Advertisment

ବୁମ୍ରାଙ୍କ ଐତିହାସିକ ସଫଳତା ଓ ଭାରତର ବଡ଼ ବିଜୟ: ଏକାଧିକ ରେକର୍ଡ ଉପରେ ନଜର ପକାନ୍ତୁ

ଭାରତ ୨୦୧୮-୧୯ ଓ ୨୦୨୦-୨୧ରେ ବର୍ଡର ଗାଭାସ୍କର ଟ୍ରଫି ଅଷ୍ଟ୍ରେଲିଆରେ କବଜା କରିଥିଲା। ଏବେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରି ନିଜର ଦବଦବା ଦେଖାଇଛି।

author-image
Hemant Lenka
Test Cricket

Test Cricket

ସୋମବାର ଭାରତ ପାଇଁ ଏକ ସ୍ମରଣୀୟ ଦିବସ। କାରଣ ଭାରତୀୟ ଟିମ ଯଶପ୍ରୀତ ବୁମ୍ରାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆକୁ ପର୍ଥର ଅପଟସ ଷ୍ଟାଡିୟମରେ ୨୯୫ ରନରେ ହରାଇ ଦେଇଛି। ପର୍ଥର ଅପଟସ ଷ୍ଟାଡିୟମରେ ଏହା ଭାରତର ଐତିହାସିକ ବିଜୟ। କାରଣ ଅଷ୍ଟ୍ରେଲିଆକୁ କୌଣସି ଟିମ ପୂର୍ବରୁ ଏଠାରେ ହରାଇ ନଥିଲା।

Advertisment

ଏହି ବିଜୟରେ ଭାରତୀୟ ଟିମର କାମଚଳା ଅଧିନାୟକ ଯଶପ୍ରୀତ ବୁମ୍ରା କମାଲ କରିବା ସହ ଦୁଇଟି ଯାକ ଇନିଂସରେ ୮ ୱିକେଟ ଦଖଲ କରିଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

ଭାରତ ୨୦୧୮-୧୯ ଓ ୨୦୨୦-୨୧ରେ ବର୍ଡର ଗାଭାସ୍କର ଟ୍ରଫି ଅଷ୍ଟ୍ରେଲିଆରେ କବଜା କରିଥିଲା। ଏବେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରି ନିଜର ଦବଦବା ଦେଖାଇଛି।

Advertisment

ଐତିହାସିକ ବିଜୟ ପରେ ଭାରତୀୟ ଟିମ ନାଁରେ ଏକାଧିକ ରେକର୍ଡ 

୧- ଅଷ୍ଟ୍ରେଲିଆ ମାଟିରେ ଭାରତର(ରନ ବ୍ୟବଧାନ) ସବୁଠାରୁ ବଡ଼ ଟେଷ୍ଟ ବିଜୟ। ପୂର୍ବରୁ ଭାରତୀୟ ଟିମ ଅଷ୍ଟ୍ରେଲିଆକୁ ପ୍ରସିଦ୍ଧ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ୨୨୨ ରନରେ ହରାଇଥିଲା। ୧୯୭୭ରେ ଏପରି ଘଟିଥିଲା।

୨- କୌଣସି ବିଦେଶୀ ମାଟିରେ ଭାରତର ଏହା ତୃତୀୟ ସର୍ବବୃହତ୍ତ ରନ ବ୍ୟବଧାନରେ ଟେଷ୍ଟ ବିଜୟ। ଭାରତର ୨୦୧୯ରେ ୱେଷ୍ଟଇଣ୍ଡିଜକୁ ତା’ରି ମାଟିରେ ୩୧୮ ରନ ଓ ୨୦୧୭ରେ ଶ୍ରୀଲଙ୍କାକୁ ୩୦୪ରେ ହରାଇଥିଲା।

୩- ଭାରତ ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆକୁ ଅପଟସ ଷ୍ଟାଡିୟମରେ ପରାସ୍ତ କରିଛି। ଏହାପୂର୍ବରୁ ଅଷ୍ଟ୍ରେଲିଆ ଏଠାରେ ପାକିସ୍ତାନ, ଭାରତ, ନ୍ୟୁଜିଲ୍ୟାଣ୍ଡ ଓ ୱେଷ୍ଟଇଣ୍ଡିଜକୁ ହରାଇଥିଲା। ବୁମ୍ରା ପ୍ରଥମ ଭ୍ରମଣକାରୀ ଦଳ ଭାବେ ଏଠାରେ କୌଣସି ଟେଷ୍ଟ ମ୍ୟାଚ ଜିତିଛନ୍ତି।

୪- ଅଷ୍ଟ୍ରେଲିଆ ମାଟିରେ ୧୦ କିମ୍ବା ତା’ ଠାରୁ ଅଧିକ ଟେଷ୍ଟ ମ୍ୟାଚ ଜିତିବାରେ ଭାରତର ୪ର୍ଥ ଦେବ। ଏଠାରେ ଇଂଲଣ୍ଡ ୫୭ଟି, ୱେଷ୍ଟଇଣ୍ଡିଜ ୧୯ଟି ଓ ଦକ୍ଷିଣ ଆଫ୍ରିକା ୧୦ଟି ଟେଷ୍ଟ ମ୍ୟାଚ ଜିତିଛି।

୫- ଯଶପ୍ରୀତ ବୁମ୍ରା ଭାରତର ୭ମ ଅଧିନାୟକ ଭାବେ ଅଷ୍ଟ୍ରେଲିଆ ମାଟିରେ କୌଣସି ଟେଷ୍ଟ ମ୍ୟାଚ ଜିତିବାର ଗୌରବ ମୁଣ୍ଡାଇଛନ୍ତି। ତାଙ୍କ ପୂର୍ବରୁ ଅଜିଙ୍କ୍ୟ ରାହାଣେ, ବିରାଟ କୋହଲି, ସୁନୀଲ ଗାଭାସ୍କର, ବିଶନ ସିଂହ ବେଦୀ, ସୌରଭ ଗାଙ୍ଗୁଲି ଓ ଅନୀଲ କୁମ୍ବଲେ ଏପରି ସଫଳତା ପାଇଥିଲେ।

୬- ଯଶପ୍ରୀତ ବୁମ୍ରା ଏସିଆ ମହାଦେଶର ଦ୍ୱିତୀୟ ଅଧିନାୟକ ଭାବେ ପର୍ଥ(ୱାକା ଓ ଅପଟସ)ରେ ଟେଷ୍ଟ ମ୍ୟାଚ ଜିତିଛନ୍ତି। ଅନୀଲ କୁମ୍ବଲେଙ୍କ ନେତୃତ୍ୱରେ ଭାରତୀୟ ଟିମ ୨୦୦୮ରେ ପର୍ଥର ୱାକା ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ହରାଇଥିଲା।

୭- ଯଶପ୍ରୀତ ବୁମ୍ରା ଦ୍ୱିତୀୟ ଅଧିନାୟକ ଭାବେ ଅଷ୍ଟ୍ରେଲିଆରେ ଏକାଧିକ ଥର କୌଣସି ଟେଷ୍ଟ ମ୍ୟାଚ୍‌ରେ ୮ କିମ୍ବା ତା’ ଠାରୁ ଅଧିକ ୱିକେଟ ନେବାର ରେକର୍ଡ କରିଛନ୍ତି। ୨୦୧୮ ଓ ୨୦୨୪ରେ ବୁମ୍ରା ଏପରି ସଫଳତା ପାଇଛନ୍ତି। ତାଙ୍କ ପୂର୍ବରୁ କପିଲ ଦେବ ୧୯୮୫ ଓ ୧୯୯୨ରେ ଏପରି ସଫଳତା ପାଇଥିଲେ।

୮- ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଏହା ଦ୍ୱିତୀୟ ସର୍ବବୃହତ୍ତ(ରନ ବ୍ୟବଧାନ) ଟେଷ୍ଟ ବିଜୟ। ଭାରତର ୨୦୦୮ରେ ଅଷ୍ଟ୍ରେଲିଆକୁ ମୋହାଲିରେ ୩୨୦ ରନରେ ହରାଇଥିଲା। ଏବେ ୨୯୫ରେ ପର୍ଥରେ ଅଷ୍ଟ୍ରେଲିଆ ଠାରୁ ଜିତିଛି।

୯- ଅଷ୍ଟ୍ରେଲିଆ ୪ର୍ଥ ଥର ପାଇଁ ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ହାରିଛି। ୨୦୦୮ରେ ଦଳ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିବା ବେଳେ ୨୦୧୬ ମଧ୍ୟ ସମାନ ପ୍ରତିପକ୍ଷ ଠାରୁ ପରାସ୍ତ ହୋଇଥିଲା। ୨୦୧୮ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଆଡିଲେଡରେ ଓ ୨୦୨୪ରେ ଅପଟସ ଷ୍ଟାଡିୟମରେ ମାତ ଦେଇଛି।

୧୦- ଯଶପ୍ରୀତ ବୁମ୍ରା ଅଷ୍ଟ୍ରେଲିଆରେ ଏଯାଏ ୮ଟି ମ୍ୟାଚ୍‌ ଖେଳିଥିବା ବେଳେ ୪୦ଟି ୱିକେଟ ନେଇଛନ୍ତି। ତାଙ୍କ ବୋଲିଂ ହାର ରେକର୍ଡ ୧୮.୮୦ ରହିଛି।

Jasprit Bumrah Border-Gavaskar Trophy Test Cricket Test Match