Advertisment

ବୁମ୍ରାଙ୍କ ସହ ଯୁକ୍ତିତର୍କ କଲେ କନଷ୍ଟାସ, ଫଳ ଭୋଗିଲେ ଖୱାଜା: ଦେଖନ୍ତୁ ଭିଡିଓ

ଭାରତ ପ୍ରଥମ ଇନିଂସରେ ୧୮୫ ରନ କରି ଅଲଆଉଟ ହୋଇଯିବାରୁ ଅଷ୍ଟ୍ରେଲିଆ ୩ ଓଭର ବ୍ୟାଟିଂ କରିଛି।

IND

IND

Advertisment

ସିଡ୍‌ନୀ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ବ୍ୟାଟର ସମସ୍ତଙ୍କୁ ନିରାଶ କରିଛନ୍ତି। ହେଲେ ଦିବସର ଶେଷ ଓଭରରେ ବେଶ ଡ୍ରାମା ଦେଖିବାକୁ ମିଳିଛି। ଭାରତ ପ୍ରଥମ ଇନିଂସରେ ୧୮୫ ରନ କରି ଅଲଆଉଟ ହୋଇଯିବାରୁ ଅଷ୍ଟ୍ରେଲିଆ ୩ ଓଭର ବ୍ୟାଟିଂ କରିଛି। ଏହି ସମୟରେ ଦଳକୁ ଦିବସର ଶେଷ ବଲରେ ଗୋଟିଏ ୱିକେଟ ମଧ୍ୟ ହରାଇବାକୁ ପଡ଼ିଛି। ୨ ରନ କରି ଉସମାନ ଖୱାଜା ଆଉଟ ହୋଇଛନ୍ତି। ତାଙ୍କୁ ଯଶପ୍ରୀତ ବୁମ୍ରା ଦ୍ୱିତୀୟ ସ୍ଲିପରେ ଚମତ୍କାର ଢଙ୍ଗରେ କେଏଲ ରାହୁଲଙ୍କ ହାତରେ ପ୍ୟାଭିଲିୟନ ପଠାଇଛନ୍ତି।

Advertisment

କିନ୍ତୁ ଏହାର ପରବର୍ତ୍ତୀ ବଲରେ ବେଶ ଡ୍ରାମା ଦେଖିବାକୁ ମିଳିଥିଲା। ବୁମ୍ରାଙ୍କ ସହ ୧୯ ବର୍ଷୀୟ ସାମ କନଷ୍ଟାସ ଯୁକ୍ତିତର୍କ କରିଥିଲେ। ଏଥିରେ ବୁମ୍ରା ମଧ୍ୟ ଅତ୍ୟନ୍ତ ରାଗି ଯାଇଥିଲେ। ବୁମ୍ରା ରାଗିବାରୁ ଚମତ୍କାର ଢଙ୍ଗରେ ବଲ ପକାଇ ଖୱାଜାଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି ବୋଲି କୁହାଯାଉଛି। 

ପ୍ରଥମ ଦିନ ଖେଳ ଶେଷ ହେବାକୁ ୨ଟି ବଲ ବାକି ଥିବା ବେଳେ ପୂରା ଘଟଣା ଘଟିଥିଲା। ବୁମ୍ରା ବୋଲିଂ କରିବାକୁ ପ୍ରସ୍ତୁତ  ହେଉଥିବା ବେଳେ ଷ୍ଟ୍ରାଇକରେ ଥିବା ଖୱାଜା ସାମାନ୍ୟ ବିଳମ୍ବ କରିଥିଲେ। ଏଥିପାଇଁ ବୁମ୍ରା ନିରାଶ ଭାବ ଦେଖାଇଥିଲେ। ଖୱାଜା ଏହାର ଜବାବ ଦେଇ ନଥିଲେ ହେଁ ନନଷ୍ଟ୍ରାଇକରେ ଥିବା କନଷ୍ଟାସ ଅତ୍ୟନ୍ତ ଅଭଦ୍ରଙ୍କ ଭଳି ବୁମ୍ରାଙ୍କ କିଛି କହିଥିଲେ। ବୁମ୍ରା ମଧ୍ୟ ବୋଲିଂ ଛାଡ଼ି ‘ତୁମର ସମସ୍ୟା କ’ଣ’ ବୋଲି ପଚାରି ଆଗକୁ ମାଡ଼ି ଆସିଥିଲେ। ଦୁହେଁ ମୁହାଁମୁହିଁ ହେବାକୁ ଯାଉଥିବା ବେଳେ ଅମ୍ପାୟାର ଅଟକାଇ ଦେଇଥିଲେ।

Advertisment

ଗୋଟିଏ ବଲ ପରେ ବୁମ୍ରା ଗୋଟିଏ ଫୁଲ ଲେନ୍ଥ ବଲ ପକାଇବାରୁ ଏହା ଖୱାଜାଙ୍କ ବ୍ୟାଟର ବାଜି ସିଧା ରାହୁଲଙ୍କ ହାତକୁ ଚାଲି ଯାଇଥିଲା। ୱିକେଟ ନେବା ପରେ ବୁମ୍ରା ଆଗକୁ ଯିବା ପରବର୍ତ୍ତେ କନଷ୍ଟାସଙ୍କ ଆଡ଼କୁ ବୁଲି ଯାଇଥିଲେ। ସେ ତାଙ୍କୁ ବଡ଼ବଡ଼ ଆଖି ଦେଖାଇ ଥିଲେ। ଭାରତର ଅନ୍ୟ ଖେଳାଳିମାନେ ଖୱାଜାଙ୍କ ବଦଳରେ କନଷ୍ଟାସଙ୍କ ଆଗରେ ୱିକେଟ ନେବାର ସେଲିବ୍ରେସନ କରିଥିଲେ। ଏସବୁ ଭିତରେ କନଷ୍ଟାସ ସିଧା ତଳକୁ ମୁହଁ କରି ପ୍ୟାଭିଲିୟନ ଫେରି ଯାଇଥିଲେ।

ଆଜି ଇନିଂସ ଆରମ୍ଭରୁ ହିଁ ବୁମ୍ରାଙ୍କ ଲୟ ବିଗାଡ଼ିବାକୁ କନଷ୍ଟାସ ଚେଷ୍ଟା କରିଥିଲେ। ପ୍ରଥମ ବଲରେ ସେ ଚୌକା ମଧ୍ୟ ମାରିଥିଲେ। ହେଲେ ବୁମ୍ରା ତୁରନ୍ତ ଲେନ୍ଥ ବଦଳାଇ ଦେବାକୁ କନଷ୍ଟାସ ଆଉ କିଛି କରି ପାରି ନଥିଲେ। ଆସନ୍ତାକାଲି ବୁମ୍ରା ଓ କନଷ୍ଟାସ ଲଢ଼େଇ ବେଶ ଚମତ୍କାର ରହିବ ବୋଲି ଆଶା କରାଯାଉଛି।

Jasprit Bumrah Border-Gavaskar Trophy Sam Konstas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe