Advertisment

ଚମତ୍କାର କଲେ ବୁମ୍ରା ଓ ଆକାଶ ଦୀପ: ନାଟକୀୟ ଢଙ୍ଗରେ ଫଲୋଅନ ଏଡ଼ାଇଲେ

ଉଭୟ ୧୦ମ ୱିକେଟ ପାଇଁ ୩୯ ରନ ଯୋଡ଼ି ୪ର୍ଥ ଦିନର ଖେଳ ଶେଷ ସୁଦ୍ଧାର ଭାରତର ସ୍କୋରକୁ ୨୫୨ ରନରେ ପହଞ୍ଚାଇ ଦେଇଛନ୍ତି। ଭାରତ ଏବେ ବି ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ୧୯୩ ରନ ପଛରେ ରହିଛି। ହେଲେ ପରାଜୟ ଆଶଙ୍କାକୁ କିଛି ମାତ୍ରାରେ ଟାଳି ଦେଇଛି।

Test Match

Test Match

Advertisment

ବାରମ୍ବାର ବର୍ଷା ଯୋଗୁ ମ୍ୟାଚ୍‌କୁ ବନ୍ଦ କରିବାକୁ ପଡ଼ୁଥିଲା। ଭାରତ ମଧ୍ୟ ନିୟମିତ ଢଙ୍ଗରେ ୱିକେଟ ହରାଇ ଚାଲିଥିଲା। ଲାଗୁଥିଲା ଗାବାରେ ପରାଜୟ ସୁନିଶ୍ଚିତ। କାରଣ ଭାରତ ଫଲୋଅନ ଖାଇବା ଏକପ୍ରକାରର ନିଶ୍ଚିତ ହୋଇଯାଇଥିଲା। ଭାରତ ୨୧୩ ରନରେ ୯ମ ୱିକେଟ ମଧ୍ୟ ହରାଇଥିଲା।

Advertisment

ଏହି ସମୟରେ ଫଲୋଅନ ଏଡ଼ାଇବାକୁ ୩୩ ରନର ଆବଶ୍ୟକ ରହିଥିଲା। ଏତିକି ବେଳେ ଶେଷ ୱିକେଟ ପାଇଁ ଚମତ୍କାର କରିଥିଲେ ଯଶପ୍ରୀତ ବୁମ୍ରା ଓ ଆକାଶ ଦୀପ। ଉଭୟ ଅଷ୍ଟ୍ରେଲିଆର ଦୁଇ ଦ୍ରୁତ ବୋଲର ପାଟ କମିନ୍ସ ଓ ମିଚେଲ ଷ୍ଟାର୍କଙ୍କୁ ଘାଇଲା କରିଥିଲେ। ଶେଷ ୱିକେଟ ପାଇଁ ଅପରାଜିତ ୩୯ ରନ ଯୋଡ଼ି ଭାରତକୁ ଫଲୋଅନରୁ ବେଶ ନାଟକୀୟ ଢଙ୍ଗରେ ଉଦ୍ଧାର କରିଥିଲେ।

ଫଲୋଅନ ଏଡ଼ାଇବାକୁ ୪ ରନ ବାକି ଥିବା ବେଳେ କମିନ୍ସଙ୍କୁ ଆକାଶ ଦୀପ ଗଲି ଅଞ୍ଚଳରେ ଚୌକା ମାରିଥିଲେ। ଏହି ସମୟରେ ଗାବାରେ ଥିବା ସମସ୍ତ ଦର୍ଶକ ଓ ଭାରତୀୟ ଟିମର ସଦସ୍ୟମାନେ ବେଶ ଉତ୍ସାହିତ ହୋଇ ଉଠିଥିଲେ। ଉତ୍ସାହ ଏତିକିରେ ସୀମିତ ରହିଥିଲେ। ଫଲୋଅନ ଏଡ଼ାଇବା ପରେ କମିନ୍ସଙ୍କୁ ଆକାଶ ଦୀପ ମିଡ ୱିକେଟ ଅଞ୍ଚଳରେ ପୁଣି ଗୋଟିଏ ବିରାଟ ଛକା ମାରିଥିଲେ।

Advertisment

ଉଭୟ ୧୦ମ ୱିକେଟ ପାଇଁ ୩୯ ରନ ଯୋଡ଼ି ୪ର୍ଥ ଦିନର ଖେଳ ଶେଷ ସୁଦ୍ଧାର ଭାରତର ସ୍କୋରକୁ ୨୫୨ ରନରେ ପହଞ୍ଚାଇ ଦେଇଛନ୍ତି। ଭାରତ ଏବେ ବି ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ୧୯୩ ରନ ପଛରେ ରହିଛି। ହେଲେ ପରାଜୟ ଆଶଙ୍କାକୁ କିଛି ମାତ୍ରାରେ ଟାଳି ଦେଇଛି।

