Advertisment

ପର୍ଥ ଟେଷ୍ଟରେ ଭାରତର ଦାଦାଗିରି: ଟାର୍ଗେଟ ୫୩୪, ଅଷ୍ଟ୍ରେଲିଆ ୧୨/୩

ଅଷ୍ଟ୍ରେଲିଆ ୫୩୪ ରନର ଟାର୍ଗେଟ ପାଇଥିବା ବେଳେ ଆଜି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ହେଲେ ଦଳ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

Siraj

Siraj

Advertisment

ଅଷ୍ଟ୍ରେଲିଆର ପର୍ଥରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଭାରତର ଦବଦବା ଦେଖିବାକୁ ମିଳିଛି। ପ୍ରଥମ ଇନିଂସରେ ଭାରତୀୟ ଟିମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ବୋଲିଂରେ ନିଜେ ଅଧିନାୟକ ଯଶପ୍ରୀତ ବୁମ୍ରା କମାଲ କରିବା ସହ ଅଷ୍ଟ୍ରେଲିଆକୁ ମାତ୍ର ୧୦୪ରେ ଅଲଆଉଟ କରିଦେଇଥିଲେ।

Advertisment

ଭାରତ ୪୬ ରନର ଲିଡ୍‌ ହାସଲ କରିବା ପରେ ପର୍ଥରେ ଦେଖାଇଥିଲା ନିଜର ଜଳୱା। ଦ୍ୱିତୀୟ ଇନିଂସରେ ଭାରତ ପ୍ରାୟ ଦେଢ଼ ଦିନ ବ୍ୟାଟିଂ କରି ୬ ୱିକେଟ ବଳରେ ୪୮୭ ରନ କରିବା ପରେ ପାଳି ଘୋଷଣା କରିଛି। ଯଶସ୍ୱୀ ଜୈସୱାଲ ୧୬୧, ବିରାଟ କୋହଲି ଅପରାଜିତ ୧୦୦ ଓ କେଏଲ ରାହୁଲ ୭୭ ରନର ଦମଦାର ଇନିଂସ ଖେଳିଛନ୍ତି।

ଅଷ୍ଟ୍ରେଲିଆ ୫୩୪ ରନର ଟାର୍ଗେଟ ପାଇଥିବା ବେଳେ ଆଜି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ହେଲେ ଦଳ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦ୍ୱିତୀୟ ଇନିଂସରେ ଆଜି ଅଷ୍ଟ୍ରେଲିଆ ୪.୨ ଓଭର ବ୍ୟାଟିଂ କରିଥିଲେ ହେଁ ୧୨ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଛି। ବୁମ୍ରା ନିଜର ପ୍ରଥମ ଓଭରରେ ନାଥନ ମ୍ୟାକସ୍ୱିନୀଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ରଥମେ ଆଉଟ କରିଥିଲେ।

Advertisment

ସେହିପରି ମହମ୍ମଦ ସିରାଜ ନିଜର ଦ୍ୱିତୀୟ ଓଭରରେ ନାଇଟ ୱାଚମ୍ୟାନ ଭାବେ ଆସିଥିବା କଙ୍ଗାରୁ ଟିମର କ୍ୟାପ୍ଟେନ ପାଟ କମିନ୍ସ(୨)ଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ସେହିପରି ୫ମ ଓଭରରେ ବୁମ୍ରା ୩ ରନ କରିଥିବା ମାର୍ନସ ଲାବୁଶେନଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ତୃତୀୟ ଝଟକା ଦେଇଥିଲେ।

ଲାବୁଶେନ ଆଉଟ ହେବା ପରେ ଅମ୍ପାୟାର ତୃତୀୟ ଦିନର ଖେଳକୁ ବନ୍ଦ ଘୋଷଣା କରିଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୧୨ ରନରେ ୩ ୱିକେଟ ହରାଇଥିଲା। ଉସମାନ ଖାୱଜା ୩ ରନ କରି କ୍ରିଜରେ ରହିଛନ୍ତି। ଆସନ୍ତାକାଲି ସେ ଓ ଷ୍ଟିଭ ସ୍ମିଥ ଇନିଂସ ଆରମ୍ଭ କରିବେ।

ମ୍ୟାଚ୍‌ ଜିତିବା ପାଇଁ ଭାରତକୁ ୭ ୱିକେଟର ଆବଶ୍ୟକ ଥିବା ବେଳେ ଅଷ୍ଟ୍ରେଲିଆ ବିଜୟ ଠାରୁ ୫୨୨ ରନ ଦୂରରେ ରହିଛି।

Jasprit Bumrah Border-Gavaskar Trophy Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe