Advertisment

ଆହତ ୱିଲ ଜ୍ୟାକ୍ସଙ୍କ ବଦଳରେ ଆରସିବିରେ ଯୋଗଦେଲେ ମାଇକେଲ ବ୍ରେସୱେଲ

ଆଇପିଏଲ ନିଲାମ ବେଳେ ଆରସିବି ୱିଲ ଜ୍ୟାକ୍ସଙ୍କୁ କିଣିଥିଲା। କିନ୍ତୁ ନିକଟରେ ଶେଷ ହୋଇଥିଲା ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍‌ରେ ଏହି ଷ୍ଟାର ଇଂଲଣ୍ଡ ଖେଳାଳି ଜଣଙ୍କ ଆହତ ହୋଇଥିଲେ।

Bracewell

Bracewell

Advertisment

ଆଇପିଏଲକୁ ନେଇ ବଡ଼ ଅପଡେଟ ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଖେଳିବେ ନ୍ୟୁଜିଲ୍ୟାଣ୍ଡର ଷ୍ଟାର ଅଲରାଉଣ୍ଡର ମାଇକେଲ ବ୍ରେସୱେଲ। ୱିଲ ଜ୍ୟାକ୍ସଙ୍କ ବଦଳରେ ଆରସିବି ବ୍ରେସୱେଲଙ୍କୁ ନିଜ ସମୟ ସାମିଲ କରିଛି। ତାଙ୍କୁ ମୂଳଦର ୧ କୋଟି ଟଙ୍କାରେ ଆରସିବି କିଣିଛି।

Advertisment

ଆଇପିଏଲ ନିଲାମ ବେଳେ ଆରସିବି ୱିଲ ଜ୍ୟାକ୍ସଙ୍କୁ କିଣିଥିଲା। କିନ୍ତୁ ନିକଟରେ ଶେଷ ହୋଇଥିଲା ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍‌ରେ ଏହି ଷ୍ଟାର ଇଂଲଣ୍ଡ ଖେଳାଳି ଜଣଙ୍କ ଆହତ ହୋଇଥିଲେ। ତେଣୁ ସେ ଆଇପିଏଲରୁ ବାଦ ପଡ଼ିଛନ୍ତି।

୩୨ ବର୍ଷୀୟ ବ୍ରେସୱେଲଙ୍କ ପାଖରେ ଭାରତରେ ଖେଳିବାର ଅଭିଜ୍ଞତା ରହିଛି। ନିକଟରେ ଶେଷ ହୋଇଥିବା ଭାରତ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍‌ରେ ସେ ନିଜର ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ଏଯାଏ ସେ ୧୧୭ ଟି-୨୦ ମ୍ୟାଚ୍‌ ଖେଳି ୩୦.୮୬ ହାରରେ ୨୨୮୪ ରନ କରିଛନ୍ତି।

Advertisment

ତାଙ୍କ ନାଁରେ ଗୋଟିଏ ଶତକ ଓ ୧୩ଟି ଅର୍ଦ୍ଧଶତକ ରହିଛି। ସେ ୪୦ଟି ୱିକେଟ ମଧ୍ୟ ନେଇଛନ୍ତି। ଭାରତ ବିପକ୍ଷ ଦିନିକିଆରେ ସେ ୧୪୦ ରନ କରିଥିଲେ। ସେହିପରି ଟି-୨୦ ସିରିଜ୍‌ରେ ନ୍ୟୁଜିଲ୍ୟାଣ୍ଡ ପାଇଁ ସର୍ବାଧିକ ୱିକେଟ ଦଖଲକାରୀ ବୋଲର ମଧ୍ୟ ବନିଥିଲେ।

ଆଇପିଏଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଇଂଲଣ୍ତ ବ୍ୟାଟର ୱିଲ ଜ୍ୟାକ୍ସଙ୍କୁ ଆରସିବି ୩.୨ କୋଟି ଟଙ୍କାରେ କିଣିଥିଲା। ହେଲେ ସେ ଆହତ ହୋଇଥିବାରୁ ଟାଟା ଆଇପିଏଲ ୨୦୨୩ରୁ ବାଦ ପଡ଼ିଛନ୍ତି।

ତାଙ୍କ ବଦଳରେ ଆରସିବି ବ୍ରେସୱେଲଙ୍କୁ ନିଜ ସହ ସାମିଲ କରିଛି। ୧ କୋଟି ଟଙ୍କାରେ ସେ ଆରସିବିରେ ଯୋଗଦେବେ। ବ୍ରେସୱେଲ ୧୬ଟି ଅନ୍ତର୍ଜାତୀୟ ଟି-୨୦ ଖେଳି ୧୧୩ ରନ କରିବା ସହ ୨୧ଟି ୱିକେଟ ଦଖଲ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe