Advertisment

T20 World Cup: ପ୍ରଥମ ମ୍ୟାଚ୍‌ରେ ଭାରତର ଆଗ ବ୍ୟାଟିଂ , ଖେଳୁ ନାହାନ୍ତି ବୁମ୍ରା

ଡିଫେଣ୍ଡିଂ ଚାମ୍ପିୟନ ଭାରତ ମୁମ୍ବାଇର ଐତିହାସିକ ୱାଙ୍ଖେଡେରେ ପ୍ରଥମେ ବ୍ୟାଟିଂ କରିବାକୁ ଯାଉଥିବା ବେଳେ ଚୂଡ଼ାନ୍ତ ଏକାଦଶରେ ଯଶପ୍ରୀତ ବୁମ୍ରା ନାହାନ୍ତି। ଅସୁସ୍ଥତା କାରଣରୁ ବୁମ୍ରା ଆଜିର ମ୍ୟାଚ୍‌ ପାଇଁ ଉପଲବ୍ଧ ନାହାନ୍ତି।

author-image
Hemant Lenka
HAjrlLhacAAOfF7

ଟସ ବେଳର ଦୃଶ୍ୟ

ଟି-୨୦ ବିଶ୍ୱକପରେ ଭାରତ ଆଜି ଠାରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ଦଳ ଆମେରିକାକୁ ଭେଟୁଥିବା ବେଳେ ଟସ୍‌ ହାରି ଯାଇଛନ୍ତି ସୂର୍ଯ୍ୟ କୁମାର ଯାଦବ। ଆମେରିକା ଅଧିନାୟକ ମୋନାକ ପଟେଲ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ପ୍ରଥମ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରିବ।

Advertisment

ଡିଫେଣ୍ଡିଂ ଚାମ୍ପିୟନ ଭାରତ ମୁମ୍ବାଇର ଐତିହାସିକ ୱାଙ୍ଖେଡେରେ ପ୍ରଥମେ ବ୍ୟାଟିଂ କରିବାକୁ ଯାଉଥିବା ବେଳେ ଚୂଡ଼ାନ୍ତ ଏକାଦଶରେ ଯଶପ୍ରୀତ ବୁମ୍ରା ନାହାନ୍ତି। ଅସୁସ୍ଥତା କାରଣରୁ ବୁମ୍ରା ଆଜିର ମ୍ୟାଚ୍‌ ପାଇଁ ଉପଲବ୍ଧ ନାହାନ୍ତି। ସେହିପରି ଚୂଡ଼ାନ୍ତ ଏକାଦଶରୁ ସଞ୍ଜୁ ସାମସନ ମଧ୍ୟ ବାଦ ପଡ଼ିଛନ୍ତି।

ଏହାର ଅର୍ଥ ଅଭିଷେକ ଶର୍ମାଙ୍କ ସହ ଈଶାନ କିଶନ ବିଶ୍ୱକପରେ ଭାରତ ପାଇଁ ଓପନିଂ କରିବେ। ସେହିପରି ବୁମ୍ରାଙ୍କ ବଦଳରେ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିଛି। ହର୍ଷିତ ରାଣା ଆହତ ହେବାରୁ ବଦଳ ଖେଳାଳି ଭାବେ ସିରାଜ ବିଶ୍ୱକପ ସ୍କ୍ୱାଡରେ ସାମିଲ ହୋଇଥିଲେ।

Advertisment

ଏବେ ସେ ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛନ୍ତି। ଚୂଡ଼ାନ୍ତ ଏକାଦଶରେ ତିଲକ ବର୍ମା, ସୂର୍ଯ୍ୟ କୁମାର ଯାଦବ, ଅକ୍ଷର ପଟେଲ, ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅର୍ଶଦୀପ ସିଂହ ଓ ବରୁଣ ଚକ୍ରବର୍ତ୍ତୀ ରହିଛନ୍ତି। 

ଅନ୍ୟପକ୍ଷରେ ୟୁଏସ୍‌ଏ ଚୂଡ଼ାନ୍ତ ଏକାଦଶରେ ୬ ଜଣ ବ୍ୟାଟର, ୨ ଜଣ ଅଲରାଉଣ୍ଡର ଓ ୩ ଜଣ ବୋଲର ରହିଥିବା ଅଧିନାୟକ ପଟେଲ ସୂଚନା ଦେଇଛନ୍ତି। 

T20 World Cup