Advertisment

ରୋମାଞ୍ଚକର ସ୍ଥିତିରେ ୩ୟ ଟେଷ୍ଟ: ଭାରତ ଜିତିପାରିବ ତ

ପ୍ରଥମ ଇନିଂସ ଟାଇ ସହିତ ଶେଷ ହୋଇଥିଲା।

ଅଦ୍ୟତନ ହୋଇଛି
Gill

Gill

Advertisment

ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି ତୃତୀୟ ଟେଷ୍ଟ । ପ୍ରଥମ ଇନିଂସରେ ଉଭୟ ଇଂଲଣ୍ଡ ଓ ଭାରତର ସ୍କୋର ଟାଇ ରହିଥିବା ବେଳେ ଦ୍ଵିତୀୟ ଇନିଂସରେ ଘରୋଇ ଦଳ ମାତ୍ର ୧୯୨ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି। ଫଳରେ ଏହି ସିରିଜରେ ଲଗାତାର ଦ୍ବିତୀୟ ମ୍ୟାଚ ଜିତି ୨-୧ରେ ଆଗୁଆ ରହିବାକୁ ଭାରତ ପାଖରେ ସୁବର୍ଣ୍ଣ ସୁଯୋଗ ରହିଛି। କିନ୍ତୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ତେଣୁ ମ୍ୟାଚର ଫଳାଫଳକୁ ନେଇ ସମସ୍ତଙ୍କ ଉତ୍କଣ୍ଠା ବଢ଼ି ଯାଇଛି।

Advertisment

ଆଜି ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ୪ ୱିକେଟ ହରାଇ ୫୮ ରନ୍ କରିଛି। ଜୈସୱ।ଲ (୦), କରୁଣ ନାୟାର (୧୪), ଗିଲ୍ ୬ ଓ ଆକାଶ ଦୀପ (୧) ଆଉଟ୍ ହୋଇଛନ୍ତି।ବିଜୟ ଟାର୍ଗେଟ ବେଶୀ ନାହଁ। ବିଜୟ ପାଇଁ ଆଉ ୧୩୫ ରନ ଲୋଡା। ୱହାତରେ ଆହୁରି ୬ ୱିକେଟ ଥିବା ବେଳେ ପୂରା ଗୋଟିଏ ଦିନର ଖେଳ ବାକି ଅଛି। ପ୍ରଥମ ଇନିଂସରେ ୧୦୦ ମାରିଥିବା କେଏଲ ରାହୁଲ ୪୭ ବଲରୁ ୩୩ ରନ୍ କରି ନଟ୍ ଆଉଟ୍ ଥିବାବେଳେ ପନ୍ତ, ଜାଡେଜ ଓ ନୀତୀଶ ରେଡ୍ଡୀ ଅଛନ୍ତି। ମ୍ୟାଚ ଏବେବି ଭାରତ ହାତରେ  ଅଛି। ଦଳକୁ କେବଳ ଧୈର୍ଯ୍ୟର ସହିତ ଖେଳିବାର ଅଛି।

ଦ୍ଵିତୀୟ ଇନିଂସରେ ଇଂଲଣ୍ଡର ଜଣେ ବି ଖେଳାଳି ଲମ୍ବା ସମୟ ଧରି ରହି ପାରିନଥିଲେ। ଦଳରେ ସବୁଠାରୁ ଅଧିକ ରନ୍ କରିଛନ୍ତି ଜୋର ରୁଟ୍। ସେ ୪୦ ରନ୍ କରିଥିବା ବେଳେ ଅଧିନାୟକ ବେନ୍ ଷ୍ଟୋକସ ଦ୍ବିତୀୟ ସର୍ବାଧିକ ୩୩ ରନ କରିଥିଲେ। ଆଉ କେହି ଏହାଠାରୁ ଅଧିକ ରନ୍ କର ନଥିଲେ।

Advertisment

ଭାରତ ପକ୍ଷରୁ ୱ।ଶିଟନ ସୁନ୍ଦର ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ବୁମରା ଓ ସିରାଜ ୨ଟି ଲେଖାଏଁ ୱିକେଟ ନେଇଛନ୍ତି। ରେଡ୍ଡୀ ଓ ଆକାଶ ଦୀପ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

ସୂଚନାଯୋଗ୍ୟ, ଇଂଲଣ୍ଡ ଟସର ଜିତି ପ୍ରଥମେ ବ୍ୟାଟିଂ କରି ଜୋ ରୁଟଙ୍କ ୧୦୪ ରନ୍ ସହିତ ଜେ ସ୍ମିଥ ଓ ବି କାରସେଙ୍କ ଅର୍ଦ୍ଧ ଶତକ (୫୧ ଓ ୫୬) ବଳରେ ୩୭୮ ରନ୍ କରିଥିଲା। ଓଲି ପପ୍ ଓ ଅଧିନାୟକ ବେନ୍ ଷ୍ଟୋକସ ୪୪ ରନ୍ ଲେଖାଏଁ କରିଥିଲେ। ଭାରତର ବୁମରା ୫ଟି ୱିକେଟ ନେଇଥିଲେ । କେ ଏଲ ରାହୁଲଙ୍କ ୧୦୦ ରନ୍ ସହିତ ପନ୍ତଙ୍କ ୭୪ ଓ ଜାଡେଜାଙ୍କ ୭୨ ରନ ବଳରେ ଭାରତ ପ୍ରଥମ ଇନିଂସରେ ୩୭୮ ରନ୍ କରିଥିଲା।

INDvsENG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe