Advertisment

ଗ୍ୟାରୀ ସୋଭର୍ସଙ୍କ ନାଁରେ ୫୨ ବର୍ଷ ହେଲା ଥିବା ରେକର୍ଡ ଭାଙ୍ଗିଲା

ସୋଭର୍ସ ୧୯୫୫ ଏପ୍ରିଲରୁ ୧୯୭୨ ଏପ୍ରିଲ ମଧ୍ୟରେ କ୍ରମାଗତ ୮୫ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ବ୍ରାଥୱେଟଙ୍କ ମ୍ୟାଚ୍‌ ସଂଖ୍ୟା ଏବେ ୮୬ରେ ପହଞ୍ଚି ଯାଇଛି।

Kraigg Brathwaite

Kraigg Brathwaite

Advertisment

ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ଗ୍ୟାରୀ ସୋଭର୍ସଙ୍କ ନାଁରେ ୫ ଦଶନ୍ଧି ହେଲା ରହିଥିବା ରେକର୍ଡ ଭାଙ୍ଗିଛି। ୱେଷ୍ଟଇଣ୍ଡିଜ୍‌ର କ୍ରେଗ ବ୍ରାଥୱେଟ ୫୨ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ୱେଷ୍ଟଇଣ୍ଡିଜ ପାଇଁ କ୍ରମାଗତ ଭାବେ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ରେକର୍ଡ ଗ୍ୟାରୀ ସୋଭର୍ସଙ୍କ ନାଁରେ ରହିଥିଲା।

Advertisment

ହେଲେ ୩୨ ବର୍ଷୀୟ ବ୍ରାଥୱେଟ ଏହି ରେକର୍ଡକୁ ଏବେ ଅତିକ୍ରମ କରି ଯାଇଛନ୍ତି। ସେ ବାଂଲାଦେଶ ବିପକ୍ଷ ଘରୋଇ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇବା ମାତ୍ରେ ସୋଭର୍ସଙ୍କୁ ଅତିକ୍ରମ କରି ଯାଇଛନ୍ତି।

୨୦୧୪ ଜୁନ ମାସରୁ ଇତି ମଧ୍ୟରେ ବ୍ରାଥୱେଟ କ୍ରମାଗତ ଭାବେ ୱେଷ୍ଟଇଣ୍ଡିଜ ପାଇଁ ଟେଷ୍ଟ ମ୍ୟାଚ ଖେଳି ଚାଲିଛନ୍ତି। ୧୦ ବର୍ଷ ମଧ୍ୟରେ ସେ ଗୋଟିଏ ବି ମ୍ୟାଚ୍‌ ମିସ କରି ନାହାନ୍ତି। ସୋଭର୍ସ ୧୯୫୫ ଏପ୍ରିଲରୁ ୧୯୭୨ ଏପ୍ରିଲ ମଧ୍ୟରେ କ୍ରମାଗତ ୮୫ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ବ୍ରାଥୱେଟଙ୍କ ମ୍ୟାଚ୍‌ ସଂଖ୍ୟା ଏବେ ୮୬ରେ ପହଞ୍ଚି ଯାଇଛି।

Advertisment

ଏମାନଙ୍କ ବ୍ୟତୀତ ତାଲିକାର ତୃତୀୟ ସ୍ଥାନରେ ଡେସମଣ୍ଡ ହାୟନେସ ୭୨ଟି, ବ୍ରାଏନ ଚାର୍ଲସ ଲାରା ୬୪ଟି, ରୋହନ କାନହୈ ୬୧ଟି, ସାର ଭିଭ ରିଚାଡର୍ସ ୬୧ଟି ଓ ୱାଲ୍‌ଶ ୫୩ଟି ମ୍ୟାଚ୍‌ କ୍ରମାଗତ ଭାବେ ୱେଷ୍ଟଇଣ୍ଡିଜ ପାଇଁ ଖେଳିଛନ୍ତି।

ତେବେ ଓଭର ଅଲ ରେକର୍ଡ କଥା ଦେଖିଲେ ତାଲିକାର ୧ନଂ ସ୍ଥାନରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ ରହିଛନ୍ତି। ସେ ସେ ୨୦୦୬ ମେ’ ମାସରୁ ୨୦୧୮ ସେପ୍ଟେମ୍ବର ମଧ୍ୟରେ ୧୫୯ଟି ଟେଷ୍ଟ ଖେଳିଛନ୍ତି।

ତାଙ୍କ ପଛକୁ ଆଲାନ ବର୍ଡର ୧୫୩ଟି, ମାର୍କ ୱ ୧୫୩ଟି, ସୁନୀଲ ଗାଭାସ୍କର ୧୦୬ଟି, ବ୍ରେଣ୍ଡନ ମ୍ୟାକକୁଲମ ୧୦୧ଟି ଓ ନାଥନ ଲାୟନ ୧୦୦ଟି ମ୍ୟାଚ୍‌ କ୍ରମାଗତ ଭାବେ ଖେଳିଛନ୍ତି।

Test Cricket Test Match Kraigg Brathwaite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe