Advertisment

IND vs WI: ସିରାଜ ଓ ବୁମ୍ରାଙ୍କ ଘାତକ ବୋଲିଂ: ୧୬୨ରେ ଅଟକିଲା ୱେଷ୍ଟଇଣ୍ଡିଜ

ସିରାଜ ୪ଟି ୱିକେଟ ନେଇଥିବା ବେଳେ ବୁମ୍ରା ୩ଟି ସଫଳତା ପାଇଛନ୍ତି। ସେହିପରି ଏସିଆ କପରେ ନିଜର ଜଲୱା ଦେଖାଇଥିବା କୁଲଦୀପ ଯାଦବ ୨ଟି ଓ ୱାଶିଂଟନ ସୁନ୍ଦରଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।

India

ୱିକେଟ ଦଖଲ ପରେ ସିରାଜ

Advertisment

ଏସିଆ ଦଖଲ ପରେ ଆଜି ଠାରୁ ୱେଷ୍ଟଇଣ୍ଡିଜ(India Vs West Indies) ବିପକ୍ଷ ଟେଷ୍ଟ ଅଭିଯାନ ଆରମ୍ଭ କରିଛି ଭାରତୀୟ ଟିମ। ନୂଆ ଟେଷ୍ଟ(Test Cricket) ଅଧିନାୟକ ଶୁବମନ ଗିଲଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ କୌଣସି ଘରୋଇ ଟେଷ୍ଟ ସିରିଜ ଖେଳୁଥିବା ଭାରତୀୟ ଟିମ ପ୍ରଥମ ଇନିଂସରେ କମାଲ କରିଛି।

Advertisment

ଦଳର ଦୁଇ ଅଭିଜ୍ଞ ବୋଲର ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ପ୍ରଥମ ଇନିଂସରେ ନିଜର ଜଲୱା ଦେଖାଇଛନ୍ତି। ଉଭୟ ମିଳିତ ଭାବେ ୭ ୱିକେଟ ଦଖଲ କରିବାରୁ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ମାତ୍ର ୧୬୨ ରନରେ ଅଟକ ଯାଇଛି।

ସିରାଜ ୪ଟି ୱିକେଟ ନେଇଥିବା ବେଳେ ବୁମ୍ରା ୩ଟି ସଫଳତା ପାଇଛନ୍ତି। ସେହିପରି ଏସିଆ କପରେ ନିଜର ଜଲୱା ଦେଖାଇଥିବା କୁଲଦୀପ ଯାଦବ ୨ଟି ଓ ୱାଶିଂଟନ ସୁନ୍ଦରଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି। 

Advertisment

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଣ୍ଡିଜ ଟିମ ଆରମ୍ଭରୁ ବୁମ୍ରା ଓ ସିରାଜଙ୍କ ଯୁଗଳବନ୍ଦୀରେ ଘାଇଲା ହୋଇଥିଲା। ଜନ କାମ୍ପବେଲ ୬, ତାଗେନାରିନ ଚନ୍ଦ୍ରପଲ ୦, ଅଲିକ ଅଥାଞ୍ଜେ ୧୨ ଓ ବ୍ରାଣ୍ଡନ କିଙ୍ଗ ୧୩ ରନ କରି ପ୍ୟାଭିଲିୟନ ଫେରିଥିଲେ। କାମ୍ପବେଲଙ୍କୁ କେବଳ ବୁମ୍ରା ଆଉଟ କରିଥିବା ବେଳେ ବାକି ୩ ୱିକେଟ ସିରାଜଙ୍କ ଖାତାକୁ ଯାଇଥିଲା।

୪୨ ରନରେ ୪ ୱିକେଟ ହରାଇ ଇଣ୍ଡିଜ ଟିମ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ଅଧିନାୟକ ରୋଷ୍ଟନ ଚେଜ ଓ ସାଇ ହୋପ ସ୍ଥିତି ସମ୍ଭାଳିଥିଲେ। ଉଭୟ ୫ ୱିକେଟ ପାଇଁ ୪୮ ରନ ଯୋଡ଼ିଥିଲେ। କିନ୍ତୁ ଲଞ୍ଚର ଠିକ ପୂର୍ବରୁ ୨୬ ରନ କରିଥିବା ହୋପଙ୍କୁ କୁଲଦୀପ ଯାଦବ ବୋଲ୍ଡ କରି ଦେଇଥିଲେ। 

୯୦ ରନରେ ୫ ୱିକେଟ ହରାଇଥିଲା ଦଳ। ଲଞ୍ଚ ପରେ ସିରାଜଙ୍କ ଶିକାର ବନିଥିଲେ ୨୪ ରନ କରିଥିବା ଚେଜ। ଜଷ୍ଟିସ ଗ୍ରେବ୍ସ ଓ ଡେବ୍ୟୁଟାଣ୍ଟ ଖାରୟ ପିରେ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ସୁନ୍ଦର କମାଲ କରିଥିଲେ। ସେ ପେରି(୧୧)ଙ୍କୁ ଆଉଟ କରି ଇଣ୍ଡିଜକୁ ୭ମ ଝଟକା ଦେଇଥିଲେ।

ଏହାପରେ ବୁମ୍ରା ୩୨ ରନ କରିଥିବା ଗ୍ରେବ୍ସଙ୍କୁ ଚମତ୍କାର ୟର୍କରେ ଆଉଟ କରିଥିଲେ। ଜୋହାନ ଲାୟନ(୧) ମଧ୍ୟ ବୁମ୍ରାଙ୍କ ଶିକାର ବନିଥିଲେ। ଶେଷରେ ଜୋମେଲ ୱାରିକାନ(୮)ଙ୍କୁ ଆଉଟ କରି କୁଲଦୀପ ଇଣ୍ଡିଜର ପ୍ରଥମ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।   

India Vs West Indies Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe