Advertisment

ଏଲଏଲସିସି ଅଣ୍ଡର ୧୪ କ୍ରିକେଟ: ବିଶ୍ୱଭାରତୀ ଠାରୁ ହାରିଲା ଗ୍ରୀନ୍ସ ଏକାଡେମୀ

ଗ୍ରୀନ୍ସ ପାଇଁ ଓମ ପ୍ରକାଶ ସାହୁ ୬ ଓଭରରେ ୩ଟି ମେଡେନ ସହ ୨୧ ରନ ଦେଇଥିଲେ। ଏଥିସହ ସେ ଗୋଟିଏ ୱିକେଟ ପାଇଥିଲେ। ଓମ ପ୍ରକାଶ ବେହେରା, ଅଙ୍କିତ ପଣ୍ଡା ଓ ଅଧିନାୟକ ଅଂଶୁମାନ ରାଜଗୁର ମଧ୍ୟ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
LLCC

LLCC

ଲାଇଭ ଲିଜେଣ୍ଡ କ୍ରିକେଟ କ୍ଲବ(ଏଲଏଲସିସି) ତରଫରୁ ଚାଲିଥିବା ୧୪ ବର୍ଷରୁ କମ ଡ୍ୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। କଟକର ବିଶ୍ୱଭାରତୀ ଅପେକ୍ଷାକୃତ ଶକ୍ତିଶାଳୀ ଗ୍ରୀନ୍ସ କ୍ରିକେଟ ଏକାଡେମୀଙ୍କୁ ହରାଇ ଦେଇଛି। ବିଶ୍ୱଭାରତୀ ୨୭ ରନରେ ଗ୍ରୀନ୍ସକୁ ହରାଇ ଟୁର୍ଣ୍ଣାମେଣ୍ଟରେ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି।

Advertisment

ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବିଶ୍ୱଭାରତୀ ନିର୍ଦ୍ଧାରିତ ୩୦ ଓଭରରେ ୫ ୱିକେଟ ହରାଇ ୧୯୦ ରନ କରିଥିଲା। ଦଳ ପକ୍ଷରୁ ଓମ ପ୍ରସାଦ ଦାସ ୪୬ ବଲରେ ୪୪, କାର୍ତ୍ତିକେଶ୍ୱର ଶ’ ୩୩ ବଲରେ ୪୦ ଓ ଗୁରୁପ୍ରସାଦ ସାହୁ ୬୧ ବଲରେ ୩୨ ରନ କରିଥିଲେ।

ଗ୍ରୀନ୍ସ ପାଇଁ ଓମ ପ୍ରକାଶ ସାହୁ ୬ ଓଭରରେ ୩ଟି ମେଡେନ ସହ ୨୧ ରନ ଦେଇଥିଲେ। ଏଥିସହ ସେ ଗୋଟିଏ ୱିକେଟ ପାଇଥିଲେ। ଓମ ପ୍ରକାଶ ବେହେରା, ଅଙ୍କିତ ପଣ୍ଡା ଓ ଅଧିନାୟକ ଅଂଶୁମାନ ରାଜଗୁର ମଧ୍ୟ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Advertisment

୧୯୧ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଗ୍ରୀନ୍ସ ଠିକଠାକ ଆରମ୍ଭ କରିଥିଲା। କିନ୍ତୁ ଦଳ ୩୦ ଓଭରରେ ୮ ୱିକେଟ ହରାଇ କେବଳ ୧୬୩ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ସାଇ ଶ୍ୟାମ ସାହୁ ସର୍ବାଧିକ ୪୪ ରନ କରିଥିବା ବେଳେ ନିଖିଲ କୁମାର ନାଥ ୨୬ ରନର ଇନିଂସ ଖେଳିଥିଲେ। ବାକି ଆଉ କୌଣସି ବ୍ୟାଟର ଆଖି ଦୃଶିଆ ପ୍ରଦର୍ଶନ କରିପାରି ନଥିଲେ।

ବିଶ୍ୱଭାରତୀ ପକ୍ଷରୁ ଗୁରୁ ପ୍ରସାଦ ସାହୁ ୩୦ ଓଭରରେ ୨ଟି ୱିକେଟ ନେଇଛନ୍ତି। ତାଙ୍କ ବ୍ୟତୀତ ସାଇ ମୋହନ ବେହେରା ୨ଟି ଓ ଓମ ପ୍ରସାଦ ଦାସ ଗୋଟିଏ ସଫଳତା ପାଇଛନ୍ତି। ୨୭ ରନରେ ମ୍ୟାଚକୁ ଜିତି ବିଶ୍ୱ ଭାରତୀ କ୍ୱାର୍ଡର ଫାଇନାଲରେ ପ୍ରବେଶ କରିଛି। ବୋଲିଂରେ ୨ଟି ୱିକେଟ ସହ ବ୍ୟାଟିଂରେ ୩୨ ରନ କରିଥିବେ ବିଶ୍ୱଭାରତୀର ଗୁରୁ ପ୍ରସାଦ ସାହୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। 

Cricket LLCC