ଛକା ମାରି ଶତକ ପୂରଣ କଲେ ବଟଲର୍, ରଚିଲେ ଇତିହାସ

ଶାରଜା: ଇଂଲଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର୍ ଚଳିତ ଟି-୨୦ ବିଶ୍ୱକପର ପ୍ରଥମ ଶତକ ନିଜ ନାଁରେ କରିଛନ୍ତି। ଏଥିସହ ସେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସୋମବାର ସୁପର୍-୧୨ ଗ୍ରୁପ୍-୧ର ଏକ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ବଟଲର୍ ଶେଷ ବଲରେ ମାରି ଶତକ ପୂରଣ କରିଛନ୍ତି। ତାଙ୍କର ଏହି ଦମଦାର ଇନିଂସ୍ ବଳରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୬୩ ରନ୍ କରିଛି। ବଟଲର୍ ୬୭ ବଲରେ […]

butler

butler

Ranjit Kumar Jena
  • Published: Monday, 01 November 2021
  • Updated: 01 November 2021, 10:09 PM IST

Sports

Latest News

ଶାରଜା: ଇଂଲଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର୍ ଚଳିତ ଟି-୨୦ ବିଶ୍ୱକପର ପ୍ରଥମ ଶତକ ନିଜ ନାଁରେ କରିଛନ୍ତି। ଏଥିସହ ସେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସୋମବାର ସୁପର୍-୧୨ ଗ୍ରୁପ୍-୧ର ଏକ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ବଟଲର୍ ଶେଷ ବଲରେ ମାରି ଶତକ ପୂରଣ କରିଛନ୍ତି। ତାଙ୍କର ଏହି ଦମଦାର ଇନିଂସ୍ ବଳରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୬୩ ରନ୍ କରିଛି।

ବଟଲର୍ ୬୭ ବଲରେ ଅପରାଜିତ ୧୦୧ ରନ୍ କରିଛନ୍ତି, ଯେଉଁଥିରେ ୬ ଚୌକା ଓ ସମାନ ସଂଖ୍ୟକ ଛକା ସାମିଲ୍ ଅଛି। ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୫୦.୭୫ ରହିଛି। ଏହା ତାଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ଓ ସର୍ବଶ୍ରେଷ୍ଠ ଇନିଂସ୍। ଏହି ଶତକ ସହ ବଟଲର୍ ଇଂଲଣ୍ଡ ପାଇଁ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବଟଲର୍ ପ୍ରଥମ ଇଂଲିଶ ବ୍ୟାଟ୍ସମ୍ୟାନ୍ ଭାବେ ତିନୋଟି ଯାକ ଫର୍ମାଟରେ ଶତକ ହାସଲ କରିଛନ୍ତି। ଏହାସହ ବଟଲର୍ ଇଂଲଣ୍ଡର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ରେ ଶତକ ମାରିଛନ୍ତି। ତାଙ୍କ ପୂର୍ବରୁ ଆଲେକ୍ସ ହେଲ୍ସ ଇଂଲଣ୍ଡ ପକ୍ଷରୁ ଟି-୨୦ରେ ଶତକ ହାସଲ କରିଥିଲେ।

 

View this post on Instagram

 

A post shared by ICC (@icc)

ବଟଲର୍ ମଧ୍ୟ ଟି-୨୦ ବିଶ୍ୱକପରେ ଶତକ ମାରି ଏଲିଟ୍ ତାଲିକାରେ ସ୍ଥାନ ପାଇଛନ୍ତି। ତାଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍ (ଦୁଇଥର), ପାକିସ୍ତାନର ଅହମ୍ମଦ ଶେହଜାଦ୍, ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ, ନ୍ୟୁଜିଲ୍ୟାଣ୍ଡର ବ୍ରେଣ୍ଡନ ମ୍ୟାକକୁଲମ୍, ଭାରତର ସୁରେଶ ରାଇନା ଓ ବାଂଲାଦେଶର ତମିମ୍ ଇକବାଲ୍ ଗୋଟିଏ ଲେଖାଏ ଶତକ ମାରିଛନ୍ତି।

ଆଜି ମ୍ୟାଚରେ ଇଂଲଣ୍ଡ ଏକ ସମୟରେ ୩୫ ରନରେ ୩ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା। ତେବେ ବଟଲରଙ୍କୁ କ୍ୟାପଟେନ୍ ଇଆନ୍ ମୋର୍ଗନ ଭରପୂର ସହଯୋଗ କରିଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୧୧୨ ରନର ଶତକୀୟ ଭାଗିଦାରୀ କରିଥିଲେ। ମୋର୍ଗନ୍ ୩୬ ବଲରେ ଗୋଟିଏ ଚୌକା ଓ ୩ ଛକା ସହ ୪୦ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେସନ୍ ରୟ (୯), ଡାୱିଡ୍ ମଲାନ୍ (୬) ଓ ଜନ୍ନି ବେୟାରଷ୍ଟୋ (୦) ନିରାଶ କରିଛନ୍ତି। ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ୩ଟି ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos