Advertisment

ପୂରଣ ହେଲା ବିଶ୍ୱକପ ସ୍ୱପ୍ନ: ଭାରତ ଟି-୨୦ ଚାମ୍ପିୟନ୍‌

ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ବିଶ୍ୱକପ ପରେ ଶେଷ ହୋଇଛି। ତାଙ୍କୁ ବିଜୟ ସହ ଭାରତୀୟ ଟିମ ବିଦାୟ ଜଣାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Team India

Team India

୨୦୧୪, ୨୦୧୫, ୨୦୧୬, ୨୦୧୭, ୨୦୧୯ ଓ ୨୦୨୩ରେ ବିଶ୍ୱକପର ଅତି ନିକଟରୁ ଆସି ପରାଜିତ ହୋଇଥିବା ଭାରତ ଇତିହାସ ବଦଳାଇଛି। ଦୀର୍ଘ ୧୩ ବର୍ଷ ଧରି ଜାରି ରହିଥିବା ଆଇସିସି ଟ୍ରଫିର ମରୁଡ଼ିକୁ ଶେଷ କରିଛନ୍ତି ରୋହିତ ଶର୍ମା।

Advertisment

ଭାରତ ବନିଛି ଟି-୨୦ ବିଶ୍ୱକପ ଚାମ୍ପିୟନ। ଶେଷ ଓଭରରେ ଦକ୍ଷିଣ  ଆଫ୍ରିକାକୁ ହରାଇ ୭ ରନରେ ହରାଇ ଭାରତ ବିଶ୍ୱ ବିଜେତା ବନିଛି। ୨୦୦୭ରେ ଭାରତ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା। ୨୦୨୪ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପୁଣି ଚାମ୍ପିୟନ ହୋଇଛି। ବାର୍ବାଡସରେ ଇତିହାସ ରଚିଛି ଟିମ ଇଣ୍ଡିଆ। 

ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ବିଶ୍ୱକପ ପରେ ଶେଷ ହୋଇଛି। ତାଙ୍କୁ ବିଜୟ ସହ ଭାରତୀୟ ଟିମ ବିଦାୟ ଜଣାଇଛି। 

Advertisment

ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଭାରତ ହାରିଥିଲା।  ଆଜି ଟି-୨୦ ବିଶ୍ୱକପ ଫାଇନାଲରେ ଦଳ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ୧୭ ବର୍ଷ ପରେ ଦଳ ଟି-୨୦ ଚାମ୍ପିୟନ ହୋଇଛି।

ସେଦିନ ପରାଜୟ ପରେ ଲୁହ ଝରିଥିଲା। ଆଜି ବିଜୟ ପରେ ବି ଲୁହ ଝରିଛି। ରୋହିତ ଶର୍ମା ଦୀର୍ଘ ବର୍ଷ ହେଲା କରିଥିବା ପରିଶ୍ରମ ଶେଷରେ କାମରେ ଆସିଛି। ଫାଇନାଲରେ ବିରାଟ କୋହଲି ୭୬ ରନର ଇନିଂସ ଖେଳି ମ୍ୟାଚ୍‌ ଜିତାଇଛନ୍ତି। ଯଶପ୍ରୀତ ବୁମ୍ରାଙ୍କ ୧୮ତମ ଓଭର ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଛି। 

୨୦୧୩ରୁ ଆଇସିସି ଟ୍ରଫି ଜିତି ନଥିବା ଭାରତ ଆଜି ଟ୍ରଫି ଜିତିଛି। ୨୦୪ରେ ଟ୍ରଫି ଜିତିବା ପରେ ବିରାଟ ଆଉ ଭାରତ ପାଇଁ ଟି-୨୦ ବିଶ୍ୱକପ ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି। 

ଫାଇନାଲ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୬ ରନ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୮ ୱିକେଟ ହରାଇ ୧୬୯ ରନ କରିଛି। ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ କୌଣସି ବିଶ୍ୱକପର ଫାଇନାଲ ଖେଳୁଥିବା ବେଳେ ଚାମ୍ପିୟନ ଠାରୁ ଅଳ୍ପ ଦୂରରେ ରହି ଯାଇଛି।  

୧୭ ବର୍ଷର ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମଥର ପାଇଁ ଉଭୟ ଦଳ ଅପରାଜେୟ ରହି ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ମାତ ଦେଇ ଅପରାଜେୟ ଧାରା ମଧ୍ୟ ବଜାୟୀ ରଖିଛି। 

