Advertisment

ଆଇପିଏଲ ପୂର୍ବରୁ ଚେନ୍ନାଇକୁ ଶକ୍ତ ଝଟକା, ବାଦ ପଡ଼ିଲେ ଏହି ଷ୍ଟାର ଖେଳାଳି

୨୦୨୧ରେ ଆରସିବି ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିଥିଲେ। ସେ ୯ଟି ମ୍ୟାଚରେ ୯ଟି ୱିକେଟ ମଧ୍ୟ ନେଇଥିଲେ।

kyle jamieson

kyle jamieson

Advertisment

ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲର ୨୦୨୩ ସଂସ୍କରଣ ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଛି ଶକ୍ତ ଝଟକା। ଦଳ କିଣିଥିବା ଷ୍ଟାର ଅଲରାଉଣ୍ଡର କାଇଲ ଜେମିସନ ଆହତ ସମସ୍ୟା ଯୋଗୁ ପୂରା ଆଇପିଏଲରୁ ବାଦ ପଡ଼ିଛନ୍ତି। ଜେମିସନ ବ୍ୟାକ ଇଞ୍ଜୁରୀ ସମସ୍ୟାରେ ପଡ଼ିଛନ୍ତି। ଏଥିପାଇଁ ତାଙ୍କ ସର୍ଜରୀ କରିବାକୁ ପଡ଼ିବ। ତେଣୁ ସେ ଅତିକମରେ ୪ ମାସ କ୍ରିକେଟ ଠାରୁ ଦୂରେଇ ରହିବେ।

Advertisment

ଜେମିସନ ୭ ମାସ ହେଲା ବ୍ୟାକ ଇଞ୍ଜୁରୀ ସମସ୍ୟାରୁ ଦୂରେଇ ରହିଥିଲେ। ଏଥିସହ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ୨ଟିକିଆ ଟେଷ୍ଟ ସିରିଜ୍‌ରେ କମବ୍ୟାକ୍‌ ଲକ୍ଷ୍ୟରେ ରହିଥିଲେ। ତାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ସ୍କ୍ୱାଡରେ ମଧ୍ୟ ସାମିଲ କରାଯାଇଥିଲା। ହେଲେ ଫିଙ୍କ ବଲ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ ତାଙ୍କୁ ସାମିଲ କରାଯାଇ ନଥିଲା। ନ୍ୟୁଜିଲ୍ୟାଣ୍ଡ ଏହି ଟେଷ୍ଟ ମ୍ୟାଚ୍‌ଟି ହାରି ଯାଇଥିବାରୁ ଜେମିସନ ଦ୍ୱିତୀୟ ମ୍ୟାଚ୍‌ରେ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଥିଲା। ହେଲେ ଏବେ ସେ ଆହତ ସମସ୍ୟା ଯୋଗୁ କ୍ରିକେଟରୁ ହିଁ ବାଦ ପଡ଼ିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ଟିମର ମୁଖ୍ୟ କୋଚ୍‌ ଗ୍ୟାରୀ ଷ୍ଟେଡ କହିଛନ୍ତି, ଜେମିସନ ବ୍ୟାକ ଇଞ୍ଜୁରୀରେ ପଡ଼ିଛନ୍ତି। ଏଥିପାଇଁ ତାଙ୍କର ସର୍ଜରୀ ଆବଶ୍ୟକ। କ୍ରିକେଟରୁ ଦୂରେଇ ରହି ସେ ନିଶ୍ଚିତ ଭାବେ କମବ୍ୟାକ୍‌ ପାଇଁ ଯୋଜନା କରିବେ। ଆମର ଆଶା ସେ ଖୁବଶୀଘ୍ର ଫିଟ ହୋଇଯିବ।

Advertisment

ଜେମିସନ ନ୍ୟୁଜିଲ୍ୟାଣ୍ଡ ପାଇଁ ଶେଷଥର ୨୦୨୨ ଜୁଲାଇରେ ଟେଷ୍ଟ ମ୍ୟାଚ୍‌ ଖେଳିଥିଲା। ସେବେଠାରୁ ସେ କେତେବେଳେ ଆହତ ହେଉଛନ୍ତି ତ ଆଉ କେତେବେଳେ ଖରାପ ଫର୍ମ ପାଇଁ ଦଳରୁ ବାଦ ପଡ଼ିଥିଲେ। ଜାନୁଆରୀ ମାସରୁ ସେ ଅନ୍ତର୍ଜାତୀୟ କମବ୍ୟାକ ପାଇଁ ଘରୋଇ ଲିଷ୍ଟ ଏ ଓ ଟି-୨୦ ମ୍ୟାଚ୍‌ ଖେଳିବା ଆରମ୍ଭ କରିଥିଲେ। ହେଲେ ପୁଣି ଆହତ ସମସ୍ୟାରେ ପଡ଼ିଥିଲେ। 

ସେ ଆହତ ହୋଇଥିବାରୁ ଫେବୃଆରୀ ୨୪ରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ଖେଳିବେ ନାହିଁ। ଜେମିସନ ୨୦୨୧ରେ ଆରସିବି ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିଥିଲେ। ସେ ୯ଟି ମ୍ୟାଚରେ ୯ଟି ୱିକେଟ ମଧ୍ୟ ନେଇଥିଲେ। ୨୦୨୩ ଆଇପିଏଲ ଅକ୍ସନ ବେଳେ ୨୮ ବର୍ଷୀୟ ଜେମିସନଙ୍କୁ ଚେନ୍ନାଇ ୧ କୋଟି ଟଙ୍କାରେ କିଣିଥିଲା। ହେଲେ ଏବେ ସେ ପୂରା ଆଇପିଏଲରୁ ବାଦ ପଡ଼ିଛନ୍ତି।

IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe