Advertisment

ସେଞ୍ଚୁରିଅନରେ ରାହୁଲଙ୍କ ସେଞ୍ଚୁରୀ, ଭାରତ ୨୭୨/୩

ସେଞ୍ଚୁରିଅନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ପ୍ରଥମ ତଥା ବକ୍ସିଂ ଡେ’ ଟେଷ୍ଟ। ମ୍ୟାଚର ପ୍ରଥମ ଦିବସରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦବଦବା ଦେଖିବାକୁ ମିଳିଥିବା ବେଳେ ଘରୋଇ ବୋଲରମାନେ ନିରାଶ କରିଛନ୍ତି। ଲୋକେଶ ରାହୁଲଙ୍କ ଶତକ ଓ ମୟଙ୍କ ଅଗ୍ରୱାଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦିବସର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୨୭୨ ରନ୍ କରିଛି। ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ରାହୁଲ ୧୨୨ ଓ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ସେଞ୍ଚୁରିଅନରେ ରାହୁଲଙ୍କ ସେଞ୍ଚୁରୀ, ଭାରତ ୨୭୨/୩

rahul1

ସେଞ୍ଚୁରିଅନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ପ୍ରଥମ ତଥା ବକ୍ସିଂ ଡେ’ ଟେଷ୍ଟ। ମ୍ୟାଚର ପ୍ରଥମ ଦିବସରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦବଦବା ଦେଖିବାକୁ ମିଳିଥିବା ବେଳେ ଘରୋଇ ବୋଲରମାନେ ନିରାଶ କରିଛନ୍ତି। ଲୋକେଶ ରାହୁଲଙ୍କ ଶତକ ଓ ମୟଙ୍କ ଅଗ୍ରୱାଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦିବସର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୨୭୨ ରନ୍ କରିଛି। ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ରାହୁଲ ୧୨୨ ଓ ଅଜିଙ୍କ୍ୟ ରାହାଣେ ୪୦ ରନ୍ କରି ଅପରାଜିତ ରହିଛନ୍ତି। ମୟଙ୍କ ୬୦ ରନର ଇନିଂସ୍ ଖେଳିଛନ୍ତି। ବିରାଟ କୋହଲି ୩୫ ରନ୍ କରି ଆଉଟ୍ ହୋଇଥିବା ବେଳେ ଚେତେଶ୍ୱର ପୂଜାରା ଖାତା ଖୋଲିପାରିନାହାନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ତିନୋଟି ଯାକ ୱିକେଟ୍ ନେଇଛନ୍ତି ଲୁଙ୍ଗି ଏନଗିଡି।

Advertisment

ସୁପର୍ ସ୍ପୋର୍ଟ ପାର୍କରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତର ଦୁଇ ଓପ୍ନର ରାହୁଲ ଓ ମୟଙ୍କ ପ୍ରଥମ ୱିକେଟ୍ ପାଇଁ ୧୧୭ ରନର ଭାଗିଦାରୀ କରିଥିଲେ। ମୟଙ୍କ ସ୍ୱାଭାବିକ ବ୍ୟାଟିଂ କରିଥିବା ବେଳେ ରାହୁଲ୍ ଧିମା ଖେଳିଥିଲେ। ଦୁହେଁ ୧୭.୩ ଓଭରରେ ୫୦ ଓ ୨୦୮ ବଲରେ ଭାରତର ସ୍କୋରରକୁ ୧୦୦ରେ ପହଞ୍ଚାଇଥିଲେ। ମୟଙ୍କ ୮୯ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ସେଟ୍ ଯୋଡ଼ିକୁ ଭାଙ୍ଗିଥିଲେ ଏନଗିଡି। ଏନଗିଡିଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ ମୟଙ୍କ। ଆଉଟ୍ ଅଫ ଫର୍ମ ଚେତେଶ୍ୱର ପୂଜାରା ପରବର୍ତ୍ତୀ ବଲରେ ନିଜ ୱିକେଟ୍ ହରାଇ ବସିଥିଲେ। ପୂଜାରା ୯ଥର ଶୂନରେ ଆଉଟ୍ ହୋଇଥିଲେ।

କ୍ୟାପଟେନ୍ କୋହଲି ଓ ରାହୁଲ୍ ଭାରତର ଇନିଂସକୁ ପୁଣିଥରେ ସଜାଡ଼ିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୮୨ ରନ୍ ଯୋଡ଼ିଥିଲେ। ଭାରତର ସ୍କୋର ୧୯୯ ରନରେ ଥିବା ବେଳେ କୋହଲି (୩୫) ଖରାପ ଶଟ୍ ଖେଳି ଆଉଟ୍ ହୋଇଥିଲେ। ଏନଗିଡିଙ୍କ ବାହାରେ ଯାଉଥିବା ବଲକୁ ମାରିବାକୁ ଯାଇ କୋହଲି ଦ୍ୱିତୀୟ ସ୍ଲିପରେ ମୁଲ୍ଡରଙ୍କ ଦ୍ୱାରା ଧରା ପଡ଼ିଥିଲେ।

Advertisment

ଖରାପ ଫର୍ମ ଯୋଗୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଥିବା ରାହାଣେ ଜବରଦସ୍ତ ବ୍ୟାଟିଂ କରିଥିଲେ। ସେ ରାହୁଲଙ୍କୁ ଭରପୂର ସହଯୋଗ କରି ଦିନର ଖେଳରେ ଭାରତକୁ ଆଉ କ୍ଷତି ସହିବାକୁ ଦେଇନଥିଲେ। ରାହୁଲ୍ ୨୧୮ ବଲରେ ନିଜର ସପ୍ତମ ଶତକ ପୂରଣ କରିଥିଲେ। ରାହାଣେ ମଧ୍ୟ ସବୁଥର ଭଳି ବିଦେଶ ମାଟିରେ ନିଜର ଚମକ ଦେଖାଇଛନ୍ତି। ଦୁହେଁ ଅପରାଜିତ ୭୩ ରନର ଭାଗିଦାରୀ କରିଛନ୍ତି।