ଷ୍ଟମ୍ପ ଅପସାରଣ ବେଳକୁ ବୁମ୍ରା ୧୦ ରନ ଓ ଆକାଶ ଦୀପ ୨୭ ରନ କରି ଅପରାଜିତ ରହିଛନ୍ତି। ଉଭୟ ଆସନ୍ତାକାଲି ପୁଣି ବ୍ୟାଟିଂ କରିବେ।

ଆଜି ୪ର୍ଥ ଦିନ ବେଶ ନାଟକୀୟ ଢଙ୍ଗରେ ଆରମ୍ଭ ହୋଇଥିଲା। ଗତକାଲି ଅପରାଜିତ ଥିବା କେଏଲ ରାହୁଲ ୩୩ ରନରୁ ଇନିଂସ ଆରମ୍ଭ କରିଥିଲେ। ହେଲେ ପ୍ରଥମ ବଲରେ ସେ କ୍ୟାଚ୍‌ ଦେଇଥିଲେ ହେଁ ଏହାକୁ ସ୍ଲିପ ଅଞ୍ଚଳରେ ଛିଡ଼ା ହୋଇଥିବା ଷ୍ଟିଭ ସ୍ମିଥ ହାତ ଛଡ଼ା କରି ଦେଇଥିଲେ।

ଗତକାଲିର ଅନ୍ୟତମ ଅପରାଜିତ ବ୍ୟାଟର ତଥା ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ପୁଣି ସମସ୍ତଙ୍କୁ ନିରାଶ କରିଥିଲେ। ସେ ମାତ୍ର ୧୦ ରନ କରି କମିନ୍ସଙ୍କ ବଲରେ ଆଉଟ ହୋଇଥିଲେ। ଭାରତ ୭୪ ରନରେ ରୋହିତଙ୍କୁ ହରାଇଥିଲା।

ହେଲେ ଏତିକି ବେଳେ ରାହୁଲ ଓ ଜାଡେଜା ସ୍ଥିତି ସମ୍ଭାଳିଥିଲେ। ରାହୁଲଙ୍କ ବ୍ୟାଟରୁ ମଧ୍ୟ ଆଉ ଏକ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। କିନ୍ତୁ ସେ ୮୪ ରନ କରିଥିବା ବେଳେ ତାଙ୍କୁ ନାଥନ ଲାୟନ ଆଉଟ କରି ଦେଇଥିଲେ।

ନୀତୀଶ କୁମାର ରେଡ୍ଡୀଙ୍କ ସହ ମିଶି ଜାଡେଜା ଦଳୀୟ ସ୍କୋରକୁ ୧୯୪ ରନରେ ପହଞ୍ଚାଇଥିଲେ। କିନ୍ତୁ କମିନ୍ସଙ୍କୁ କଟ ମାରିବାକୁ ଯାଇ ନୀତୀଶ କୁମାର ୧୬ ରନରେ ଆଉଟ ହୋଇଯାଇଥିଲେ।

ଲଞ୍ଚ ପରେ ଜାଡେଜାଙ୍କ ବ୍ୟାଟରୁ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। ୯ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ମହମ୍ମଦ ସିରାଜ କେବଳ ୧ ରନ କରିଥିଲେ। ଜାଡେଜା ବ୍ୟକ୍ତିଗତ ୭୭ ରନରେ ଥିବା ବେଳେ କମିନ୍ସଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହି ସମୟରେ ଭାରତର ସ୍କୋର ୨୧୩ ରନ ରହିଥିଲା।

ଲାଗୁଥିଲା ଭାରତ ଫଲୋଅନ ଏଡ଼ାଇ ପାରିବ ନାହିଁ। କାରଣ ଦଳ ହାତରେ କେବଳ ଗୋଟିଏ ୱିକେଟ ରହିଥିଲା। କିନ୍ତୁ ସବୁ ପ୍ରତିକୂଳ ପରିସ୍ଥିତିକୁ ମାତ ଦେଇ ବୁମ୍ରା ଓ ଆକାଶ ଦୀପ କମାଲ କରିଥିଲେ। ଉଭୟ ଭାରତକୁ ନିଶ୍ଚିତ ବିପଦରୁ ଉଦ୍ଧାର କରିବା ସହ ଖରାପ ଆଲୁଅ ପାଇଁ ମ୍ୟାଚ୍‌ ବନ୍ଦ ହେବା ଯାଏ ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ।

Border-Gavaskar Trophy Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe