Advertisment

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ବକ୍ସିଂ ଡେ’ ଟେଷ୍ଟ, ଇତିହାସ ବଦଳାଇବା ଲକ୍ଷ୍ୟରେ ରୋହିତ ଆଣ୍ଡ କୋ

ତେବେ ଭାରତ ରାସ୍ତାରେ ବର୍ଷା ବାଧକ ସାଜିପାରେ। କାରଣ ସେଞ୍ଚୁରିଅନ୍ ଟେଷ୍ଟର ପ୍ରଥମ ଦୁଇ ଦିନ ବର୍ଷା ଯୋଗୁ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଫଳାଫଳ ନ ବାହାରିବାର ସମ୍ଭାବନା ମଧ୍ୟ ରହିଛି।

author-image
Hemant Lenka
Rohit

Rohit

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆଜିଠାରୁ ଆରମ୍ଭ ହେବ। ଭାରତୀୟ ସମୟ ଦିନ ୧.୩୦ରେ ଦୁଇ ଦଳ ମୁହାଁମୁହିଁ ହେବାକୁ ପଡ଼ିଆକୁ ଓହ୍ଲାଇବେ। ଦିନିକିଆ ବିଶ୍ୱକପ୍‌ ଫାଇନାଲ୍ ପରାଜୟ ପରେ ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ କୌଣସି ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଉଛି।

Advertisment

ସେଞ୍ଚୁରିଅନର ସୁପର୍‌ସ୍ପୋର୍ଟ ପାର୍କରେ ଏହି ମ୍ୟାଚ୍‌ ଖେଳାଯିବ। ଦୁଇ ଦଳ ମଧ୍ୟରେ ୩୧ ବର୍ଷର ଟେଷ୍ଟ ଇତିହାସରେ ଭାରତ କେବେ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ୍ ସିରିଜ ଜିତିନାହିଁ। ଏହି ୩ ଦଶନ୍ଧି ମଧ୍ୟରେ ଭାରତ ୨୦୧୦-୧୧‌ରେ ଶ୍ରେଷ୍ଠ ସୁଯୋଗ ପାଇଥିଲେ ମଧ୍ୟ ଏହା ୧-୧ରେ ଅମୀମାଂସିତ ରହିଥିଲା।

ସେହିଭଳି ୨ ବର୍ଷ ତଳେ ଶେଷ ଗସ୍ତରେ ଭାରତ ପ୍ରଥମ ଟେଷ୍ଟ୍ ଜିତିତିଲେ ମଧ୍ୟ ପରବର୍ତ୍ତୀ ଦୁଇଟିରେ ହାରିଯିବାରୁ ସୁଯୋଗ ଖସିଯାଇଥିଲା। ତେଣୁ ଭାରତୀୟ ଟିମ ଏବେ ଇତିହାସ ବଦଳାଇବା ଲକ୍ଷ୍ୟରେ ରହିଛି। ବକ୍ସିଂ ଡେରେ ଭାରତୀୟ ଟିମ ସଠିକ ପଞ୍ଚ ମାରିପାରିବ ବୋଲି ସମସ୍ତେ ଆଶା ରଖିଛନ୍ତି। 

Advertisment

ତେବେ ଭାରତ ରାସ୍ତାରେ ବର୍ଷା ବାଧକ ସାଜିପାରେ। କାରଣ ସେଞ୍ଚୁରିଅନ୍ ଟେଷ୍ଟର ପ୍ରଥମ ଦୁଇ ଦିନ ବର୍ଷା ଯୋଗୁ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଫଳାଫଳ ନ ବାହାରିବାର ସମ୍ଭାବନା ମଧ୍ୟ ରହିଛି।

ବିଶ୍ୱକପ ଫାଇନାଲ ପରାଜୟ ପରେ ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମ୍ରା ବକ୍ସିଂ ଡେ’ ଟେଷ୍ଟରେ ଆକ୍ସନକୁ ଫେରିବେ। ସେଞ୍ଚୁରିଅନ ଟ୍ରାକ୍‌ ତା’ର ବାଉନ୍ସ ଓ ସ୍ପିଡ ପାଇଁ ବେଶ ଜଣାଶୁଣା। ତେଣୁ ବ୍ୟାଟ ଓ ବଲ ମଧ୍ୟରେ ଭଲ ଲଢ଼େଇ ଦେଖିବାକୁ ମିଳିବ। ଓପନ ଗ୍ରାଉଣ୍ଡରେ କାଲୁଆ ପବନ ମଧ୍ୟ ବୋଲରଙ୍କୁ ବେଶ ସୁହାଇବ।

ରୋହିତଙ୍କ ଆଗରେ ଚ୍ୟାଲେଞ୍ଜିଂ ଟ୍ୟାକ୍ସ ରହିଛି। କିନ୍ତୁ ଦକ୍ଷିଣ ଆଫ୍ରିକାରେ ସିରିଜ ଜିତି ପାରିଲେ ବିଶ୍ୱକପ ପରାଜୟର କ୍ଷତଚିହ୍ନ କିଛି ମାତ୍ରାରେ ଲାଘବ ହୋଇପାରିବ। ପୂର୍ବରୁ ଭାରତର ୮ ଦଳ ଦକ୍ଷିଣ ଆଫ୍ରିକାରେ ଯାହା କରିପାରି ନାହାନ୍ତି, ସେକଥା ରୋହିତ ଆଣ୍ଡ କୋ ୯ମ ପ୍ରୟାସରେ କରିପାରିବେ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଦକ୍ଷିଣ ଆଫ୍ରିକାରେ ଭାରତ ଏଯାଏ ୭ଟି ଟେଷ୍ଟ ସିରିଜ ଖେଳିଥିବା ବେଳେ ୭ଟିରେ ହାରିଛି ଓ ଗୋଟିଏ ସିରିଜକୁ ଡ୍ର ରଖିବାରେ ସକ୍ଷମ ହୋଇଛି। ଭାରତ ଏଠାରେ ମୋଟ ୨୩ଟି ମ୍ୟାଚ୍‌ ଖେଳିଥିବା ବେଳେ କେବଳ ୪ଟିରେ ହିଁ ଜିତିବାକୁ ସକ୍ଷମ ହୋଇଛି।

ସେହିପରି ସୁପରସ୍ପୋର୍ଟରେ ଘରୋଇ ଦଳ ସପକ୍ଷରେ ସବୁ କିଛି ରହିଛି। ତେମ୍ବା ବଭୂମାଙ୍କ ଦକ୍ଷିଣ ଆଫ୍ରିକାର ପେସ୍‌ ଆଟାକକୁ ସାମ୍ନା କରିବା ଭାରତୀୟ ବ୍ୟାଟରଙ୍କ ପାଇଁ ସହଜ ହେବନି। ଏଠାରେ ଘରୋଇ ଟିମର ବିଜୟ ପ୍ରତିଶତ ୭୮.୬%।

ICC Test Cricket India Vs South Africa Test Match