Advertisment

ଶତକୀୟ ଓପନିଂ ପାର୍ଟନରଶିପ୍ ସତ୍ତ୍ୱେ ଆରସିବି ୧୫୬/୬

ଶାରଜା: କ୍ୟାପଟେନ୍ ବିରାଟ୍ କୋହଲି ଓ ଦେବଦତ୍ତ ପାଡିକଲଙ୍କ ଶତକୀୟ ଭାଗିଦାରୀ ସତ୍ତ୍ୱେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ ସୁପର୍ କିଙ୍ଗସ୍ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୬ ରନ୍ କରିବାକୁ ସକ୍ଷମ ହୋଇଛି। କୋହଲି ୪୧ ବଲରେ ୬ ଚୌକା ଓ ୧ ଛକା ସହ ୫୩ ଓ ଦେବଦତ୍ତ ପାଡିକଲ୍ ୫୦ ବଲରେ ୫ ଚୌକା ଓ ୩ ଛକା ସହ ୭୦ ରନ୍ କରିଛନ୍ତି। ପଏଣ୍ଟ ଟେବୁଲର […]

ଶତକୀୟ ଓପନିଂ ପାର୍ଟନରଶିପ୍ ସତ୍ତ୍ୱେ ଆରସିବି ୧୫୬/୬

ipl

Advertisment

ଶାରଜା: କ୍ୟାପଟେନ୍ ବିରାଟ୍ କୋହଲି ଓ ଦେବଦତ୍ତ ପାଡିକଲଙ୍କ ଶତକୀୟ ଭାଗିଦାରୀ ସତ୍ତ୍ୱେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ ସୁପର୍ କିଙ୍ଗସ୍ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୬ ରନ୍ କରିବାକୁ ସକ୍ଷମ ହୋଇଛି। କୋହଲି ୪୧ ବଲରେ ୬ ଚୌକା ଓ ୧ ଛକା ସହ ୫୩ ଓ ଦେବଦତ୍ତ ପାଡିକଲ୍ ୫୦ ବଲରେ ୫ ଚୌକା ଓ ୩ ଛକା ସହ ୭୦ ରନ୍ କରିଛନ୍ତି। ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବା ପାଇଁ ଚେନ୍ନାଇକୁ ୧୫୭ ରନ୍ କରିବାକୁ ପଡ଼ିବ।

Advertisment

ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଆରସିବିକୁ ଦମଦାର ଆରମ୍ଭ ଦେଇଥିଲେ କୋହଲି ଓ ପାଡିକଲ୍। ଦୁହେଁ ୩୩ ବଲରେ ୫୦ ରନ୍ ପୂରଣ କରିଥିବା ବେଳେ ୬୭ ବଲରେ ୧୦୦ ରନର ମାର୍କ ଅତିକ୍ରମ କରିଥିଲେ। ଏହିପରି ଭାବେ କୋହଲି ଓ ପାଡିକଲ୍ ପ୍ରଥମ ୱିକେଟ୍ ପାଇଁ ୧୧୧ ରନର ଭାଗିଦାରୀ କରି ଟିମକୁ ବଡ଼ ସ୍କୋରରେ ପହଞ୍ଚାଇବା ଆଶା ସଞ୍ଚାର କରିଥିଲେ।

କୋହଲି (୫୩) ଅର୍ଦ୍ଧଶତକ ମାରିବା ପରେ ନିଜ ୱିକେଟ୍ ହରାଇ ବସିଥିଲେ। ତାଙ୍କୁ ଡ୍ୱେନ୍ ବ୍ରାଭୋ ପ୍ୟାଭିଲିୟନ୍ ପଠାଇଥିଲେ। ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏବି ଡି'ଭିଲିୟର୍ସ କିଛି ଖାସ୍ କରିପାରିନଥିଲେ। ସେ ମାତ୍ର ୧୨ ରନ୍ କରି ଶାର୍ଦ୍ଦୁଲ ଠାକୁରଙ୍କ ଶିକାର ହୋଇଥିଲେ। ଶାର୍ଦ୍ଦୁଲ ତାଙ୍କର ପରବର୍ତ୍ତୀ ବଲରେ ପାଡିକଲଙ୍କୁ ମଧ୍ୟ ନିଜର ଶିକାର ବନାଇଥିଲେ। ପାଡିକଲଙ୍କ ଆଉଟ୍ ବେଳକୁ ଟିମର ସ୍କୋର ୧୭ ଓଭରରେ ୧୪୦ ରନରେ ଥିଲା।

Advertisment

ଶେଷ ତିନି ଓଭରରେ ଟିମ୍ ଅତି କମରେ ୩୦-୩୫ ରନ୍ କରି ଚେନ୍ନାଇକୁ ଚ୍ୟାଲେଞ୍ଜିଂ ଟୋଟାଲ୍ ଦେବାକୁ ଆଶା ରଖିଥିଲା। କିନ୍ତୁ ଶେଷ ଓଭର ଗୁଡ଼ିକରେ ଚେନ୍ନାଇ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଆଗରେ ଆରସିବି ନୈରାଶ୍ୟଜନକ ବ୍ୟାଟିଂ କରିଥିଲା। ଯେଉଁ କାରଣରୁ ଟିମ୍ ୧୫୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଗ୍ଲେନ୍ ମ୍ୟାକ୍ସୱେଲ୍ ୧୧, ଟିମ୍ ଡେଭିଡ୍ ୧ ଓ ହର୍ଷଲ୍ ପଟେଲ ୩ ରନ୍ କରି ଆଉଟ୍ ହୋଇଥିବା ବେଳେ ୱାନିନ୍ଦୁ ହସରଙ୍ଗ ୧ ରନ୍ କରି ଅପରାଜିତ ଥିଲେ। ଚେନ୍ନାଇ ପକ୍ଷରୁ ବ୍ରାଭୋ ୨୪ ରନ୍ ଦେଇ ୩ଟି, ଶାର୍ଦ୍ଦୁଲ ୨ଟି ଓ ଦୀପକ ଚହର୍ ଗୋଟିଏ ୱିକେଟ୍ ନେଇଥିଲେ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe