଖେଳାଳି ପାକିସ୍ତାନ ବିପକ୍ଷରେ ଦିନିକିଆ ଓ ଟି-୨୦ ମ୍ୟାଚରେ ଖେଳିବେ ନାହିଁ। ଆରୋନ୍ ଫିଞ୍ଚଙ୍କ ନେତୃତ୍ୱରେ ଟିମରେ ଜୋଶ୍ ଇଂଲିସ, ବେନ୍ ମ୍ୟାକଡରମଟ୍ଟ, ନେଥନ୍ ଏଲିସଙ୍କୁ ସୁଯୋଗ ମିଳିଛି। ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ନିଲାମ ପୂର୍ବରୁ ମାର୍କସ୍ ଷ୍ଟୋଇନିସଙ୍କୁ ଡ୍ରାଫ୍ଟ କରିଥିଲା। ସେ ପାକିସ୍ତାନ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଟିମରେ ସ୍ଥାନ ପାଇଛନ୍ତି।

Advertisment

ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ମାର୍ଚ୍ଚ ୪ରୁ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ ୧୨ରୁ ୧୬, ତୃତୀୟ ଟେଷ୍ଟ ୨୧ରୁ ୨୫ ତାରିଖ ଯାଏ ଅନୁଷ୍ଠିତ ହେବ। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୯, ଦ୍ୱିତୀୟ ମ୍ୟାଚ୍ ମାର୍ଚ୍ଚ ୩୧ ଏବଂ ତୃତୀୟ ମ୍ୟାଚ୍ ଏପ୍ରିଲ ୨ ତାରିଖରେ ଖେଳାଯିବ। ଏକମାତ୍ର ଟି-୨୦ ମ୍ୟାଚ୍ ଏପ୍ରିଲ୍ ୫ ତାରିଖରେ ଅନୁଷ୍ଠିତ ହେବ।

ମାର୍ଚ୍ଚ ଶେଷରେ ଆଇପିଏଲର ନୂଆ ସିଜନ୍ ଆରମ୍ଭ ହେବ। ଆଇପିଏଲରେ ଖେଳିବାକୁ ଥିବା ଯେଉଁ ଅଷ୍ଟ୍ରେଲିଆ ଖେଳାଳି ପାକିସ୍ତାନରେ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳିବେ ନାହିଁ, ସେମାନେ ଏପ୍ରିଲ୍ ୬ ତାରିଖରୁ ଆଇପିଏଲ୍ ଖେଳିବା ପାଇଁ ଉପଲବ୍ଧ ହେବେ। ସେମାନେ ପୂର୍ବରୁ ଭାରତ ଆସିପାରନ୍ତି, କିନ୍ତୁ କ୍ରିକେଟ୍ ଅଷ୍ଟ୍ରେଲିଆର ପଲିସି କାରଣରୁ ଏପ୍ରିଲ୍ ୫ ତାରିଖ ଯାଏ ଆଇପିଏଲରେ ଭାଗ ନେଇପାରିବେ ନାହିଁ। ଆଇପିଏଲ୍ ଖେଳିବା ପାଇଁ ଏପ୍ରିଲ୍ ୬ ତାରିଖରେ ଭାରତରେ ପହଞ୍ଚିବା ପରେ ଅଷ୍ଟ୍ରେଲିଆ ଖେଳାଳି ପ୍ରୋଟୋକଲ୍ ଅନୁଯାୟୀ କ୍ୱାରେଣ୍ଟାଇନରେ ରହିବେ। କୁହାଯାଉଛି ଯେ ଏହି କାରଣରୁ ଅଷ୍ଟ୍ରେଲିଆ ବଡ଼ ଖେଳାଳିମାନେ ପାକିସ୍ତାନ ବିପକ୍ଷରେ ସୀମିତ ଓଭର ସିରିଜ୍ ଖେଳିବାକୁ ମନା କରିନେଇଛନ୍ତି।

ଅଷ୍ଟ୍ରେଲିଆ ଦିନିକିଆ ଓ ଟି-୨୦ ସ୍କ୍ୱାଡ୍: ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍), ସିନ୍ ଆବୋଟ୍ଟ, ଅଷ୍ଟନ୍ ଅଗର୍, ଜେସନ୍ ବେହରନଡର୍ଫ, ଆଲେକ୍ସ କ୍ୟାରୀ, ନେଥନ୍ ଏଲିସ୍, କାମରେନ୍ ଗ୍ରୀନ୍, ଜୋଶ୍ ଇଂଲିସ୍, ମାର୍ନସ୍ ଲାବୁଶେନ୍, ମିଚେଲ୍ ମାର୍ଶ, ବେନ୍ ମ୍ୟାକଡରମଟ୍ଟ, କେନ୍ ରିଚାର୍ଡସନ୍, ଷ୍ଟିଭ୍ ସ୍ମିଥ୍, ମାର୍କସ୍ ଷ୍ଟୋଇନିସ୍, ଆଡାମ ଜାମ୍ପା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe