/odisha-reporter/media/media_files/2026/02/15/ind-2026-02-15-21-28-42.jpg)
ବୁମ୍ରା ଓ ତଳିକ
ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନ(IND Vs Pak)ର ବ୍ୟାଟିଂ ବିପର୍ଯ୍ୟୟ। ଭାରତ ଦେଇଥିବା ୧୭୬ ରନର ଟାର୍ଗେଟକୁ ପିଛା କରୁଥିବା ପାକିସ୍ତାନ ପାୱାର ପ୍ଲେରେ ହିଁ ମାଟି କାମୁଡ଼ିଛି। ପ୍ରଥମ ୬ ଓଭରରେ ୪ ୱିକେଟ ହରାଇ କେବଳ ୩୮ ରନ କରି ପାରିଛି।
ୱିକେଟର ଶୁଭାରମ୍ଭ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଓଭରରେ କରିଥିଲେ। ବ୍ୟାଟିଂରେ ଖାତ ଖୋଲି ନଥିବା ପାଣ୍ଡ୍ୟା ପ୍ରଥମ ଓଭରରେ ପାକିସ୍ତାନର ବିସ୍ଫୋରକ ବ୍ୟାଟର ଶାହିବଜାଦା ଫରହାନଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟ ପଠାଇ ଦେଇଥିଲେ। ପ୍ରଥମ ଓଭରରେ ପାକିସ୍ତାନ ନିଜର ଖାତା ଖୋଲିବାକୁ ମଧ୍ୟ ସକ୍ଷମ ହୋଇ ନଥିଲା। ଦ୍ୱିତୀୟ ଓଭରରେ ପାକିସ୍ତାନକୁ ଡବଲ ଝଟାକା ଲାଗିଥିଲା।
ଯଶପ୍ରୀତ ବୁମ୍ରାଙ୍କ ପ୍ରଥମ ବଲରେ ସୈମ ଆୟୁବଙ୍କ ବ୍ୟାଟର ଏଡଜ ବାଜି ଗୋଟିଏ ଛକା ହୋଇଥିଲା। ପରବର୍ତ୍ତୀ ବଲରେ ସେ ସୈମଙ୍କୁ LBW କରି ଦେଇଥିଲେ। ସେହି ଓଭରରେ ଶେଷ ବଲରେ ପାକିସ୍ତାନର ଅଧିନାୟକ ସଲମାନ ଅଲୀ ଆଗା ମଧ୍ୟ ବୁମ୍ରାଙ୍କ ଶିକାର ବନିଥିଲେ। ଦୁଇ ଓଭରରେ ଦଳ ୩ ୱିକେଟ ହରାଇ କେବଳ ୧୩ ରନ କରି ପାରିଥିଲା।
ଏହି ଠାରେ ସରି ନଥିଲା ବିପର୍ଯ୍ୟୟ ୫ମ ଓଭର ବୋଲିଂ କରିବାକୁ ଆସିଥିବା ଅକ୍ଷର ପଟେଲଙ୍କୁ ୱିକେଟ କିପର ଉସମାନ ଖାନ ଦୁଇଟି ଚୌକା ମାରିଥିଲେ। କିନ୍ତୁ ଅକ୍ଷର ୫ମ ବଲରେ ଅଭଜ୍ଞ ବାବର ଆଜମ(୫)ଙ୍କୁ ବୋଲ୍ଡ କରି ଭାରତକୁ ୪ର୍ଥ ସଫଳତା ଦେଇଥିଲେ। ପାୱାର ପ୍ଲେର ଶେଷ ଓଭର ବୋଲିଂ କରୁଥିବା ବରୁଣ ଚକ୍ରବର୍ତ୍ତୀ ୪ ରନ ଦେଇଥିଲେ ହେଁ କୌଣସି ୱିକେଟ ପାଇ ନଥିଲେ। ପାକିସ୍ତାନ ପ୍ରଥମ ୬ ଓଭରରେ ୪ ୱିକେଟ ହରାଇ କେବଳ ୩୮ ରନ କରିପାରିଥିଲା।
ରିପୋର୍ଟ ଲେଖା ହେବା ବେଳକୁ ପାକିସ୍ତାନ ୮ ଓଭରରେ ୪ ୱିକେଟ ହରାଇ ୫୭ ରନ କରିଛି। ଉସମାନ ଖାନ ୩୧ ଓ ଶାଦାବ ଖାନ ୧୦ ରନ କରି ଅପରାଜିତ ରହିଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୫ ରନ କରିଛି। ଫଳରେ ବିଶ୍ୱକପ ପରେ ପାକିସ୍ତାନ ସ୍ଥିତିକୁ ୭-୧ରୁ ୭-୨ କରିବା ପାଇଁ ୧୭୬ ରନର ଟାର୍ଗେଟ ପାଇଛି। ସେହିପରି ବିଶ୍ୱକପ ଇତିହାସରେ ଏହା ପାକିସ୍ତାନ ବିପକ୍ଷରେ ଭାରତର ସବୁଠାରୁ ବଡ଼ ସ୍କୋର। ତେଣୁ ପାକିସ୍ତାନକୁ ଇତିହାସ କରିବାକୁ ହେଲେ ବିଶ୍ୱକପ ଇତିହାସରେ ଭାରତ ବିପକ୍ଷରେ ସବୁଠାରୁ ଅଧିକ ରନ କରିବାକୁ ପଡ଼ିବ। ଭାରତ ପାଇଁ ଓପନର ଈଶାନ କିଶନ ସର୍ବାଧିକ ୪୦ ବଲରେ ୭୭ ରନ କରିଛନ୍ତି। ସେହିପରି ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ୩୨ ରନର ଇନିଂସ ଖେଳିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