ବିଶ୍ୱକପ ଫାଇନାଲରେ ୧୭୭ ରନର ଟାର୍ଗେଟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଦୁଇଟି ୱିକେଟ ହରାଇଥିଲା। ରେଜା ହେଣ୍ଡ୍ରିକ୍ସ ୪ ରନ ଓ ଅଧିନାୟକ ଏଡେନ ମାର୍କରମ ୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ହେଣ୍ଡ୍ରିକ୍ସଙ୍କୁ ଯଶପ୍ରୀତ ବୁମ୍ରା ଓ ମାର୍କରମ ବାମହାତୀ ଅର୍ଶଦୀପ ସିଂହଙ୍କ ବଲରେ ଆଉଟ ହୋଇଥିଲେ।

୧୨ ରନରେ ଦକ୍ଷିଣ ଆଫ୍ରିକା ଦୁଇଟି ୱିକେଟ ହରାଇଥିବାରୁ ଲାଗୁଥିବା ଭାରତ ସହଜରେ ମ୍ୟାଚ ଜିତି ନେବ। କିନ୍ତୁ ତ୍ରିଷ୍ଟାନ ଷ୍ଟବ୍ସ ଓ ଅଭିଜ୍ଞ କ୍ୱିଣ୍ଟନ ଡି’କକ ସ୍ଥିତି ପୂରା ବଦଳାଇ ଦେଇଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ।

ଉଭୟ ଭାରତୀୟ ସ୍ପିନରଙ୍କ ଉପରେ ଚାପ ପକାଇଥିଲେ। ତେବେ ୯ମ ଓଭର ବୋଲିଂ କରୁଥିବା ଅକ୍ଷର ପଟେଲଙ୍କୁ ଲେକ ସାଇଡରେ ମାରିବାକୁ ଯାଇ ଷ୍ଟବ୍ସ(୨୧ ବଲରେ ୩୧) କ୍ଲିନବୋଲ୍ଡ ହୋଇ ଯାଇଥିଲେ। ୭୦ ରନରେ ଦକ୍ଷିଣ ଆଫ୍ରିକାକୁ ତୃତୀୟ ଝଟକା ଲାଗିଥିଲା।

ଏହାପରେ ଡି’କକଙ୍କ ସହ ମିଶି ବିସ୍ଫୋରକ ହେନରିଚ କ୍ଲେସେନ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ରବୀନ୍ଦ୍ର ଜାଡେଜାଙ୍କୁ ଛକା ମାରି ସେ ତାଙ୍କ ବିସ୍ଫୋରକ ରୂପ ଦେଖାଇଥିଲେ। ଏଥିସହ ୧୨ ଓଭର ସୁଦ୍ଧ ସେ ଡି’କକଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ। କ୍ଲାସେନଙ୍କୁ ଆଉଟ କରିବାକୁ ଭାରତର ଅଧିନାୟକ ରୋହିତ ଶର୍ମା ବୋଲିଂ ଏଣ୍ଡରେ ବାରମ୍ବାର ପରିବର୍ତ୍ତନ କରିଥିଲେ ହେଁ କୌଣସି ସୁଫଳ ମିଳି ନଥିଲା। ସେ ତାଙ୍କର ଆଟାକିଂ ଖେଳ ଜାରି ରଖିଥିଲେ। 

୧୩ତମ ଓଭରରେ କ୍ଲାସେନ ଓ ଡି’କକଙ୍କ ଯୋଡ଼ିକୁ ଭାଙ୍ଗିବା ପାଇଁ ଅର୍ଶଦୀପଙ୍କୁ ଆଣିଥିଲେ। ହେଲେ ସେ ମଧ୍ୟ ନିରାଶ ନ କରି ୩୯ ରନ କରିଥିବା ଡି’କକଙ୍କୁ ଆଉଟ କରିଦେଇଥିଲେ। ଭାରତକୁ ୪ର୍ଥ ସଫଳତା ମିଳିଥିଲା।

ଦକ୍ଷିଣ ଆଫ୍ରିକା ୧୦୬ ରନରେ ୪ର୍ଥ ୱିକେଟ ହରାଇଥିଲା। ଏହାପରେ ଆସିଥିଲେ ଡାଭିଡ ମିଲର। ସେ ଆରମ୍ଭରୁ ବେଶୁ ସତର୍କତାର ର ବ୍ୟାଟିଂ କରିଥିଲେ। କିନ୍ତୁ କ୍ଲାସେନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ମିଲର ମଧ୍ୟ ମଝିରେ ମଝିରେ ଲୁଜ ବଲରେ ବାଉଣ୍ଡରୀ ହାସଲ କରିଥିଲେ। ଉଭୟ ମିଶି ୧୫ ଓଭର ସୁଦ୍ଧା ଦକ୍ଷିଣ ଆଫ୍ରିକାର ସ୍କୋରକୁ ୧୪୭ରେ ପହଞ୍ଚାଇ ଦେଇଥିଲେ। 

