Advertisment

ଜନ୍ମଦିନରେ ଟସ୍ ଜିତିଲେ କୋହଲି

ଦୁବାଇ: ଲଗାତର ତିନୋଟି ମ୍ୟାଚରେ ହାରିବା ପରେ ଶେଷରେ ଟସ୍ ଜିତିଛନ୍ତି ବର୍ଥ ଡେ’ ବୟ ତଥା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି। ସ୍କଟଲ୍ୟାଣ୍ଡ ବିପକ୍ଷ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ସ୍କଟଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିବେ। ଆଜି ମ୍ୟାଚରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରୋ ଗୋଟିଏ ପରିବର୍ତ୍ତନ କରିଛି। ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର ସ୍କ୍ୱାଡରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ରହସ୍ୟମୟ ସ୍ପିନର ବରୁନ୍ ଚକ୍ରବର୍ତ୍ତୀଙ୍କୁ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଜନ୍ମଦିନରେ ଟସ୍ ଜିତିଲେ କୋହଲି

india-vs-sco

ଦୁବାଇ: ଲଗାତର ତିନୋଟି ମ୍ୟାଚରେ ହାରିବା ପରେ ଶେଷରେ ଟସ୍ ଜିତିଛନ୍ତି ବର୍ଥ ଡେ' ବୟ ତଥା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି। ସ୍କଟଲ୍ୟାଣ୍ଡ ବିପକ୍ଷ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ସ୍କଟଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିବେ।

Advertisment

ଆଜି ମ୍ୟାଚରେ ଭାରତ ତା'ର ଚୂଡ଼ାନ୍ତ ଏକାଦଶରୋ ଗୋଟିଏ ପରିବର୍ତ୍ତନ କରିଛି। ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର ସ୍କ୍ୱାଡରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ରହସ୍ୟମୟ ସ୍ପିନର ବରୁନ୍ ଚକ୍ରବର୍ତ୍ତୀଙ୍କୁ ସାମିଲ୍ କରାଯାଇଛି। ଅନ୍ୟପକ୍ଷରେ ସ୍କଟଲ୍ୟାଣ୍ଡ ଟିମରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ଆଜିର ଏହି ମ୍ୟାଚ୍ ଭାରତ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ। କାରଣ ଭାରତକୁ ଏହି ମ୍ୟାଚରେ କୌଣସି ପରିସ୍ଥିତି ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ। ଭାରତ ତା'ର ପୂର୍ବ ମ୍ୟାଚରେ ଆଫଗାନିସ୍ତାକୁ ୬୬ ରନରେ ହରାଇ ନେଟ୍ ରନରେଟକୁ ପଜିଟିଭ୍ କରିଥିଲା। ତେଣୁ ଏହି ମ୍ୟାଚ୍ ଜିତି ଭାରତ ତା'ର ନେଟ୍ ରନ୍‌ ରେଟକୁ ଆହୁରି ମଜଭୁତ୍ କରିବାକୁ ଚାହିଁବ।

Advertisment

ଚଳିତ ଟି-୨୦ ବିଶ୍ୱକପରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଆସିଛି। ଭାରତ ପ୍ରଥମ ଦୁଇଟି ମ୍ୟାଚରେ ଯଥାକ୍ରମେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଯାଇଥିଲା। ଏହି ପରାଜୟ ଭାରତର ସେମିଫାଇନାଲ୍‌ ଆଶାକୁ କ୍ଷୀଣ କରିଦେଇଛି। ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ଏବେ ଅନ୍ୟ ଟିମ୍ ଉପରେ ନିର୍ଭର କରିବାକୁ ପଡ଼ିବ। ବିଶେଷକରି ନ୍ୟୁଜିଲ୍ୟାଣ୍ଡର ପରାଜୟ ହିଁ ଭାରତର ସେମିଫାଇନାଲ ଆଶା ଉଜ୍ଜୀବିତ କରିପାରିବ ।

ଭାରତ: ରୋହିତ୍ ଶର୍ମା, ଲୋକେଶ ରାହୁଲ୍, ବିରାଟ୍ କୋହଲି (କ୍ୟାପଟେନ୍), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା, ବରୁନ୍ ଚକ୍ରବର୍ତ୍ତୀ।

ସ୍କଟଲ୍ୟାଣ୍ଡ: ଜର୍ଜ ମୁନସେ, କାଇଲ କୋଏଜର୍ (କ୍ୟାପଟେନ୍), ମାଥ୍ୟୁ କ୍ରସ୍, ରିଚି ବେରିଙ୍ଗଟନ୍, କାଲମ୍ ମ୍ୟାକଲିଅଡ୍, ମାଇକେଲ୍ ଲିସ୍କ, କ୍ରିସ୍ ଗ୍ରିଭ୍ସ, ମାର୍କ ୱାଟ୍ଟ, ସାଫୟାନ୍ ଶାରିଫ୍, ଆଲାସଡେର୍ ଇଭାନ୍ସ, ବ୍ରାଡ୍ ହ୍ୱିଲ୍।

ICCT20 World Cup 2021