Advertisment

ଆଇପିଏଲରେ ଡେବ୍ୟୁ କରିବେ ବ୍ରାଏନ୍ ଲାରା

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର୍ ବ୍ରାଏନ ଲାରା ଆଇପିଏଲରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଲାରା ଆଇପିଏଲ୍ ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦ୍ରାବାଦର ବ୍ୟାଟିଂ କୋଚ୍ ଓ ଷ୍ଟ୍ରାଟେଜିକ୍ ଆଡଭାଇଜର୍ ଭାବେ ନିଯୁକ୍ତ ହୋଇଛନ୍ତି। ଏଥିସହ ଲାରା ପ୍ରଥମଥର ଆଇପିଏଲରେ କୌଣସି ଫ୍ରାଞ୍ଚାଇଜି ସହ ଯୋଡ଼ି ହୋଇଛନ୍ତି। ଭାରତର ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ଦାୟିତ୍ୱରେ ଥିବାରୁ ସନରାଇଜର୍ସ ଲାରାଙ୍କୁ ନିଜ ଫ୍ରାଞ୍ଚାଇଜିରେ ସାମିଲ୍ କରିଛି। ସେହିପରି ଦକ୍ଷିଣ ଆଫ୍ରିକା ପୂର୍ବତନ ସ୍ପିଡଷ୍ଟର୍ ଡେଲ୍ […]

ଆଇପିଏଲରେ ଡେବ୍ୟୁ କରିବେ ବ୍ରାଏନ୍ ଲାରା

brian-lara

Advertisment

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର୍ ବ୍ରାଏନ ଲାରା ଆଇପିଏଲରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଲାରା ଆଇପିଏଲ୍ ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦ୍ରାବାଦର ବ୍ୟାଟିଂ କୋଚ୍ ଓ ଷ୍ଟ୍ରାଟେଜିକ୍ ଆଡଭାଇଜର୍ ଭାବେ ନିଯୁକ୍ତ ହୋଇଛନ୍ତି। ଏଥିସହ ଲାରା ପ୍ରଥମଥର ଆଇପିଏଲରେ କୌଣସି ଫ୍ରାଞ୍ଚାଇଜି ସହ ଯୋଡ଼ି ହୋଇଛନ୍ତି। ଭାରତର ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ଦାୟିତ୍ୱରେ ଥିବାରୁ ସନରାଇଜର୍ସ ଲାରାଙ୍କୁ ନିଜ ଫ୍ରାଞ୍ଚାଇଜିରେ ସାମିଲ୍ କରିଛି।

Advertisment

ସେହିପରି ଦକ୍ଷିଣ ଆଫ୍ରିକା ପୂର୍ବତନ ସ୍ପିଡଷ୍ଟର୍ ଡେଲ୍ ଷ୍ଟେନ ସନରାଇଜର୍ସ ଟିମର ପେସ୍ ବୋଲିଂ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି। ଚଳିତ ବର୍ଷ ଅଗଷ୍ଟ ମାସରେ ଷ୍ଟେନ୍ କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଅଷ୍ଟ୍ରେଲିଆର ଟମ୍ ମୁଡି ପୁଣିଥରେ ହାଇଦ୍ରାବାଦର ହେଡ୍ କୋଚ୍ ହୋଇଛନ୍ତି। ମୁଡିଙ୍କ କାର୍ଯ୍ୟକାଳରେ ହାଇଦ୍ରାବାଦ ପାଞ୍ଚଥର ପ୍ଲେଅଫକୁ କ୍ୱାଲିଫାଏ କରିଥିବା ବେଳେ ୨୦୧୬ରେ ଟ୍ରଫି ଜିତିଥିଲା।

https://twitter.com/SunRisers/status/1473917488337342467?s=20

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ହେମଙ୍ଗ ବଦାନୀ ହାଇଦ୍ରାବାଦର ଫିଲ୍ଡିଂ କୋଚ୍ ନିଯୁକ୍ତି ହୋଇଥିବା ବେଳେ ମୁଥିଆ ମୁରଲୀଧରନ ସ୍ପିନ୍ ବୋଲିଂ କୋଚ୍ ଭାବେ କାମ ଜାରି ରଖିବେ। ସେହିପରି ଅଷ୍ଟ୍ରେଲିଆର ସାଇମନ୍ କାଟିଚ୍ ଫ୍ରାଞ୍ଚାଇଜିର ଆସିଷ୍ଟାଣ୍ଟ କୋଚ୍ ହୋଇଛନ୍ତି।

Advertisment

ସୂଚନାଯୋଗ୍ୟ, ୨୦୨୧ ସଂସ୍କରଣରେ ହାଇଦ୍ରବାଦ ନୈରାଶ୍ୟଜନକ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଥିଲା। ଦଳ ୧୪ ମ୍ୟାଚରୁ ମାତ୍ର ୩ଟିରେ ବିଜୟୀ ହୋଇଥିଲା। ତେବେ ବାକି ୧୧ ମ୍ୟାଚରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହି ଖରାପ ପ୍ରଦର୍ଶନ ପରେ ଟିମ୍ ମ୍ୟାନେଜମେଣ୍ଟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଲାରା, ଷ୍ଟେନ୍ ଓ ମୁରଲୀଧରନଙ୍କୁ ବଡ଼ ଦାୟିତ୍ୱ ପ୍ରଦାନ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe