ପାକିସ୍ତାନ ପାଖରେ ଏବେ ବି ଚାମ୍ପିୟନ୍ସ ଟ୍ରଫି ସେମି ଖେଳିବାର ସୁଯୋଗ ଅଛି କି?

ଭାରତ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ଖେଳାଳି ଚାପରେ ରହିଥିଲେ ବୋଲି ମଧ୍ୟ ଦଳର ଅଧିନାୟ ମହମ୍ମଦ ରିଜୱାନ ସ୍ୱୀକାର କରିଛନ୍ତି।

Pakistan

ପାକିସ୍ତାନ ଟିମ

Hemant Lenka
  • Published: Monday, 24 February 2025
  • Updated: 24 February 2025, 04:08 PM IST

Sports

Latest News

ଦୀର୍ଘ ୩ ଦଶନ୍ଧି ପରେ ପାକିସ୍ତାନ କୌଣସି ବଡ଼ ଆଇସିସି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି। ୧୯୯୬ ପରେ ପାକିସ୍ତାନ ୨୦୨୫ରେ ଆଇସିସି ଚାମ୍ପିୟନ୍ସ ଟ୍ରଫିର ମୁଖ୍ୟ ହୋଷ୍ଟ ସାଜିଛି। ଅବଶ୍ୟ ଭାରତ ତା’ର ଚାମ୍ପିୟନ୍ସ ଟ୍ରଫିର ମ୍ୟାଚ୍‌ ଗୁଡ଼ିକ ଦୁବାଇରେ ଖେଳୁଛି, ତଥାପି ପାକିସ୍ତାନ ପାଖରେ ଚାମ୍ପିୟନ୍ସ ଟ୍ରଫିର ହୋଷ୍ଟିଂ ଅଧିକାର ରହିଛି।

ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର ହୋଷ୍ଟ କରୁଥିବାରୁ ଫ୍ୟାନ୍ସ ବେଶ ଉତ୍ସାହିତ। କିନ୍ତୁ ସେମାନଙ୍କର ସବୁ ଆଶା ଓ ଉତ୍ସାହ ଚାମ୍ପିୟନ୍ସ ଟ୍ରଫି ଆରମ୍ଭର ସପ୍ତାହକ ମଧ୍ୟରେ ଧ୍ୱଂସ ହୋଇଯିବାର ଆଶାଙ୍କା ପ୍ରକାଶ ପାଇଛି। କାରଣ ଘରୋଇ ଦଳ କ୍ରମାଗତ ଦୁଇଟି ମ୍ୟାଚ୍‌ ହାରି ଏବେ ପ୍ରଥମ ରାଉଣ୍ଡରୁ ବିଦାୟ ନେବା ସ୍ଥିତିରେ ପହଞ୍ଚି ଯାଇଛି।

Also Read

ପାକିସ୍ତାନ କରାଚିରେ ନିଜର ପ୍ରଥମ ମ୍ୟାଚ୍‌ ନ୍ୟୁଜିଲ୍ୟାଣ୍ଡ ଠାରୁ ବୃହତ୍ତ ବ୍ୟବଧାନରେ ହାରିଥିଲା। ଏହାପରେ ଭାରତ ଦୁବାଇରେ ରବିବାର ପାକିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଛି। ଏହି ଦୁଇଟି ପରାଜୟ ଏବେ ପାକିସ୍ତାନର ଚାମ୍ପିୟନ୍ସ ଟ୍ରଫି ଭବିଷ୍ୟତକୁ ବିପଦ ମଧ୍ୟକୁ ଠେଲି ଦେଇଛି। ଭାରତ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ଖେଳାଳି ଚାପରେ ରହିଥିଲେ ବୋଲି ମଧ୍ୟ ଦଳର ଅଧିନାୟ ମହମ୍ମଦ ରିଜୱାନ ସ୍ୱୀକାର କରିଛନ୍ତି।

ରିଜୱାନ କହିଛନ୍ତି, “ମଧ୍ୟକ୍ରମ ବ୍ୟାଟର ଆଦୌ ଭଲ ପ୍ରଦର୍ଶନ କରି ନାହାନ୍ତି। ଖେଳାଳିମାନେ ଏହା ପୂର୍ବରୁ ଭଲ ପ୍ରଦର୍ଶନ କରିଥିଲେ। ଆମେ ଟିମ ମିଟିଂ ବେଳେ ଦୁବାଇ ପିଚରେ ୨୭୦ରୁ ୨୮୦ ଗୋଟିଏ ଭଲ ସ୍କୋର ବୋଲି ବିଚାର କରିଥିଲୁ। କିନ୍ତୁ ଆଉଟ ଫିଲ୍ଡ ଓ ପିଚ୍‌ ଧିମା ଥିବାରୁ ବଲ ଗ୍ୟାପରେ ଯାଉ ନଥିଲା। ସୌଦ ସକୀଲ ଓ ମୁଁ ଗୋଟିଏ ଭାଗିଦାରୀ କରିବାକୁ ଚେଷ୍ଟା କରିଥିଲୁ। ଆମେ ବହୁତ ସମୟ ବି ନେଇଥିଲୁ। ଏହାପରେ କିନ୍ତୁ ଶଟ ଚୟନ ଭୁଲ ହୋଇଗଲା। ଏଥିପାଇଁ ସେମାନେ(ଭାରତ) ଆମ ୱିକେଟଗୁଡ଼ିକ ନେବାକୁ ସକ୍ଷମ ହୋଇଥିଲା। ସମ୍ଭବତଃ ଆମ ମଧ୍ୟକ୍ରମ ବ୍ୟାଟର ଚାପକୁ ହ୍ୟାଣ୍ଡେଲ କରିପାରି ନାହାନ୍ତି।”

ପାକିସ୍ତାନ ୬ ୱିକେଟରେ ଭାରତ ଠାରୁ ହାରିଥିବାରୁ ଏବେ ସେମିରେ ପ୍ରବେଶ କରିବା ପାଇଁ ଅନ୍ୟ ଦଳଗୁଡ଼ିକର ରେଜଲ୍ଟ ଉପରେ ନିର୍ଭର କରିବାକୁ ପଡ଼ିବ। ତଥାପି ଦଳର ସେମି ଫାଇନାଲ ଖେଳିବା ଆଶା ୯୯% ନାହିଁ କହିଲେ ଚଳେ।

ପାକିସ୍ତାନ ସେମି ଫାଇନାଲକୁ କେମିତି ଯାଇ ପାରିବ?

ବିଧିବଦ୍ଧ ଭାବେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ି ନାହିଁ। କିନ୍ତୁ ଦଳ ସେମିକୁ ଯିବାର ଆଶା ବହୁତ କ୍ଷୀଣ। ଚାମ୍ପିୟନ୍ସ ଟ୍ରଫିର ସେଡ୍ୟୁଲକୁ ଦେଖିଲେ ଗ୍ରୁପ ଷ୍ଟେଜରେ କ୍ରମାଗତ ଦୁଇଟି ପରାଜୟ ଗୋଟିଏ ଦଳ ପାଇଁ ଆଦୌ ଶୁଭଙ୍କର ନୁହେଁ। ଗ୍ରୁପରେ ଭାରତ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ରହିଛନ୍ତି। ଭାରତ ଦୁଇଟି ମ୍ୟାଚ୍‌ରୁ ଦୁଇଟି ଜିତି ସେମି ଫାଇନାଲରେ ଏକ ପ୍ରକାରର ପ୍ରବେଶ କରି ସାରିଛି। ନ୍ୟୁଜିଲ୍ୟାଣ୍ଡ ଗୋଟିଏ ମ୍ୟାଚ୍‌ ଖେଳି ଗୋଟିଏରେ ଜିତିଛି।

ଆଜି(ସୋମବାର) ଦଳ ବାଂଲାଦେଶ ବିପକ୍ଷରେ ଖେଳୁଛି। ଆଜି ନ୍ୟୁଜିଲ୍ୟାଣ୍ଡ ଯଦି ଜିତି ଯିବ, ତା’ହେଲେ ଭାରତ ସହ ବ୍ଲାକକ୍ୟାପ ସେମିକୁ ପ୍ରବେଶ କରିବ। ପାକିସ୍ତାନ ଓ ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବେ। 

ପାକିସ୍ତାନ ଆଶା କରିବ ଯେ ବାଂଲାଦେଶ ଠାରୁ ନ୍ୟୁଜିଲ୍ୟାଣ୍ଡ ହାରି ଯାଉ ଓ ସେମାନେ ବାଂଲାଦେଶକୁ ନିଜ ଶେଷ ଗ୍ରୁପ ମ୍ୟାଚରେ ବଡ଼ ବ୍ୟବଧାନରେ ହରାନ୍ତୁ। ସେହିପରି ଭାରତ ମାର୍ଚ୍ଚ ୨ରେ ନ୍ୟୁଜିଲ୍ୟାଣ୍ଡକୁ ମଧ୍ୟ ହରାଇବା ଦରକାର। ଏପରି ହେଲେ ପାକିସ୍ତାନ ସେମି ଫାଇନାଲକୁ ଯାଇ ପାରିବ।

ଏପରି ସ୍ଥିତିରେ ଭାରତ ୩ଟିରୁ ୩ଟି ବିଜୟ ସହ ଟେବୁଲ ଟପ୍ ସହ ସେମିକୁ ଯିବ। ବାକି ୩ ଦଳ ଗୋଟିଏ ଲେଖାଏ ବିଜୟ ସହ ସମାନ ସ୍ଥିତିରେ ରହିବ। ସମସ୍ତଙ୍କ ପଏଣ୍ଟ ସଂଖ୍ୟା ସମାନ ରହିବାକୁ ଥିବାରୁ ଏଠାରେ ରନ ରେଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୁରୁବାର ପାକିସ୍ତାନ ରାୱଲପିଣ୍ଡିରେ ବାଂଲାଦେଶକୁ ଭେଟିବ। ଗୁରୁବାର ସେଠାରେ ବର୍ଷା ହେବାର ଅଛି। ଏପରି ସ୍ଥିତିରେ ପୂରା ମ୍ୟାଚ୍‌ ଅନୁଷ୍ଠିତ ହେବାର ଆଶା କମ। ତେଣୁ ପାକିସ୍ତାନ କେମିତି ବଡ଼ ବ୍ୟବଧାନରେ ଜିତିବ, ତାହା ମଧ୍ୟ ବଡ଼ ପ୍ରଶ୍ନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story