ଶେଷ ୩୦ ବଲରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୩୦ ରନ ଦରକାର ଥିଲା। ଏତିକି ବେଳେ ଆସିଥିଲେ ଯଶପ୍ରୀତ ବୁମ୍ରା। ତେବେ କ୍ଲାସେନ ୨୩ ବଲରେ ନିଜର ଅର୍ଦ୍ଧଶତକ ହାସଲ କରି ଭାରତ ହାତରୁ ମିଛା ଏକ ପ୍ରକାରର ଛଡ଼ାଇ ନେଇଥିଲେ।

କିନ୍ତୁ ୧୭ତମ ଓଭରରେ ଆସିଥିବା ଟ୍ୱିଷ୍ଟ। ହାର୍ଦ୍ଦିକ ପାଣ୍ଡ୍ୟା ନିଜର ପ୍ରଥମ ବଲରେ ୨୭ ବଲରେ ୫୨ ରନ କରିଥିବା କ୍ଲେସନକୁ ଆଉଟ କରି ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ। ଏଥିସହ ସେ ମାତ୍ର ୩ ରନ ଦେଇଥିଲେ। 

୧୮ ବଲରେ ଦକ୍ଷିଣ ଆଫ୍ରିକାକୁ ୨୨ ରନ ଦରକାର ଥିବା ବେଳେ ଭାରତର ବିଜୟ ପଥରେ ମିଲର କଣ୍ଟା ହୋଇ ଛିଡ଼ା ହୋଇଥିଲେ। ୧୮ତମ ଓଭର ନେଇ ଆସିଥିଲେ ବୁମ୍ରା। ସେ ମାର୍କୋ ୟାନସେନଙ୍କୁ ବୋଲ୍ଡ କରି ପୂରା ମ୍ୟାଚ୍‌ରେ ଜୀବନ ଭରି ଦେଇଥିଲେ। ସେ ମାତ୍ର ୨ ରନ ଦେଇଥିଲେ। 

୧୨ ବଲରେ ୨୦ ରନ ଦରକାର ଥିବା ବେଳେ ମ୍ୟାଚ୍‌ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓଭର ନେଇ ଆସିଥିଲେ ଅର୍ଶଦୀପ ସିଂହ। ସେ ମାତ୍ର ୪ ରନ ଦେଇଥିଲେ। 

ଫାଇନାଲ ମ୍ୟାଚ୍‌ ରେଜଲ୍ଟ ଶେଷ ଓଭରକୁ ଯାଇଥିଲା। ଦକ୍ଷିଣ ଆଫ୍ରିକାକୁ ଶେଷ ଓଭରରେ ଦରକାର ଥିଲା ୧୬। ସାମ୍ନାରେ ମିଲର ଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ହାର୍ଦ୍ଦିକ ପାଣ୍ତ୍ୟା। ପ୍ରଥମ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଆଉଟ କରି ଦେଇଥିଲେ। ବାଉଣ୍ତରୀ ପାଖରେ ସୂର୍ଯ୍ୟ କୁମାର ଯାଦବ ସମସ୍ତଙ୍କୁ ଚକିତ କରିବା ଭଳି କ୍ୟାଚ୍‌ ନେଇଥିଲେ। 

ପରବର୍ତ୍ତୀ ବଲରେ କାଗିସୋ ରବାଡା ଚୌକା ମାରି ଦେଇଥିଲେ। ତୃତୀୟ ବଲରୁ ବାଇରୁ ୧ ରନ ମିଳିଥିଲା। ୪ର୍ଥ ବଲରେ ମହାରାଜ ୧ ରନ ନେଇଥିଲେ। ଶେଷ ଦୁଇ ବଲରେ ୧୦ ରନ ଆବଶ୍ୟକ ରହିଥିଲା। ପାଣ୍ଡ୍ୟା ଗୋଟିଏ ୱାଇଡ ପକାଇଥିଲା। କିନ୍ତୁ ପରବର୍ତ୍ତୀ ବଲରେ ସେ ୱିକେଟ ନେଇ ଭାରତର ବିଜୟକୁ ଏକ ପ୍ରକାରର ନିଶ୍ଚିତ କରି ଦେଇଥିଲେ। ଶେଷ ବଲରେ ୧ ରନ ହେବାରୁ ଭାରତ ୭ ରନରେ ବିଜୟୀ ହୋଇଛି। 

ICC T20 Match T20 World Cup T20 Cricket INDvsSA