Advertisment

କମିନ୍ସଙ୍କ ପରେ ଭାରତକୁ ଅକ୍ସିଜେନ ପାଇଁ ଟଙ୍କା ଦେଲେ ବ୍ରେଟ ଲି

ନୂଆଦିଲ୍ଲୀ: ମହାମାରୀ କରୋନା ସହ ଲଢ଼େଇ କରୁଥିବା ଭାରତ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ବ୍ରେଟ ଲି। ସେ ନିଜ ଦେଶର ସାଥୀ ଖେଳାଳି ପ୍ୟାଟ କମିନ୍ସଙ୍କ ଭଳି ଭାରତକୁ ଅକ୍ସିଜେନ କିଣିବା ପାଇଁ ଆର୍ଥିକ ସହାୟତା ଦେଇଛନ୍ତି। ଭାରତର ବିଭିନ୍ନ ସ୍ଥାନରେ ଥିବା ହସ୍ପିଟାଲ ଗୁଡ଼ିକର ଅକ୍ସିଜେନ ଆବଶ୍ୟକତା ପୂରଣ କରିବା ପାଇଁ ବ୍ରେଟ ଲି ଗୋଟିଏ ବିଟକଏନ ଦାନ କରିଛନ୍ତି। ବର୍ତ୍ତମାନ ଆଇପିଏଲରେ ଭାଷ୍ୟକାର ସାଜି ଭାରତରେ ଥିବା ଲି […]

କମିନ୍ସଙ୍କ ପରେ ଭାରତକୁ ଅକ୍ସିଜେନ ପାଇଁ ଟଙ୍କା ଦେଲେ ବ୍ରେଟ ଲି

Brett-Lee

Advertisment

ନୂଆଦିଲ୍ଲୀ: ମହାମାରୀ କରୋନା ସହ ଲଢ଼େଇ କରୁଥିବା ଭାରତ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ବ୍ରେଟ ଲି। ସେ ନିଜ ଦେଶର ସାଥୀ ଖେଳାଳି ପ୍ୟାଟ କମିନ୍ସଙ୍କ ଭଳି ଭାରତକୁ ଅକ୍ସିଜେନ କିଣିବା ପାଇଁ ଆର୍ଥିକ ସହାୟତା ଦେଇଛନ୍ତି।

Advertisment

ଭାରତର ବିଭିନ୍ନ ସ୍ଥାନରେ ଥିବା ହସ୍ପିଟାଲ ଗୁଡ଼ିକର ଅକ୍ସିଜେନ ଆବଶ୍ୟକତା ପୂରଣ କରିବା ପାଇଁ ବ୍ରେଟ ଲି ଗୋଟିଏ ବିଟକଏନ ଦାନ କରିଛନ୍ତି। ବର୍ତ୍ତମାନ ଆଇପିଏଲରେ ଭାଷ୍ୟକାର ସାଜି ଭାରତରେ ଥିବା ଲି ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ ଗୋଟିଏ ବିଟକଏନ ଦେଇଛନ୍ତି। ଏହାର ବଜାର ମୂଲ୍ୟ ପ୍ରାୟ ୪୦,୯୫,୯୯୧ ଟଙ୍କା। ତେଣୁ ବ୍ରେଟ ଲି’ ଅକ୍ସିଜେନ କିଣିବା ପାଇଁ ପ୍ରାୟ ୪୧ ଲକ୍ଷ ଟଙ୍କା ଭାରତ ସରକାରଙ୍କୁ ଦେଇଛନ୍ତି। ଗତକାଲି ପ୍ୟାଟ କମିନ୍ସ ଅକ୍ସିଜେନ କିଣିବା ପାଇଁ ପିଏମ କେୟାର୍ସ ଫଣ୍ଡକୁ ୫୦ ହଜାର ଡଲାର ବା ୩୭ ଲକ୍ଷ ଟଙ୍କା ଦାନ କରିଥିଲେ।

Advertisment

ଟ୍ୱିଟରେ ପ୍ୟାଟ କମିନ୍ସଙ୍କୁ ଶୁଭେଚ୍ଛା ଜଣାଇ ବ୍ରେଟ ଲି ଲେଖିଛନ୍ତି, ଭାରତ ସବୁବେଳେ ମୋର ଦ୍ୱିତୀୟ ଘର। ଏହି ଦେଶର ଲୋକମାନେ ମୁଁ କ୍ରିକେଟ ଖେଳୁଥିବା ବେଳେ ଓ ଅବସର ନେବା ପରେ ଯେଉଁ ଭଲ ପାଇବା ଦେଇଛନ୍ତି, ତାହା ସବୁବେଳେ ମୋ ହୃଦୟରେ ସ୍ୱତନ୍ତ୍ର ସ୍ଥାନରେ ରହିବ।


ବର୍ତ୍ତମାନ ମହାମାରୀ ଯୋଗୁ ଲୋକମାନେ ଭୋଗୁଥିବା ସମସ୍ୟା ବେଶ ଯନ୍ତ୍ରଣା ଦାୟକ। ଏବେ ସମସ୍ତେ ଏକାଠି ହେବା ଓ ସକ୍ଷମ ଅନୁସାରେ ସହଯୋଗ କରିବାକୁ ଆଗେଇ ଆସିବା। ଗତକାଲି ପ୍ୟାଟ କମିନ୍ସ ଆରମ୍ଭ କରିଥିବା ଅଭିଯାନ ଏକ ଭଲ ପଦକ୍ଷେପ। ସେ ବହୁତ ଭଲ କାମ କରିଛନ୍ତି। ଲୋକମାନେ ମାସ୍କ ପିନ୍ଧନ୍ତୁ ଓ ସୁରକ୍ଷିତ ରୁହନ୍ତୁ। ଅତି ଦରକାର ପଡ଼ିଲେ ବାହାରକୁ ବାହାରନ୍ତୁ। ସମସ୍ତେ ସାମାଜିକ ଦୂରତାକୁ ପାଳନ କରନ୍ତୁ ବୋଲି ସେ କହିଛନ୍ତି।

ବର୍ତ୍ତମାନ ଭାରତରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଦୈନିକ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ହସ୍ପିଟାଲରେ ବେଡ ଓ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe